www.samajalive.in
Monday, December 8, 2025
27.1 C
Bhubaneswar

ଓଡିଶା ପାଇଁ ଗୌରବ ସାଉଁଟୁଛନ୍ତି କଣ୍ଠଶିଳ୍ପୀ ଏଲ୍‍.ନିତେଶ କୁମାର

ଦେବଗଡ଼ : ଅଭିନବ କଣ୍ଠଶ୍ୱର ଓ ସଙ୍ଗୀତ ଉପସ୍ଥାପନା ପାଇଁ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଦେବଗଡ ମାଟିର ଯୁବ କଣ୍ଠଶୀଳ୍ପୀ ଏଲ୍‍.ନିତେଶ କୁମାର ସଂପ୍ରତ୍ତି କରୋନା ମହାମାରୀରୁ ରକ୍ଷା ପାଇବା ନିମନ୍ତେ ନିଜର ଭଜନ ମାଧ୍ୟମରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଦେବଗଡର ସୁପ୍ରସିଦ୍ଧ ଯୁବ କଣ୍ଠଶୀଳ୍ପୀ ନିତେଶ କୁମାର ଭାରତର ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ସଞ୍ଜୟ ରାଜ ଗୋରୀ ନନ୍ଦନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ସାଇ ବାବା’ଙ୍କ ଭଜନ ପରିବେଷଣ କରି ବେଶ୍ ଲୋକପ୍ରିୟତା ଅର୍ଜନ କରୁଥିବା ବେଳେ ତାଙ୍କର ଭଜନ ଉଭୟ ଦର୍ଶକ ଓ ଶ୍ରୋତା ମଣ୍ଡଳୀଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଛି। ନିତେଶ କୁମାର ସାଉଥ ଆଫ୍ରିକା ମ୍ୟୁଜିକସିଆନ ଏସୋସିଏସନର ଆମନ୍ତ୍ରଣ କ୍ରମେ ଅନଲାଇନରେ ଲାଇଭ ଭଜନ ପରିବେଷଣ କରି ବେଶ ପ୍ରଶଂସା ସାଉଁଟିଛନ୍ତି। ଆଗାମୀ ଦିନରେ ସେ ଲଣ୍ଡନ, ଅଷ୍ଟ୍ରେଲିଆ ଓ ହୋଲାଣ୍ଡରେ ରହୁଥିବା ସଂଗୀଥ ପ୍ରେମୀ ଓ ପ୍ରବାସୀ ଭାରତୀୟଙ୍କ ପାଇଁ ଅନଲାଇନରେ ସଙ୍ଗୀତ ପରିବେଷଣ କରିବାର କାର୍ୟକ୍ରମ ରହଛି। ଇତି ମଧ୍ୟରେ ସେ ‘ଦୂରଦର୍ଶନ ଉତ୍ତର ପ୍ରଦେଶ’ରେ କୋଭିଡ-୧୯ ପାଇଁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ‘ଜାନ୍‍ ଭି ଜାହାନ୍‍ ଭି’କାର୍ୟ୍ୟକ୍ରମରେ ସ୍ୱତନ୍ତ୍ର ସାକ୍ଷାତକାରରେ ସଂଗୀତ ପରିବେଷଣ କରି ଦର୍ଶକ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ସେ ଭାରତର ପ୍ରଖ୍ୟାତ ତବଲା ବାଦକ ଡକ୍ଟର ତାପସ ପାଲଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିବାର କାର୍ୟ୍ୟକ୍ରମ ରହିଥିବା ବେଳେ ଇତି ମଧ୍ୟରେ ସେ ପଶ୍ଚିମ ଓଡିଶାର ବାଦ୍ୟ ତାଳରେ ହିନ୍ଦୀ ଭଜନ ରେକର୍ଡ କରିସାରିଛନ୍ତି। ଯାହାକି ଖୁବଶୀଘ୍ର ଟି-ସିରିଜ ମ୍ୟୁଜିକରେ ମୁକ୍ତଲାଭ କରିବାକୁ ଯାଉଛି ବୋଲି ଶ୍ରୀ ନିତିଶ କୁମାର ସୂଚନା ଦେଇଛନ୍ତି। ଏଥିସହ ଏହି ସମ୍ବଦେନ ଶୀଳ ସମୟରେ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସମସ୍ତ ନୀତି ନିୟମକୁ।ପଳନ କରିବାସହ ପ୍ରତ୍ୟହ ଯୋଗ ଓ ବ୍ୟାୟାମ ଦ୍ୱାରା ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାସହ ପରସ୍ହପରକୁ ସାହାଯ୍ୟ ସହଯୋଗ କରି କରୋନା ଯୁଦ୍ଧରେ ବିଜୟୀ ହେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ତାଙ୍କର ଅଧିକ ସଫଳତା ଓ ଲୋକ ପ୍ରିୟତା ନିମନ୍ତେ ଦେବଗଡ ଜିଲ୍ଲାବାସୀ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ,ଦେବଗଡ ସହର ଲାଲୁସାହିର ପ୍ରେମରାଜ ସାହୁ ଓ ଲଳିତା ସାହୁଙ୍କ ସୁପୁତ୍ର ନିତେଶ ଏବେ ମୁମ୍ବାଇରେ ରହି ପ୍ରଖ୍ୟାତ ଭଜନ ଗାୟକ ପଦ୍ମଶ୍ରୀ ଅନୁପ ଜଲୋଟାଙ୍କ ଶିଷ୍ୟତ୍ୱ ଲାଭ କରିବା ସହ ତାଙ୍କ ଗୁରୁକୁଳରେ ସଙ୍ଗୀତ ଶିକ୍ଷା ଦାନ ମଧ୍ୟ କରୁଛନ୍ତି।ଏଥିସହ ପଦ୍ମଶ୍ରୀ ଶ୍ରୀ ଜଲୋଟାଙ୍କ ସହ ଦେଶର ବିଭିନ୍ନ ସମ୍ମାନ ଜନକ ମଂଚରେ ବସି ଏକାଧିକ ଭଜନ ପରିବେଷଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏପରିକି ନିତେଶ ପ୍ରଥମ ଓଡିଆ କଣ୍ଠ ଶିଳ୍ପୀ ଭାବେ ଅନୁପ ଜଲୋଟାଙ୍କ ସହ ଏକାଧିକ ଡୁଏଟ ଭଜନ ପରିବେଷଣ କରିବାର ଗୌରବ ଅର୍ଜନ କରିଛନ୍ତି। ନିତେଶ କିଛିଦିନ ପୂର୍ବେ ଗୁରୁଙ୍କ ସହ ଗାଇଥିବା ଶ୍ରୀଜଗନ୍ନାଥଙ୍କ ଓଡିଆ ଭଜନ ‘ଶ୍ରୀ ମନ୍ଦିରରେ ଶ୍ରୀ ମହାପ୍ରସାଦ’ଏବେ ଶ୍ରୋତା ଓ ଦର୍ଶକ ମହଲରେ ବେଶ ଆଦୃତ ହୋଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ନିତେଶ ଭାରତର ଅନ୍ୟତମ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୁରେଶ ୱାଡକରଙ୍କ ସହ ମିଳିତ ଭାବେ ୧୦୮ ଥର ‘ଓଁ ନମଃ ଶିବାୟଃ’ମନ୍ତ୍ର ରେକର୍ଡ କରିଥିବା ଜଣାପଡିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories