www.samajalive.in
Monday, December 8, 2025
20.1 C
Bhubaneswar

ଧାନ ବୋଝେଇ ଟ୍ରକ ଧକ୍କାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଘର ଉପରେ ପଡିଲା : ଅଳ୍ପକେ ବର୍ତିଲେ ପରିବାର

କଲମପୁର : କଲମପୁର ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାର ଗୁମାବାହାଲ ନିକଟରେ ଏକ ରାସ୍ତା ଅତିକ୍ରମ କରିଥିବା ଏଲ.ଟି ବିଦ୍ୟୁତ୍ ତାର ଓହଲି ପଡିଥିଲା। ଏହି ତାରରେ ଏକ ଧାନ ବୋଝେଇ ଟ୍ରକ ଲାଗିଯିବା ଦ୍ୱାରା ବିଦ୍ୟୁତ୍ ଖୁଣ୍ଟଟି ଭାଙ୍ଗି ଯାଇ ଜଣେ ବ୍ୟକ୍ତିଙ୍କ ଘର ଉପରେ ପଡିଯିବାରୁ ପରିବାରର ଜଣେ ସଦସ୍ୟ ଆହତ ହେଇଥିବା ବେଳେ ଅନ୍ୟ ପରିବାର ସଦସ୍ୟ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି।

ପ୍ରାପ୍ତ ସୁଚନା ଅନୁସାରେ ବୁଧବାର ସଂଧ୍ୟା ପ୍ରାୟ ୫.୩୦ ବେଳେ କୌଣସି ଏକ ମଣ୍ଡିରୁ ଧାନ ବୋଝେଇ କରି ଆସୁଥିବା ଏକ ଟ୍ରକ କଲମପୁର ପଟକୁ ଆସୁଥିଲା। ଏହି ସମୟରେ ଗୁମାବାହାଲ ଚନ୍ଦ୍ର ନାଏକଙ୍କ ଘର ନିକଟରେ ରାସ୍ତା ଅତିକ୍ରମ କରି ଅନ୍ୟ ଦୁଇ ଗ୍ରାହକଙ୍କୁ ସଂଯୋଗ ହେଇଥିବା ବିଦ୍ୟୁତ୍ ତାର ଓହଳି ପଡିଥିବାରୁ ଧାନ ବସ୍ତା ତାର ସହିତ ଲାଗି ଯାଇ ଟାଣି ହେଇଯାଇଥିଲା। ଯାହାରି ଫଳରେ ବିଦ୍ୟୁତ୍ ଖୁଣ୍ଟଟି ଭାଙ୍ଗି ଯାଇ ଚନ୍ଦ୍ର ନାଏକଙ୍କ ଘର ଉପରେ ତାର ସବୁ ପଡିଯାଇଥିଲା। ଏହି ସମୟରେ ଧାନ ବସ୍ତା ସିଲେଇ କରି ଘର ଦୁଆର ପାଖରେ ଥିବା ଚନ୍ଦ୍ର ନାଏକଙ୍କ ପୁଅ ମାଣିକ୍ୟ ଚନ୍ଦ୍ର (ବୁଲୁ) ଙ୍କ ଉପରେ ବିଦ୍ୟୁତ୍ ତାର ପଡିଥିଲେ ମଧ୍ୟ ସୌଭାଗ୍ୟବସତଃ ବୁଲୁ ରକ୍ଷା ପାଇଯାଇଥିବା ବେଳେ ଘର ଭିତରେ ଥିବା ଅନ୍ୟ ସଦସ୍ୟ ମାନେ ମଧ୍ୟ ଅଳ୍ପକେ ବର୍ତି ଯାଇଛନ୍ତି। ପରିବାର ଲୋକ ତୁରନ୍ତ ବୁଲୁକୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ।

- Advertisement -

ସୂଚନାଯୋଗ୍ୟଯେ, ଏହି ବିଦ୍ୟୁତ୍ ତାର ରାସ୍ତା ଅତିକ୍ରମ କରିବା ସହ ଓହଳି ପଡିଥିବା ନେଇ ବାରମ୍ବାର ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଏହି ଅଂଚଳରେ ବାରମ୍ବାର ଏଭଳି ଅଘଟଣ ଘଟୁଛି। ତେଣୁ ତୁରନ୍ତ ଆଗାମୀ ଦିନରେ ଜନ ଜୀବନ ନଷ୍ଟ ହେବା ପୂର୍ବରୁ ଏଥିପ୍ରତି ବିଭାଗ ଗୁରୁତ୍ୱ ଦେବା ପାଇଁ ସାଧାରମରେ ଦାବି ହେଉଛି। ଏହାସହ କ୍ଷତିଗ୍ରସ୍ଥ ପରିବାରକୁ ସହାୟତା ଯୋଗାଇ ଦେବା ଦାବି କରି ରାସ୍ତାକୁ ଅବରୋଧ କରାଯାଇ ୪ ଚକିଆ ଯାନବାହାନ ଚଳା ଚଳକୁ ବନ୍ଦ କରି ଦିଆଯାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories