www.samajalive.in
Wednesday, December 10, 2025
14.1 C
Bhubaneswar

ନେଟଫ୍ଲିକ୍ସରେ ରିଲିଜ୍‍ ହେବ ଜାହ୍ନବୀଙ୍କ ‘ଗୁଞ୍ଜନ ସକ୍ସେନା-ଦି କାର୍ଗିଲ ଗର୍ଲ’

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଗୁଞ୍ଜନ ସକ୍ସେନା ଦି କାର୍ଗିଲ ଗର୍ଲ’କୁ ନେଇ ମଙ୍ଗଳବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ର କୌଣସି ସିନେମା ହଲରେ ମୁକ୍ତିଲାଭ କରିବ ନାହିଁ ବରଂ ଦର୍ଶକ ଘରେ ବସି ଡିଜିଟାଲ ପ୍ଲାଟଫର୍ମରେ ଏହାକୁ ଦେଖିପାରିବେ। ଖୁବଶୀଘ୍ର ଏହା ନେଟଫ୍ଲିକ୍ସରେ ରିଲିଜ୍‍ ହେବ। ନିର୍ମାତା କରଣ ଜୋହର ନିଜେ ଏହା ଘୋଷଣା କରିଛନ୍ତି। ଜାହ୍ନବୀ କପୁର ମଧ୍ୟ ସୋସିଆଲ ମିଡିଆରେ ଏହା କହିଛନ୍ତି। ତେବେ ଏଯାବତ୍‍ ଏହାର ରିଲିଜ୍‍ ତାରିଖ ଘୋଷଣା ହୋଇନାହିଁ।

ଏହି ଫିଲ୍ମରେ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ପଙ୍କଜ ତ୍ରିପାଠୀଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଶରନ ଶର୍ମା। ଫିଲ୍ମର ପ୍ରଯୋଜକ ହେଉଛନ୍ତି କରଣ ଜୋହର। ଏଥିରେ ଜାହ୍ନବୀ ଓ ପଙ୍କଜଙ୍କ ବ୍ୟତୀତ ଅଙ୍ଗଦ ବେଦୀ, ବିନୀତ କୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

- Advertisement -

ସୂଚନାଯୋଗ୍ୟ, କାରଗିଲ ଯୁଦ୍ଧ ସମୟରେ ଯୁଦ୍ଧ ବିମାନ ଉଡ଼ାଇବାରେ ଗୁଞ୍ଜନ ସକ୍ସେନା ଥିଲେ ପ୍ରଥମ ମହିଳା। ତାଙ୍କ ଜୀବନ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories