www.samajalive.in
Saturday, December 6, 2025
23.1 C
Bhubaneswar

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଗାୟନ ଶୈଳୀରେ ପରିବେଷିତ ହେବ ‘ବନ୍ଦେ ଉତ୍କଳ ଜନନୀ’; ଅବଧି ୨ ମିନିଟ୍ ୧୧ ସେକେଣ୍ଡ୍

ଭୁବନେଶ୍ବର : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟବାସୀଙ୍କ ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ସ୍ବୀକୃତି ଦେଇଛନ୍ତି। ଏଥିନେଇ ରାଜ୍ୟ କ୍ୟାବିନେଟ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଅଧିବେଶନରେ ଭାଷା ଓ ସଂସ୍କୃତି ବିଭାଗର ଏକ ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ଲାଗିଛି। ଆଜି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି ଯେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିବା ପରେ ଏହା ଗାନ କରିବାର ଅବଧି ସ୍ଥିର କରାଯାଇଛି। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଗାୟନ ଶୈଳୀରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯିବ ଏବଂ ଏହା ଗାନ କରିବାର ଅବଧି ୨ ମିନିଟ୍ ୧୧ ସେକେଣ୍ଡ ରହିବ। ‘ବନ୍ଦେ ଉତ୍କଳ ଜନନୀ’ ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ଅବଧି ହ୍ରାସ ହ୍ରାସ କରାଯାଇଛି। ତେବେ ଗୀତର ୬ଟି ପଦ ପୂର୍ବବତ୍ ରଖାଯାଇଛି ଓ ସମସ୍ତ ୬ଟି ପଦ ଗାନ କରାଯିବ। ତେବେ ଧାଡ଼ି ପୁନରାବୃତ୍ତି ହେବନାହିଁ। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଗାୟନ ଶୈଳୀରେ ‘ବନ୍ଦେ ଉତ୍କଳ ଜନନୀ’ ବୋଲାଯିବ। ଏହା ସରକାରୀ ଢାଞ୍ଚା ହେବ। ଏଥିରେ ପରିବର୍ତ୍ତନ ହେବ ନାହିଁ। ସେହି ଢାଞ୍ଚାରେ ସମସ୍ତେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବେ ବୋଲି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories