www.samajalive.in
Thursday, December 11, 2025
16.1 C
Bhubaneswar

କରୋନା ମୁକାବିଲା: ପାକ୍ ଗଣମାଧ୍ୟମରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା

ଲକ୍ଷ୍ନୌ: ଲଙ୍କାରେ ହରିଶବ୍ଦ ଶୁଣିବା ଆଶା ହୁଏତ ସତ ହୋଇପାରେ, ହେଲେ ପାକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଶୁଣିବା କେବେ ସମ୍ଭବ ନୁହେଁ । ମାତ୍ର କରୋନା ମୁକାବିଲାରେ ଉତ୍ତରପ୍ରଦେଶରେ ମୋଦି ସରକାର ଯେଉଁ କାର୍ଯ୍ୟ କରିଛି ସେପରି କାର୍ଯ୍ୟ ପାକିସ୍ତାନରେ ଇମ୍ରାନ ସରକାର କରିପାରି ନାହିଁ । ଏ କଥା ଆଉ କେହି ନୁହନ୍ତି, ଖୋଦ୍ ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି । ପାକିସ୍ତାନର ବହୁଳ ପ୍ରସାରିତ ଖବରକାଗଜ ‘ଡ଼ନ୍’ରେ ପ୍ରକାଶ ପାଇଛି ଏ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଆଉ ଖୋଦ୍ ସମ୍ପାଦକ ଫାହଦ ହୁସେନ ଯୋଗୀ ଆଦିତ୍ୟନାଥ କରୋନା ମୁକାବିଲା କରିବାରେ ଇମ୍ରାନଙ୍କଠାରୁ ଅଧିକ ସଫଳ ହୋଇଥିବା ନେଇ ପ୍ରଶଂସା କରିଛନ୍ତି । ଏପରିକି ଯୋଗୀ କରୋନା ବିରୋଧରେ ସଫଳତାର ସହ ଯେଉଁ  ଯୁଦ୍ଧ ଜାରି ରଖିଛନ୍ତି ତାହା ଇମ୍ରାନ ସରକାର କରିବାରେ ବିଫଳ ହୋଇଛନ୍ତି ବୋଲି ଫାହଦ ନିଜ ସମ୍ପାଦକୟରେ ଉଲ୍ଲେଖ କରିଛନ୍ତି ।

- Advertisement -

ପାକିସ୍ତାନର ଇଂରାଜୀ ଖବରକାଗଜ ‘ଡନ୍’ର ସମ୍ପାଦକ ଫାହଦ ହୁସେନ୍ କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ ଯୋଗୀ ଏବଂ ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକୁ ଟ୍ୱିଟରରେ ତୁଳନା କରିଛନ୍ତି ।  କରୋନା ଯୁଦ୍ଧରେ ଯୋଗୀଙ୍କ କାର୍ଯ୍ୟକୁ  ଇମ୍ରାନଙ୍କ କାର୍ଯ୍ୟ ସହ ତୁଳନା କରି କରୋନା ବିରୁଦ୍ଧରେ ଯୋଗୀଙ୍କ କାର୍ଯ୍ୟ ଇମ୍ରାନ ଖାନଙ୍କ କାର୍ଯ୍ୟଠାରୁ ବହୁ ଆଗରେ ବୋଲି କହିଛନ୍ତି ।

ଏହି ଅବସରରେ ଫାହଦ ନିଜ ଟ୍ବିଟର ହ୍ୟାଣ୍ଡଲରେ ଉତ୍ତରପ୍ରଦେଶ ଓ ପାକିସ୍ତାନକୁ ନେଇ ଏକ ତୁଳନାତ୍ମକ ଗ୍ରାଫ୍ ପୋଷ୍ଟ କରିଛନ୍ତି । ଉତ୍ତରପ୍ରଦେଶ ଓ ପାକିସ୍ତାନର ଲୋକସଂଖ୍ୟା, ଜନଘନତ୍ବ, କରୋନା ସଂକ୍ରମଣ ଓ ମୃତ୍ୟୁ ପ୍ରସଙ୍ଗ ଏଥିରେ ତୁଳନା କରାଯାଇଛି । ପାକିସ୍ତାନର ଜନଘନତ୍ବ ଉତ୍ତରପ୍ରଦେଶଠାରୁ କମ୍ ଓ ମୁଣ୍ଡପିଛା ଆୟ ମଧ୍ୟ ଅଧିକ । ଏହା ସତ୍ତ୍ବେ ଉତ୍ତରପ୍ରଦେଶ ଯୋଗୀ ସରକାର ଯାହା କରିପାରିଛି ତାହା ଇମ୍ରାନ ସରକାର କରିବାରେ ସଫଳ ହୋଇନାହିଁ । ଯେଉଁଥିଲାଗି ମୃତ୍ୟୁ ସଂଖ୍ୟା ଓ ସଂକ୍ରମଣ ସଂଖ୍ୟାରେ ମଧ୍ୟ ପାର୍ଥକ୍ୟ ଅନୁଭୂତ ହୋଇଛି ବୋଲି ଫାହଦ କହିଛନ୍ତି ।

 

ଏହି ଅବସରରେ ସେ ମହାରାଷ୍ଟ୍ର ଓ ପାକିସ୍ତାନ ସହ ତୁଳନା କରିଛନ୍ତି । ଏହି ରାଜ୍ୟର ଲୋକସଂଖ୍ୟା ପାକିସ୍ତାନର ଲୋକସଂଖ୍ୟା ସହ ପ୍ରାୟ ସମାନ । ଏଠାରେ ମୁଣ୍ଡପିଛା ଆୟ ପାକିସ୍ତାନ ଓ ଉତ୍ତରପ୍ରଦେଶଠାରୁ ଅଧିକ । ମାତ୍ର ଉତ୍ତରପ୍ରଦେଶ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବାବେଳେ ମହାରାଷ୍ଟ୍ର ବିଫଳ ହୋଇଛି । ଉତ୍ତରପ୍ରଦେଶର କେଉଁ ନିଷ୍ପତ୍ତି ସଫଳ ଓ ମହାରାଷ୍ଟ୍ରର କେଉଁ ନିଷ୍ପତ୍ତି ବିଫଳ ହୋଇଛି ତାହାକୁ ବ୍ୟଖ୍ୟା କରିଛନ୍ତି ଡ଼ନ୍ ସମ୍ପାଦକ ଫାହଦ୍ । 

ୟୁପି ଏବଂ ପାକିସ୍ତାନର ଜନସଂଖ୍ୟା ପ୍ରାୟ ସମାନ । ତଥ୍ୟ ଅନୁଯାୟୀ, ଉତ୍ତରପ୍ରଦେଶର ଜନସଂଖ୍ୟା ୨୩.୧୫ କୋଟି ଏବଂ  ୧୦୫୩୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି ଓ ୨୭୫ ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନରେ ଏହି ମହାମାରୀରେ ୯୮ ହଜାର ୯୪୩ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ମୃତ୍ୟୁସଂଖ୍ୟା ୨ ହଜାର ଅତିକ୍ରମ କରିଛି ।

 

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories