www.samajalive.in
Saturday, December 13, 2025
26.1 C
Bhubaneswar

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୫୬୮୩.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି (ଆଦିଆ)

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଆବୁଧାବି ଇନଭେଷ୍ଟମେଂଟ୍ ଅଥରିଟି (ଆଦିଆ)ର ଏକ ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଜିଓ ପ୍ଲାଟଫର୍ମସ୍‌ରେ ୫୬୮୩.୫୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜେସ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଆଦିଆର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୧.୧୬ ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଏହି ନିବେଶ ସହିତ ସାତ ସପ୍ତାହରୁ କମ୍ ସମୟ ଭିତରେ ଫେସବୁକ୍‌, ସିଲ୍‌ଭର ଲେକ୍‌, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଟ୍‌ଲାଣ୍ଟିକ୍‌, କେକେଆର୍‌, ମୁବାଦଲା ଓ ଆଦିଆ ଭଳି ଅଗ୍ରଣୀ ବିଶ୍ୱସ୍ତରୀୟ ନିବେଶକଙ୍କ ଠାରୁ ଜିଓ ପ୍ଲାଟଫର୍ମସ୍ ୯୭,୮୮୫.୬୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି । ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।

- Advertisement -

୧୯୭୬ରେ ସ୍ଥାପିତ ହୋଇଥିବା ଆଦିଆ ହେଉଛି ବିଶ୍ୱ ସ୍ତରୀୟ ବିବିଧ ପୁଞ୍ଜିନିବେଶ ସଂସ୍ଥା ଯାହା ଦୀର୍ଘମିଆଦୀ ମୂଲ୍ୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆବୁଧାବି ସରକାରଙ୍କ ତରଫରୁ ପାଣ୍ଠି ନିବେଶ କରିଥାଏ । ଆଦିଆ ଦୁଇ ଡଜନରୁ ଅଧିକ ସମ୍ପତ୍ତି ଶ୍ରେଣୀ ଓ ଉପ-ବର୍ଗ ଭଳି ବିବିଧତା ରହିଥିବା ଏକ ବିଶ୍ୱସ୍ତରୀୟ ନିବେଶ ପୋର୍ଟଫୋଲିଓର ପରିଚାଳନା କରୁଛି ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ସାରା ବିଶ୍ୱରେ ସଫଳ ଦୀର୍ଘମିଆଦୀ ପୁଞ୍ଜିନିବେଶ କ୍ଷେତ୍ରରେ ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟର ଟ୍ରାକ୍ ରେକର୍ଡ ରହିଥିବା ଆଦିଆ ଜିଓ ପ୍ଲାଟଫର୍ମସ୍ ସହିତ ସହଭାଗିତା ସ୍ଥାପନ କରି ଭାରତକୁ ଡିଜିଟାଲ୍ କ୍ଷେତ୍ରରେ ଅଗ୍ରଣୀ କରିବା ଓ ଅନ୍ତୁର୍ଭୁକ୍ତୀକରଣ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବା ନେଇ ଜିଓର ରହିଥିବା ଲକ୍ଷ୍ୟରେ ସାମିଲ୍ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଏହା ହେଉଛି ଆମ ବ୍ୟବସାୟ କୌଶଳ ଓ ଭାରତରେ ଥିବା ବ୍ୟାପକ ସୁଯୋଗର କରିଚାୟକ ଏବଂ ଏକ ଦୃଢ଼ ସ୍ୱୀକୃତି ।’’

ହମାଦ ଶାହୱାନ ଅଲ୍‌ଧାହେରି, କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ, ପ୍ରାଇଭେଟ୍ ଇକ୍ୱିଟି ବିଭାଗ, ଆଦିଆ କହିଛନ୍ତି ଯେ, “ଭାରତର ଡିଜିଟାଲ ବିପ୍ଳବର ଅଗ୍ରଦୂତ ହେଉଛି ଜିଓ ପ୍ଲାଟଫର୍ମସ, ଯାହା ପ୍ରମୁଖ ସାମାଜିକ ଅର୍ଥନୈତିକ ବିକାଶ ଓ ଲୋକମାନଙ୍କ ଜୀବନ ଓ କାର୍ୟ୍ୟ ଉପରେ ପ୍ରଯୁକ୍ତିର ଯୁଗାନ୍ତକାରୀ ପ୍ରଭାବ ଯୋଗୁଁ ଲାଭବାନ ହେବାକୁ ଯାଉଛି । ବ୍ୟବସାୟରେ ଦ୍ରୁତ ଅଭିବୃଦ୍ଧି, ଯାହା ନିଜକୁ ମାତ୍ର ଚାରି ବର୍ଷରେ ବଜାରରେ ଅଗ୍ରଣୀ ଭାବେ ଉପସ୍ଥାପିତ କରିପାରିଛି ଏବଂ ଦକ୍ଷତାପୂର୍ଣ୍ଣ କାର୍ୟ୍ୟକାରିତା ବଳରେ ଦୃଢ଼ ଟ୍ରାକ୍ ରେକର୍ଡ ସହିତ ସୂଦୃଢ ହୋଇଛି । ଜିଓରେ ଆମର ପୁଞ୍ଜିନିବେଶ ବିଶ୍ୱସ୍ତରରେ ବଜାରର ଅଗ୍ରଣୀ କଂପାନି ଏବଂ ଦକ୍ଷତା ପ୍ରମାଣିତ କରିଥିବା ସହଯୋଗୀଙ୍କ ଠାରେ ନିବେଶ କରିବା ପାଇଁ ଆଦିଆର ରହିଥିବା ଆଂଚଳିକ ଏବଂ କ୍ଷେତ୍ରଭିତ୍ତିକ ବିଶେଷତା ଚିହ୍ନଟ କରିବାର ଦକ୍ଷତାକୁ ପ୍ରତିଫଳିତ କରୁଛି ।”

ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମଂଜୁରି ଉପରେ ନିର୍ଭରଶୀଳ । ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories