www.samajalive.in
Friday, December 12, 2025
16.1 C
Bhubaneswar

ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରିବା ପାଇଁ ସପ୍ତାହକୁ ଥରେ ଆପଣାନ୍ତୁ ଏହି ଉପାୟ

ତ୍ୱଚାର ଚମକ ବୃଦ୍ଧି ପାଇଁ , ସୁନ୍ଦରତା ବଜାୟ ରଖିବା ପାଇଁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଘରେ ସରଳ ଉପାୟ ଅବଲମ୍ବନ କରି ଆପଣ ନିଜ ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରି ପାରିବେ। ସେଭଳି କେତେକ ସରଳ ଉପାୟ ମଧ୍ୟରୁ ଗୋଟିଏ ହେଉଛି ଖିର ଫେସିଆଲ୍। ସପ୍ତାହକୁ ଥରେ ଏହି ଫେସିଆଲ୍ କରିବା ଦ୍ୱାରା ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ। ଜାଣନ୍ତୁ ଏହାର ପ୍ରଣାଳୀ ………
ପ୍ରଥମ ପ୍ରଣାଳୀ – ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ପୋଛି ଦିଅନ୍ତୁ। ଏହାପରେ କ୍ଷୀରରେ ସାମାନ୍ୟ ଲେମ୍ବୁ ରସ ମିଶାଇ, ଏହାକୁ ତୁଳା ଦ୍ୱାରା ନିଜ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। କିଛି ସମୟ ମାଲିସ କରିବା ପରେ ମୁହଁକୁ ଧୋଇ ଦିଅନ୍ତୁ।
୨ୟ ପ୍ରଣାଳୀ – ଏବେ ଖିରରେ ଅଳ୍ପ ଦହି , ଚିନି ମିଶାଇ ଭଲ ଭାବେ ମୁହଁକୁ ୧୦ ରୁ ୧୨ ମିନିଟ ମାଲିସ କରନ୍ତୁ। ଏହାପରେ ମୁହଁକୁ ଧୋଇ ପୋଛି ଦିଅନ୍ତୁ।
୩ୟ ପ୍ରଣାଳୀ – ଗ୍ୟାରେ ଏକ ପାତ୍ରରେ ଉଷୁମ ପାଣି କରି ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ। ଏହାପରେ ଏହି ପାଣିରେ ଏକ ଛୋଟ ପତାଳା ତଉଲିଆକୁ ବୁଡ଼ାଇ ଭଲ ଭାବେ ଚୁପୁଡ଼ି ଏହାକୁ ମୁହଁ ପୋଛିବା ଭଳି କରନ୍ତୁ। ୨ ରୁ ୩ ଥର ଏଭଳି କରନ୍ତୁ।
୪ର୍ଥ ପ୍ରଣାଳୀ – ୪ ରୁ ୫ ଚାମଚ ଖିରରେ ଅଳ୍ପ ହଳଦୀ, ବେସନ, ମହୁ, ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ରୁ ୨୫ ମିନିଟ ରଖନ୍ତୁ। ଏପରେ ମୁହଁ ଧୋଇ ଦିଅନ୍ତୁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories