www.samajalive.in
Sunday, December 14, 2025
26.1 C
Bhubaneswar

ସଟଡାଉନ : ଖପ୍ରାଖୋଲ ସମ୍ପୂର୍ଣ୍ଣ ବନ୍ଦ

ଖପ୍ରାଖୋଲ : କରୋନା ମୁକାବିଲା ପାଇଁ ଦୀର୍ଘ ଅଢେଇ ମାସ ହେଲା ସରକାର ବିଭିନ୍ନ ପ୍ରକାର କଟକଣା ଜାରି ରଖିଛନ୍ତି। ତଥାପି ରାଜ୍ୟ ତଥା ବଲାଙ୍ଗିର ଜିଲ୍ଲା ରେ ସଂକ୍ରମଣ ବୃଦ୍ଧି ପାଉଛି। ଜୁନ ମାସରେ ଅଧିକ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ବଲାଙ୍ଗିର ଜିଲ୍ଲା ସମେତ ୧୧ ଟି ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି। ଶନିବାର ଖପ୍ରାଖୋଲ ସଟଡାଉନ ରହିବା ସହିତ ରବିବାର ଖପ୍ରାଖୋଲ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ସହିତ ରାସ୍ତାଘାଟ ଶୂନଶାନ ରହିଥିଲା। କେବଳ ଔଷଧ ଦୋକାନକୁ ଛାଡି ଦେଲେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ବନ୍ଦ ଯୋଗୁଁ ଜନସାଧାରଣ ଘରୁ ବାହାରିନଥିଲେ। ଖପ୍ରାଖୋଲ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇ ପେଟ୍ରୋଲିଂ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories