www.samajalive.in
Sunday, December 7, 2025
23.1 C
Bhubaneswar

ଭଗବାନ କୃଷ୍ଣ ଓ ବଳରାମଙ୍କ ବିରୁଦ୍ଧରେ ଅସୌଜନ୍ୟ ଟିପ୍ପଣୀ ପ୍ରତିବାଦରେ ମୁରାରୀ ବାପୁଙ୍କ ନାମରେ ଏତଲା

କଲମପୁର : ପ୍ରବଚକ ମୁରାରୀ ବାପୁ ହିନ୍ଦୁଙ୍କ ଆରାଧ୍ୟ ଦେବତା କୃଷ୍ଣ, ବଳରାମ ଏବଂ ଯଦୁକୂଳ ପ୍ରତି ଦେଇଥିବା ଅସୌଜନ୍ୟ ଟିପ୍ପଣୀ ପ୍ରତିବାଦରେ ସୋମବାର କଳାହାଣ୍ଡି ଜିଲା ଯୁବ ଯାଦବ ମହାସଭା ତରଫରୁ ଧର୍ମଗଡ ପୁଲିସ ଥାନାରେ ଏକ ଏତଲା ଦିଆଯାଇଛି। ଏହାସହ ତୁରନ୍ତ ମୁରାରୀ ବାପୁଙ୍କୁ ଗିରଫ କରିବା ପାଇଁ ଯୁବ ଯାଦବ ମହାସଭା ଦାବି କରିଛି।  ପ୍ରବଚକ ମୁରାରୀ ବାପୁଙ୍କ ଏଭଳି ମନ୍ତବ୍ୟ ପାଇଁ ସମଗ୍ର ଦେଶର ଯଦୁକୂଳ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ପ୍ରତ୍ୟେକ ଥାନାରେ ମୁରାରୀ ବାପୁଙ୍କ ବିରୁଦ୍ଧରେ ଏତଲା ଦିଆଯାଉଛି।

ଏହି କ୍ରମରେ କଳାହାଣ୍ଡି ଯୁବ ଯାଦବ ମହାସଭଆର ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଧର୍ମଗଡ ଥାନା ଅଧିକାରୀଙ୍କ ନିକଟରେ ପ୍ରବଚକ ମୋରାରୀ ବାପୁ ଆସ୍ଥା ନାମକ ଏକ ଟିଭି ଚେନେଲରେ ଶ୍ରୀକୃଷ୍ଣ, ବଳରାମ ଓ ଯଦୁକୂଳଙ୍କ ସମ୍ବନ୍ଧରେ ଅନେକ ଆପତି ଜନକ ଓ ଅପମାନସୁଚକ ଶବ୍ଦ ପ୍ରୟୋଗ କରିଛନ୍ତି, ଯାହା ଅକ୍ଷମଣୀୟ ଅପରାଧ। ଯାହା ଯଦୁକୂଳ ଓ କୃଷ୍ଣ ଭକ୍ତଙ୍କୁ ବ୍ୟଥିତ କରିଛି। ଏଭଳି ଶ୍ରୀକୃଷ୍ଣ ଓ ବଳରାମ ତଥା ଯାଦବ କୂଳଙ୍କୁ ଏଭଳି ଅପଶବ୍ଦ ବ୍ୟବହାର କରିବା ଘଟଣାକୁ ଅଖିଳ ଭଆରତୀୟ ଯୁବ ଯାଦବ ମହାସଭା ତିବ୍ର ନିନ୍ଦା କରିବା ସହ ତୁରନ୍ତ ମୁରାରୀ ବାପୁଙ୍କୁ ଗିରଫ କରିବା ପାଇଁ ଦାବି କରିଛି। ଯଦି ମୁରାରୀ ବାପୁଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଯୁବ ଯାଦବ ମହାସଭା ତରଫରୁ ଗାଁରୁ ସାଂସଦ ଯାଏ ଆନ୍ଦୋଳନ କରିବ।

- Advertisement -

ଶ୍ରୀକୃଷ୍ଣ ଙ୍କୁ ଫ୍ଲପ (ବିଫଳ) ଓ ବଳରାମ ଏକ ମଦ୍ୟପ ଯିଏକି ୨୪ ଘଣ୍ଟା ମଦ ନିଶାରେ ଚୁର ରହୁଥିବା ଏକ ଚେନେଲର ପ୍ରବଚନ କାର୍ଯ୍ୟକ୍ରମରେ କହିଥିଲେ। ଏହାସହ ଯଦୁକୂଳ ପ୍ରତି ମଧ୍ୟ ଅନେକ ଅପମାନ ସୁଚକ ଭାଷା ପ୍ରୟୋଗ କରିବା ଯାଦବ ମାନଙ୍କୁ ବ୍ୟଥିତ କରିଛି। ତେଣୁ ଯାଦବ ମାନଙ୍କ ନିକଟରେ ମୁରାରୀ ବାପୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଜିଲା ଯୁବ ଯାଦବ ମହାସଭାର ଉପସଭାପତି ସୁନିଲ କୁମାର ଧଙ୍ଗଡା ମାଝୀ ଏକ ପ୍ରେସ ବାର୍ତାରେ ଜଣାଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories