www.samajalive.in
Friday, December 12, 2025
14.1 C
Bhubaneswar

ମୁଣ୍ଡ ଟେକିଲାଣି ଖଲିସ୍ତାନ ଆନ୍ଦୋଳନ

ଅମୃତସର : ସ୍ବର୍ଣ୍ଣମନ୍ଦିରରେ ‘ବ୍ଲୁ ଷ୍ଟାର ଅପରେସନ୍‌’ର ୩୬ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଶନିବାର ଖଲିସ୍ତାନ ସପକ୍ଷବାଦୀ ​‌େ​‌ସ୍ଲାଗାନ୍‌ ଶୁଣାଯାଇଛି। ପୂର୍ବତନ ସାଂସଦ ତଥା ଅକାଳି ନେତା ସିମରନ୍‌ଜିତ୍‌ ସିଂହ ମାନ୍‌ଙ୍କ ପୁଅ ତଥା ଶିରୋମଣି ଅକାଳି ଦଳ (ଅମୃତସର) ନେତା ଇମାନ୍‌ ସିଂହ ମାନ୍‌ଙ୍କ ନେତୃତ୍ବରେ ପ୍ରାୟ ୧୦୦ ଶିଖ ଅକଲତାଖ୍‌ତ ପରିସରରେ ଏହି ସ୍ଲୋଗାନ ଦେଇଛନ୍ତି। ଅକଲ ତାଖତ୍‌ ହେଉଛି ଶିଖମାନଙ୍କର ସର୍ବୋଚ୍ଚ ଧାର୍ମିକ ନୀତିନିର୍ଦ୍ଧାରଣ ସଂସ୍ଥା। ଅକଲ ତାଖତ୍‌ର ସମାନ୍ତରାଳ ନେତା (ଜାଠେଦାର) ଧ୍ୟାନ୍‌ ସିଂହ ମାନ୍‌ ଘଟଣାସ୍ଥଳରେ ଉପସ୍ଥିତ ସମର୍ଥକଙ୍କୁ ଖଲିସ୍ତାନ ଗଠନ ସପକ୍ଷରେ ଉଦ୍‌ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିଖ କଠୋରପନ୍ଥୀ ସଂଗଠନ ‘ଦମଦମୀ ତକସଲ’ର ନେତା ତଥା ଅକଲ ତାଖତ୍‌ ଜାଠେଦାର ଜ୍ଞାନୀ ହରପ୍ରୀତ୍‌ ସିଂହ, ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟି (ଏସ୍‌ଜିପିସି) କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା। ୧୯୮୪ରେ ଖଲିସ୍ତାନ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ହୋଇଥିବା ଅପରେସନ୍‌ରେ ମୃତକଙ୍କ ପରିବାରକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସମୟରେ ବହୁତ ପୁଲିସ କର୍ମଚାରୀ ଉପସ୍ଥିତି ସତ୍ତ୍ବେ କରୋନା ମାର୍ଗଦର୍ଶିକାର ଉଲ୍ଲଙ୍ଘନ କରି ୧୦୦୦ରୁ ଅଧିକ ଖଲିସ୍ତାନ ସମର୍ଥକ ଏଥିରେ ସାମିଲ ​ହୋଇଥିଲେ। ମନ୍ଦିର ପ୍ରବେଶ ନେଇ ପୁଲିସ ଓ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଓ ଏଥିରେ ମାନ୍‌ ସାମାନ୍ୟ ଆହତ ହୋଇଛନ୍ତି। ପୂର୍ବାହ୍ଣରେ ବହୁ ସଂଖ୍ୟକ ଲୋକଙ୍କୁ ସକାଳେ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯାଇ ନ ଥିଲା। ଗଣ୍ଡଗୋଳ ପରେ ପୁଲୁିସ ସମସ୍ତଙ୍କୁ ପ୍ରବେଶ ଅନୁମତି ମିଳିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories