www.samajalive.in
Wednesday, December 10, 2025
26.1 C
Bhubaneswar

ତିନିଦିନ ମଧ୍ୟରେ ନିଷ୍ପତ୍ତି: ବିନା ଭକ୍ତ, ସୀମିତ ସେବାୟତଙ୍କୁ ନେଇ ହୋଇପାରେ ରଥଯାତ୍ରା

ଭୁବନେଶ୍ବର : ରଥଯାତ୍ରାକୁ ନେଇ ଏବେ ବି ଲାଗି ରହିଛି ଅନିଶ୍ଚିତତା ବର୍ତମାନ ସୁଦ୍ଧା ଦୂର ହୋଇନାହିଁ।   ରଥଯାତ୍ରା କିପରି ହେବ ସେ ସଂକ୍ରାନ୍ତରେ   ଅନେକ ଅସମାଧିତ ପ୍ରଶ୍ନ ଏବେ ବି ଲଟକିଛି ।  ପୁରୀରେ ଆଜି ରଥଯାତ୍ରା ସଂକ୍ରାନ୍ତରେ ଶ୍ରୀମନ୍ଦିର କାର୍ଯ୍ୟଳୟରେ ବୈଠକ ଶେଷ ହୋଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ପ୍ରଥମେ  ପୂଜାପଣ୍ଡା ନିଯୋଗ ସହ ବୈଠକ ହେବା ପରେ ପୁଷ୍ପ।ଳକ ଓ ସିଂହାରୀ ସେବକଙ୍କ ସହ ବୈଠକ ହୋଇଛି । ଏହାପରେ ଅନ୍ୟ ନିଯୋଗ  ସହ ମଧ୍ୟ ଆଲୋଚନା କରାଯିବ । ତେବେ ରଥଯାତ୍ରା ରେ ମହାପ୍ରଭୁଙ୍କ ପହଣ୍ଡିଠାରୁ ଆରମ୍ଭ କରି ରଥ ଉପରେ କେତେଜଣ ସେବାୟତ ରହିବେ , ବିନା ଭକ୍ତରେ ରଥଟଣା କିଭଳି ହେବ ସେନେଇ ମୁଖ୍ୟତଃ ଆଲୋଚନା ହୋଇଛି । ବିଶ୍ବସ୍ତ ସୂତ୍ରରୁ  ମିଳିଥିବା ସୂଚନା ଅନୁସାରେ ରଥଯାତ୍ରା ନିମନ୍ତେ ରାଜ୍ୟ ସରକାର ସର୍ତମୂଳକ ଅନୁମତି ଦେଇ ପାରନ୍ତି । ବିଶେଷ ଭାବରେ ସୀମିତ ସେବାୟତ ଓ ବିନା ଭକ୍ତରେ ରଥଟଣା ଉପରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଦୁଇରୁ ୩ ଦିନ ମଧ୍ୟରେ ରଥଯାତ୍ରା ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

- Advertisement -

ପୁରୀରେ ରଥନିର୍ମାଣ କାର୍ଯ୍ୟ ଏକପ୍ରକାର ଶେଷ ହୋଇଛି । ରଥର ପୋଟଳ ପଡ଼ି ପାରାଭାଡ଼ି ଉଠିଛି । ରଙ୍ଗକାମ ଚାଲିଛି, ରଙ୍ଗକାମ ସରିବା ପରେ କଳସ ଓ ଓଲଟପାରା ଲଗାଯିବାକୁ ଅପେକ୍ଷା କରାଯାଇଛି । ଅନ୍ୟପକ୍ଷରେ ତିନି ରଥରେ ପଟାଗୁଜରେ ଗଜ ସିଂହ, ଗଜ ବରାଳ, ସିଂହବରାଳ ଆଦି ଖୋଦେି କାମ କରାଯାଇ ରଙ୍ଗ କାମ ଚାଲିଛି । ରଥ ପାଶ୍ବର୍ର୍ ଦେବାଦେବୀ ଓ କଳସ ରଙ୍ଗ ବି ଆରମ୍ଭ ହୋଇଛି ।

ଏପଟେ ତିନି ରଥର ଆଶାବାଡ଼ି ଖୁଣ୍ଟିଆ କାମ ଚାଲିଛି । ରଥରେ ଘୋଡ଼ା ଖଞ୍ଜାଯିବା ବେଳେ ଏହାକୁ ବ୍ୟବହାର କରାଯାଇଥାଏ।  ସେପଟେ ଦରଜୀ ସେବକ ରଥକନା ସିଲାଇ ଆରମ୍ଭ କରିଛନ୍ତି । ଅସ୍ଥାୟୀ ଶାଳରେ ଓଝା ସେବକ କଣ୍ଟା, ଧୁଳିଦଣ୍ଡା ନିର୍ମାଣ ପୁରା ଦମରେ ଚଳାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ୨୩ ତାରିଖରେ ରଥଯାତ୍ରା ନିମନ୍ତେ ୧୫ ତାରିଖ ମଧ୍ୟରେ ବିଧିବଦ୍ଧ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି। ରଥଯାତ୍ରା ହେବା ନେଇ କିଛିଟା ସହମତି ହୋଇଥିଲେ ହେଁ ଏହାକୁ କିପରି ସମ୍ପାଦନ କରାଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଅନ୍ୟପକ୍ଷରେ ଆଜି ପୁରୀରେ ଅନୁଷ୍ଠିତ ବୈଠକରେ ଦଇତାପତି ଘଣ୍ଡୁଆ, ପୁଷ୍ପପାଳ, ପୂଜାପଣ୍ଡାଙ୍କ ସମେତ ବିଭିନ୍ନ ସେବାୟତଙ୍କ ମଧ୍ୟରୁ କେତେ କମ୍ ସେବାୟତଙ୍କୁ ନେଇ ରଥଯାତ୍ରାର ରୀତିନୀତି କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।  ଆଗାମୀ ପର୍ଯ୍ୟାୟରେ  ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯିବ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories