www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଦ୍ବିତୀୟ ପର୍ଯ୍ୟାୟ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଓ ସମ୍ବଲପୁରୀ ମାସ୍କ

ପୁରୀ : ଶ୍ରୀମନ୍ଦିର ସେବାୟତଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ୫ ହଜାର ଲେଖାଏଁ ଆର୍ଥିକ ସହାୟତା ଏବଂ ମହାମାରୀ କରୋନା ସମୟରେ ନୀତିକାନ୍ତି ପାଇଁ ସମ୍ବଲପୁରୀ ମାସ୍କ ପ୍ରଦାନ କରାଯିବ । ଏନେଇ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ସୂଚନା ଅନୁସାରେ ବୁଧବାର ଶ୍ରୀମନ୍ଦିର ମୂଖ୍ୟ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା ସମିତି ଓ ବିଭିନ୍ନ ନିଯୋଗର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଶ୍ରୀମନ୍ଦିର ସେବାୟତମାନଙ୍କୁ ସହଯୋଗ ନେଇ ଆଲୋଚନା ହୋଇଥିଲା । ମହାମାରୀ କରୋନା ଯୋଗଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି । ଯାହା ସେବାୟତମାନଙ୍କ ଆର୍ଥିକ ସ୍ଥିତକୁ ଦୁର୍ବଳ କରିଦେଇଛି । ଏଣୁ ଏହି ବିପତ୍ତି ସମୟରେ ଶ୍ରୀମନ୍ଦିର ପ୍ରଶାସନ ସେବାୟତମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହା ପୂର୍ବରୁ ମନ୍ଦିର ପ୍ରଶାସନ ସମସ୍ତ ସେବାୟତଙ୍କୁ ୫୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲା। ଏଥିସହିତ ନୀତିକାନ୍ତି ପାଇଁ ସେବାୟତଙ୍କୁ ମାସ୍କ ଦିଆଯିବ ବୋଲି ଏହି ବୈଠକରେ ସ୍ଥିର ହୋଇଛି।

ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ସେବାୟତଙ୍କ ସୁରକ୍ଷା ହେଉଛି ପ୍ରଶାସନର ଦାୟିତ୍ୱ । ସେବାୟତଙ୍କୁ ୫ ହଜାର ମାସ୍କ ଯୋଗାଇ ଦିଆଯିବ । ବୟନିକା ଜରିଆରେ ସମ୍ବଲପୁରୀ କପଡାରେ ମାସ୍କ ପ୍ରସ୍ତୁତ କରାଯିବ । ଏନେଇ ବୟନିକା ସହ ଯୋଗାଯୋଗ କରାଯାଇଛି ଦୁଇ ଦିନ ଭିତରେ ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି ।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories