www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦୁଝର ପାଟଣାରୁ ତିନି ଓ ଢେଙ୍କିକୋଟ ଅଞ୍ଚଳରୁ ଦୁଇ କରୋନା ପଜିଟିଭ ଚିହ୍ନଟ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଆଜି ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପ୍ରବାସୀ ଓ ନିଜ ନିଜ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଥିଲେ । ନିକଟରେ ସେମାନଙ୍କର ସ୍ଵାବ ପରୀକ୍ଷା ପାଇଁ ଯାଇଥିଲା ଏବଂ ଆଜି ରିପୋର୍ଟ ଆସିଥିଲା । ନମୁନା ପରୀକ୍ଷା ପରେ ୩ଜଣ କରୋନା ପଜିଟିଭ ଚିହ୍ନଟ ହେବାରୁ ସେମାନଙ୍କୁ ଆଜି ଅପରାହ୍ନରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପାଟଣା ବ୍ଲକ ଅନ୍ତର୍ଗତ ପଲାଣିଘାଟି ପଞ୍ଚାୟତ ପଲାଣଘାଟିର ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିବା ଗତ ୨୭ ରେ ବାଙ୍ଗାଲୋର ଫେରନ୍ତା ପ୍ରବାସି ୨୪ ବର୍ଷିୟ  ଯୁବକଙ୍କ ସହ ଏରେଣ୍ଡେଇ ପଞ୍ଚାୟତ ଅନନ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ଥିବା ମହାରାଷ୍ଟ୍ର ଫେରନ୍ତା ଜଣେ ୩୩ ବର୍ଷୀୟ ଯୁବକ ଏବଂ ସରାସକୋଲା ପଞ୍ଚାୟତ ସରାସକୋଲା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଥିବା ସୁରତ ଫେରନ୍ତା ୨୫ ବର୍ଷୀୟ ଯୁବକଙ୍କୁ ମିଶାଇ ପାଟଣା ବ୍ଲକ ଅଞ୍ଚଳରେ ୩ ଜଣଙ୍କୁ ଆଜି କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନିୟୋଜିତ ସ୍ଵତନ୍ତ୍ର ଗାଡିରେ ସେମାନଙ୍କୁ କୋଭିଡ ହସ୍ପିଟାଲରେ ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ଘଟଗାଁ ବ୍ଳକ ଢେଙ୍କିକୋଟ ସନ୍ନିକଟ ସାନ୍ତରାପୁର ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଥିବା ଦୁଇ ଜଣ ଆଜି କରୋନା ପଜେଟିଭ୍ ଚିହ୍ନଟ ହେବାପରେ ସେମାନଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଯୁବକ ତାମିଲନାଡୁ ରୁ ଫେରିବା ପରେ ସାନ୍ତାରାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ସଙ୍ଗରୋଧ ରେ ଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories