www.samajalive.in
Friday, December 12, 2025
23.1 C
Bhubaneswar

ଦାରୁବ୍ରହ୍ମଙ୍କ ସ୍ନାନଜଳ ବିକ୍ରି ଅଭିଯୋଗ

ପୁରୀ : ବିକ୍ରି ହେଉଛି ଦାରୁବ୍ରହ୍ମଙ୍କ ସ୍ନାନଜଳ। କେତେକ ସେବକ କାଚ ବୋତଲରେ ସ୍ନାନଜଳ ଭର୍ତ୍ତିକରି ଆଗ୍ରହୀ ବ୍ୟକ୍ତିଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସ୍ନାନପୂର୍ଣ୍ଣିମା ତିଥିରେ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ସ୍ନାନପାଇଁ ସୁନାକୂଅରୁ ସଂଗୃହୀତ ଜଳ ବାହାରେ ବିକ୍ରିହେବା ଘଟଣା ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କେତେକ ସେବକ ଅଧାଜଳ ଶ୍ରୀଜୀଉଙ୍କ ସ୍ନାନପାଇଁ ରୁପାପିଙ୍ଗଣରେ ଦେଇ ଆଉ ଅଧେ ଗଡୁରେ ଘରକୁ ନେଇଥିବା​‌ କୁହାଯାଉଛି। ଚୁଆ, ଚନ୍ଦନ, କର୍ପୂର, କେଶର ମିଶ୍ରିତ ସ୍ନାନଜଳ ଏବେ ବାହାରେ ବୁଲୁଛି। ଏହାଦ୍ବାରା ଶାସ୍ତ୍ରୀୟ ବିଧିବ୍ୟବସ୍ଥା ଉଲ୍ଲଙ୍ଘନ ହୋଇଥିବା କେତେକ ଗବେଷକ ମତ ଦେଇଛନ୍ତି। ପରମ୍ପରା ଅନୁଯାୟୀ ଉତ୍ତରଦ୍ବାର ନିକଟସ୍ଥ ଶୀତଳାଙ୍କ ମନ୍ଦିର ସମ୍ମୁଖରେ ଥିବା ସୁନାକୂଅରୁ ଶ୍ରୀଜୀଉଙ୍କ ସ୍ନାନପାଇଁ ୧୦୮ଗଡୁ ଜଳ ଅଣାଯାଏ। ସ୍ନାନପୂର୍ଣ୍ଣିମା ଦିନ ପୂଜାପଣ୍ଡା ସେବକ ସୁନାକୂଅ ଜଳ ସଂସ୍କାର କରନ୍ତି। ଜଳଲାଗି ସମୟରେ ହୋଇଥିବା ସ୍ନାନଜଳ ସଂଗ୍ରହରେ ଚଳିତବର୍ଷ ବ୍ୟତିକ୍ରମ କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରୀଜୀଉଙ୍କ ସ୍ନାନପାଇଁ ଉଦ୍ଦିଷ୍ଟ ଜଳରେ ଆଉକିଛି ଜଳ ମିଶାଇ କେତେକ ସେବକ ତାହାକୁ ବିକ୍ରି କରୁଥିବା ଜଣାପଡିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ମତାମତ ପାଇଁ ତାଙ୍କ ମୋବାଇଲ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନାହିଁ। ସ୍ନାନଜଳ ବିକ୍ରି ଅଭିଯୋଗ ସମ୍ପର୍କରେ ଶ୍ରୀମନ୍ଦିର ଗରାବଡୁ ନିଯୋଗ ସମ୍ପାଦକ ରଜତ କୁମାର ପ୍ରତିହାରୀଙ୍କୁ ପଚାରିବାରୁ ଏହା କପୋଳକଳ୍ପିତ ଏବଂ ଭିତ୍ତିହୀନ ବୋଲି ସେ ମତ ଦେଇଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories