www.samajalive.in
Friday, December 12, 2025
16.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟନଙ୍କ ଆତ୍ମହତ୍ୟା

ମୁମ୍ବଇ : ଲୋକପ୍ରିୟ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟନ ଏକ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୁମ୍ବଇର ମଲାଡ୍‍ ସ୍ଥିତ ଏକ ୧୪ ମହଲା ବିଲ୍ଡିଂରୁ ଦିଶା ସୋମବାର ଡେଇଁବା ପରେ ତୁରନ୍ତ ତାଙ୍କୁ ବୋରିଭାଲି ହସ୍‌ପିଟାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଆତ୍ମହତ୍ୟା କଲା ବେଳେ ସେ ତାଙ୍କ ବୟ ଫ୍ରେଣ୍ଡଙ୍କ ସହ ଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ପୁଲିସ ଆଜି ଦିଶାଙ୍କ ପିତା ମାତାଙ୍କ ସହ ବୟ ଫ୍ରେଣ୍ଡଙ୍କ ବୟାନ ରେକର୍ଡ କରିଛି।

ସୂଚନାଯୋଗ୍ୟ, ଦିଶା ପବ୍ଲିକ୍‌ ରିଲେସନ୍‌ ମ୍ୟାନେଜର ଭାବେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେଲିବ୍ରେଟି ଟ୍ୟାଲେଣ୍ଟ ମ୍ୟାନେଜର ଭାବେ କାର୍ୟ୍ୟ କରୁଥିଲେ। ସେ ମୁମ୍ବଇରେ ରହି ବଣ୍ଟି ସାଜ୍‌ଦେଙ୍କ କର୍ଣ୍ଣରଷ୍ଟୋନ୍‌ ସ୍ପୋର୍ଟ ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ ସହ ମିଶି କାମ କରୁଥିଲେ। ଦିଶା, ସୁଶାନ୍ତଙ୍କ ମ୍ୟାନେଜର ଭାବେ କାମ କରିବା ସହ ଅନେକ କଳାକାର ଯେପରିକି, ଭାରତୀ ଶର୍ମା, ରେହା ଚକ୍ରବର୍ତ୍ତୀ ଓ ବରୁଣ ଶର୍ମାଙ୍କ ପାଇଁ ମଧ୍ୟ କାମ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories