www.samajalive.in
Friday, December 12, 2025
14.1 C
Bhubaneswar

ପ୍ରମାଣ ଥିଲେ ଆଗକୁ ବଢ଼, ଶସ୍ତା ରାଜନୀତି କରନାହିଁ : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : କୋଭିଡ଼-୧୯ ମୁକାବିଲା କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସାଜ ସରଞ୍ଜାମ କିଣା ଯାଇଛି ବା ନିଷ୍ପତ୍ତି ନିଆଯାଇଛି ସେଥିରେ କୌଣସି ବ୍ୟତିକ୍ରମ ହୋଇନାହିଁ। ଯଦି କୌଣସି ବ୍ୟକ୍ତି ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ତେବେ ସେ ଆଇନର ଆଶ୍ରୟ ନେଇପାରିବେ। ସବୁପ୍ରକାର ଆହ୍ବାନକୁ ରାଜ୍ୟ ସରକାର ମୁକାବିଲା କରିବାପାଇଁ ପ୍ରସ୍ତୁତ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।
ଶନିବାର ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ କୋଭିଡ଼ ଯୋଦ୍ଧାଙ୍କୁ ନେଇ ଅପପ୍ରଚାର ଚାଲିଛି। ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଯାହାସବୁ ନିଷ୍ପତ୍ତି ନେଇଛନ୍ତି ବା ସରଞ୍ଜାମ କିଣିଛନ୍ତି ଏଥିରେ ଅନିୟମିତତା ହୋଇନାହିଁ। ମାତ୍ର କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ସରକାରଙ୍କୁ ବଦନାମ କରିବାକୁ ବାହାରିଛନ୍ତି। ଏହାଦ୍ବାରା କୋଭିଡ଼ ଯୋଦ୍ଧା ନିରୁତ୍ସାହିତ ହେବେ। ଚଳିତବର୍ଷ କରୋନା ମହାମାରୀ ବିଶ୍ବରେ ଦେଖାଦେବା ବେ‌ଳେ କେହି ଏହା ସମ୍ପର୍କରେ ଜାଣି ନଥିଲେ। ଏହାକୁ ମୁକାବିଲା କରିବାପାଇଁ ବିକାଶଶୀଳ ରାଷ୍ଟ୍ରଗୁଡିକ ମାସ୍କ, ପିପିଇ ଓ ଭେଣ୍ଟିଲେଟର ପ୍ରଭୃତି କିଣିବା ଆରମ୍ଭ କଲେ। ହେଲେ ସେମାନେ ଅନ୍ୟ ଦେଶକୁ ରପ୍ତାନି କଲେ ନାହିଁ।
ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ନିଷ୍ପତ୍ତି ଓ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତି ଓ ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାହାସବୁ ପଦକ୍ଷେପ ନେଇଛନ୍ତି ସେଥିରେ କୌଣସି ବ୍ୟତିକ୍ରମ ହୋଇନାହିଁ, ବରଂ ଆଜି ଓଡ଼ିଶା କରୋନା ମୁକାବିଲା କରିବାପାଇଁ ସକ୍ଷମ ହୋଇପାରିଛି ବହୁ ଯନ୍ତ୍ରପାତି ମହଜୁଦ୍ ରହିଛି ବୋଲି ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ମାସ୍କ ଓ ପିପିଇ ପ୍ରଭୃତି ଯନ୍ତ୍ରାଂଶ କିଣା ନେଇ ରାଜ୍ୟ ଔଷଧ ନିଗମ ବ୍ୟାପକ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା।
ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସ କହିଛନ୍ତି ଯେ ଆଜି ମଧ୍ୟ କରୋନା ଯୁଦ୍ଧ ଶେଷ ହୋଇନାହିଁ। ଏଭଳି ପରିସ୍ଥିତିରେ ଭିତ୍ତିହୀନ ପ୍ରଚାର ନକରି ଜନସାଧାରଣଙ୍କ ହିତ ପାଇଁ ଶସ୍ତା ରାଜନୀତିଠାରୁ ଦୂରେଇ ରହିବା ଆବଶ୍ୟକ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories