ଭୁବନେଶ୍ବର :ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଦ୍ବିତୀୟବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକ ଆଜି ଅନୁଷ୍ଠିତ ହେବ। ରବିବାର ସତ୍ତ୍ବେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢ଼େ ଗୋଟାଏରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟରେ ସ୍ବାସ୍ଥ୍ୟ,ଶ୍ରମ,ଅର୍ଥ,କୃଷି, ଶିଳ୍ପ, ପଞ୍ଚାୟତିରାଜ ଓ ସାଧାରଣ ପ୍ରଶାସନ ବିଭାଗର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। କରୋନା ମୁକାବିଲା ଓ ପ୍ରବାସୀଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଆଜିର କ୍ୟାବିନେଟର ବହୁ ଗୁରୁତ୍ବ ରହିଛି ବୋଲି କୁହାଯାଉଛି।
Popular Categories



