www.samajalive.in
Wednesday, December 10, 2025
23.1 C
Bhubaneswar

ଜୁନ୍‍ ୨୪ରୁ ଆରମ୍ଭ ହେବ ‘ଦି କପିଲ ଶର୍ମା ଶୋ’ର ଶୁଟିଂ

ମୁମ୍ବଇ: କପିଲ ଶର୍ମା ଓ ତାଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଦି କପିଲ ଶର୍ମା ଶୋ’ର ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଟିଭିରେ ପୁଣିଥରେ ଦର୍ଶକ ଏହାକୁ ଦେଖିବାକୁ ପାଇବେ। କାରଣ ୨୪ ଜୁନ୍‍ରୁ ଏହାର ଶୁଟିଂ ଆରମ୍ଭ ହେବାକୁ ଯାଉଛି। କରୋନା କାରଣରୁ ପ୍ରାୟ ୩ ମାସ ଧରି ବନ୍ଦ ଥିବା ଏହି ଶୋ’ର ଶୁଟିଂ ପୁଣି ଜୁନ୍‍ ୨୪ ତାରିଖରୁ ଆରମ୍ଭ କରିବା ପାଇଁ ସୋନି ଚ୍ୟାନେଲ୍‍ ଟିମ୍‍କୁ ପରାମର୍ଶ ଦେଇଛି। କପିଲଙ୍କ ପୂରା ଟିମ୍‌ ଏନେଇ ଖୁବ୍‍ ଉତ୍ସାହିତ ଅଛନ୍ତି।

ଶୋ’ର ସହ କଳାକାର ଅର୍ଚ୍ଚନା ପୂରଣ ସିଂହ କହିଛନ୍ତି,‘‘ଲକଡାଉନ ଘୋଷଣା ହେବା ପୂର୍ବରୁ ପୂରା ଟିମ୍‌ ସୁରକ୍ଷାକୁ ଦୃଷ୍ଟିରେ ରଖି କାମ କରୁଥିଲା। ଏବେ ପରିସ୍ଥିତି ଆହୁରି ଜଟିଳ। ତେଣୁ ସମସ୍ତ ପ୍ରକାର ସୁରକ୍ଷା ଏବଂ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ପୁନର୍ବାର ଶୁଟିଂ ଆରମ୍ଭ ହେବ’’।

- Advertisement -

ତେବେ ଏଥର କରୋନା ଯୋଦ୍ଧାମାନେ ଶୋ’ର ଅତିଥି ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories