www.samajalive.in
Friday, December 12, 2025
15.1 C
Bhubaneswar

ବଢ଼ୁଛି କରୋନା ଅଡ଼ୁଆ: ସଙ୍କଟରେ ଯୋଦ୍ଧା ; ୪୯ ଯବାନ, ୫ ଡାକ୍ତର, ୯ ନର୍ସ, ୨ ପ୍ରତିରକ୍ଷା କର୍ମଚାରୀ ଆକ୍ରାନ୍ତ

ଭୁବନେଶ୍ବର/କଟକ/ନୟାଗଡ଼/ବ୍ରହ୍ମପୁର : କରୋନା ଭୂତାଣୁ ତା’ର କାୟା ବିସ୍ତାର କରି ଚାଲିଛି। ପ୍ରବାସଫେରନ୍ତାଙ୍କୁ ନେଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସ୍ଥାନୀୟ ସଂକ୍ରମଣ ମଧ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି। ଏଭଳି ସ୍ଥିତିରେ କରୋନା ଲଢ଼େଇରେ ସାମିଲ ଥିବା ଯୋଦ୍ଧାମାନେ ସଂପ୍ରତି ସଂକଟରେ ପଡ଼ିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ସଂକ୍ରମିତ ହେବା ଏବଂ ପଶ୍ଚିମବଙ୍ଗର ଅମ୍ପନ ବାତ୍ୟା ପୀଡ଼ିତଙ୍କ ସେବା ପାଇଁ ଯାଇଥିବା ଏନ୍‌ଡିଆର୍‌ଏଫ୍‌ର ୪୯ ଯବାନ, ବାଲେଶ୍ବର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୨ ପ୍ରତିରକ୍ଷା କର୍ମଚାରୀ ସଂକ୍ରମିତ ହୋଇଥିବା ନେଇ ସୋମବାର ଚିହ୍ନଟ ହେବା ସରକାରଙ୍କ ପାଇଁ ଏକ ନୂଆ ଆହ୍ବାନ ସୃଷ୍ଟି କରିଛି।

ସୂଚନାରୁ ଜଣାପଡ଼ିଛି ଯେ, ନରାଜ ମୁଣ୍ଡଳୀରେ ଥିବା ଏନ୍‌ଡିଆରଏଫ ତୃତୀୟ ବାଟାଲିୟନର ୪୯ଜଣ ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସ୍ବାବ ପଜିଟିଭ ଆସିବା ପରେ ଆଜି ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କଟକ ଜିଲାରେ ଆଜି ଗୋଟିଏ ଦିନରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି। ଆଜି ୪୯ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୭କୁ ବୃଦ୍ଧି ପାଇଛି।

- Advertisement -

ପଶ୍ଚିମବଙ୍ଗରେ ବାତ୍ୟା ଅମ୍ପନ ଯୋଗୁଁ ବ୍ୟାପକ କ୍ଷତି ଘଟିଥିଲା। ଉଦ୍ଧାର କାର୍ଯ୍ୟରେ ମୁଣ୍ଡଳି କ୍ୟାମ୍ପରୁ ୧୭୩ଜଣ ଯବାନ ପଶ୍ଚିମବଙ୍ଗ ଯାଇଥିଲେ। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ୧୭୩ ଜଣ ଯବାନ ଗୁରୁବାର ଓଡ଼ିଶା ଫେରିଥିଲେ। ଓଡ଼ିଶା ଫେରିବା ପରେ ୬ ଜଣ ଯବାନଙ୍କଠାରେ ଥଣ୍ଡା, କାଶ ହେବା ସହିତ ତଣ୍ଟି ପଡିଯିବାରୁ ସେମାନଙ୍କୁ ଏସ୍‌ସିବି ମେଡିକାଲ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପରେ ଜଣେ ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ୧୬୭ ଜଣ ଯବାନଙ୍କୁ ମୁଣ୍ଡଳୀସ୍ଥିତ ଏନଡିଆରଏଫ କ୍ୟାମ୍ପସରେ
ସଙ୍ଗରୋଧରେ ରଖାଯାଇଥିଲା। ସେଠାରୁ ସମସ୍ତଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ରିପୋର୍ଟ ଆସିବା ପରେ ୪୯ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଅନ୍ୟମାନଙ୍କର ରିପୋର୍ଟ ନେଗେଟିଭ ଆସିଛି। ଏକସଙ୍ଗରେ ୪୯ଜଣ ଯବାନ କରୋନା ସଂକ୍ରମିତ ହେବା ଜଣାପଡିବା ପରେ ଶିବିରରେ ଆତଙ୍କ ଖେଳିଯାଇଛି। ତେବେ ସେମାନେ ସଙ୍ଗରୋଧରେ ଥିବାରୁ ଗୋଷ୍ଠୀ ସଂକ୍ରମଣ ହେବା ସମ୍ଭାବନା କ୍ଷୀଣ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ୧୨ ଜଣ ଡାକ୍ତର ଓ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରେ ୪ ଜଣ ଡାକ୍ତର ଓ ୮ ଜଣ ନର୍ସ ରହିଛନ୍ତି। ଏହି ଡାକ୍ତର ଓ ନର୍ସମାନେ ଜଣେ ଲକ୍ଷଣବିହୀନ କରୋନା ରୋଗୀଙ୍କ ଚିକିତ୍ସା କରି ସଂକ୍ରମିତ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।
ସେହିଭଳି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ଜଣେ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିବା ପରେ ରାଜଧାନୀର ଏକ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ପୂର୍ବରୁ ସେମାନଙ୍କର କୌଣସି ଲକ୍ଷଣ ନଥିଲା। ସେମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଥିବା ଜିଲା ସ୍ବାସ୍ଥ୍ୟ ଅଧିକାରୀ ସୁଧାଂଶୁଶେଖର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । କରୋନା ଚିହ୍ନଟ ହେବାପରେ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ଼କୁ ସିଲ୍‌ କରାଯିବା ସହ ପୂରା ମେଡିକାଲକୁ ସାନିଟାଇଜ କରାଯାଇଛି। ଡାକ୍ତର ଏବଂ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଖୋଜା ଚାଲିଛି । କେଉଁ ପରିସ୍ଥିତିରେ ସେମାନଙ୍କୁ କରୋନା ହେଲା ତାହା ଜଣାପଡ଼ିନାହିଁ । ଏମାନଙ୍କ ବ୍ୟତୀତ ଆଜି ଆଉ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ ପହଞ୍ଚିଥିବା ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ସେହିପରି ବାଲେଶ୍ବର ଜିଲା ଚାନ୍ଦିପୁରରେ ଥିବା ପ୍ରତିରକ୍ଷା ବିଭାଗ, ଡିଆରଡିଓର ଦୁଇ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଚାନ୍ଦିପୁର ପିଏକ୍ସଇର ସମସ୍ତ କର୍ମଚାରୀଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ରାଜ୍ୟକୁ ଫେରିଥିବା ୫ଲକ୍ଷରୁ ଊର୍ଦ୍ଧ୍ବ ପ୍ରବାସୀଙ୍କ ମଧ୍ୟରୁ ପ୍ରାୟ ୨ଲକ୍ଷ ପ୍ରବାସୀ ଗଞ୍ଜାମ ଜିଲାକୁ ଫେରିଥିବାରୁ ଏଠାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଲେଣି। ସୋମବାର ରାଜ୍ୟରେ ୧୩୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ରାଜ୍ୟର ସଂଖ୍ୟା ୨୯୯୪ରେ ପହଞ୍ଚିଥିବାବେଳେ ଗଞ୍ଜାମରେ ୩୩ ନୂତନ ଆକ୍ରାନ୍ତ ପାଇଁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୬୩୧ ଛୁଇଁଛି। ଯାହାକି ମୋଟ ସଂକ୍ରମଣର ୨୧ ପ୍ରତିଶତରୁ ଅଧିକ ରହିଛି। ଇତିମଧ୍ୟରେ ଜିଲାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୧୯ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୩ ପ୍ରତିଶତ ଏବେ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ଏହାର ଦୁଇଗୁଣରୁ ଅଧିକ ୬୬.୬୦ ପ୍ରତିଶତ ଆରୋଗ୍ୟ ଲାଭ କରିଥିବା ସ୍ବାସ୍ଥ୍ୟବିଭାଗ ରିପୋର୍ଟରୁ ଜଣାଯାଇଛି।
ରାଜ୍ୟ ସ୍ବାସ୍ଥ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଆଜି ୧୮ଟି ଜିଲାରୁ ବାହାରିଥିବା ୧୩୮ ସଂକ୍ରମିତଙ୍କ ମଧ୍ୟରୁ ୧୨୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ସେହିପରି କଟକରୁ ୧୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୩, ସୁନ୍ଦରଗଡ଼ରୁ ୧୨, ଭଦ୍ରକରୁ ୧୧, କନ୍ଧମାଳ ଓ କେନ୍ଦୁଝରରୁ ୧୦ ଲେଖାଏଁ, ପୁରୀ ୭, ମୟୂରଭଞ୍ଜ ଓ ଯାଜପୁରରୁ ୬ ଲେଖାଏଁ, ନୂଆପଡା, ଢେଙ୍କାନାଳ ଓ ନୟାଗଡରୁ ୩ ଜଣ ଲେଖାଏଁ, କଳାହାଣ୍ଡି ୨, କେନ୍ଦ୍ରାପଡ଼ା, ବଲାଙ୍ଗିର, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ଆଜି ୯୯ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ନେଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୯୯୩ ଛୁଇଁଛି। ଏଥିମଧ୍ୟରେ ଯାଜପୁରର ୧୬ଜଣ ରହିଥିବାବେଳେ ଖୋର୍ଦ୍ଧାରୁ ୧୩ ଓ କେନ୍ଦ୍ରାପଡାରୁ ୧୧ଜଣ ରହିଛନ୍ତି। ଏହାବାଦ୍ ଗଞ୍ଜାମରୁ ୯, ଦେବଗଡର ୮ଜଣ, କଟକର ଓ ଜଗତସିଂହପୁରର ୭ଜଣ ଲେଖାଏଁ, ବାଲେଶ୍ୱର,ବରଗଡ ଓ ବଲାଙ୍ଗୀରରୁ ୬ଜଣ ଲେଖାଏଁ କେନ୍ଦୁଝରର ୪ଜଣ, ନୟାଗଡର ୩ ଓ କୋରାପୁଟ, ସମ୍ବଲପୁର, ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।
ସଙ୍କଟରେ…

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories