www.samajalive.in
Monday, December 8, 2025
24.1 C
Bhubaneswar

ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ ଚତୁର୍ଥ ପର୍ଯ୍ୟାୟ, ଜୀବନ ପାଇଁ ଜୀବିକାକୁ ବଞ୍ଚାଇ ରଖିବାକୁ ପଡ଼ିବ: ସୁବ୍ରତ୍ ବାଗ୍‌ଚୀ

ଭୁବନେଶ୍ବର: କରୋନାର ପ୍ରତିରୋଧ ଅଛି କିନ୍ତୁ ପ୍ରତିଷେଧକ ନାହିଁ। କରୋନା ନିମୋନିଆ ଭଳି ଏକ ରୋଗ ସତ, କିନ୍ତୁ ଏହା ବିଜୁଳି ବେଗରେ ବ୍ୟାପେ। କରୋନାରେ ସର୍ବାଧିକ ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେଉଛି। ସ୍ୱଚ୍ଛତା, ସାମାଜିକ ଦୂରତ୍ୱ, ଗର୍ଭବତୀ, ବୃଦ୍ଧଙ୍କୁ ଦୂରରେ ରଖିପାରିଲେ ଆମେ କରୋନାରୁ ମୁକ୍ତି ପାଇପାରିବା। ରାଜ୍ୟ ସରକାର ସେତେବେଳେ ୮ଟି ସହର ୫ଟି ଜିଲ୍ଲାରେ ଲକଡାଉନ ଘୋଷଣା କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରନ୍ତା, ଦ୍ବିତୀୟ ପର୍ଯ୍ୟାୟରେ ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଫେରନ୍ତା, ତୃତୀୟ ପର୍ଯ୍ୟାୟରେ ବାହାର ରାଜ୍ୟର ଫେରନ୍ତାଙ୍କ ପାଇଁ ରାଜ୍ୟରେ କରୋନା ବ୍ୟାପିଛି। ତେଣୁ ଚତୁର୍ଥ ପର୍ଯ୍ୟାୟ ଆମ ସମସ୍ତଙ୍କର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ୍‌ ବାଗ୍‌ଚୀ କହିଛନ୍ତି। ପ୍ରଥମ ୩ଟି ପର୍ଯ୍ୟାୟ ପରେ ଆସିଛି ଜୁନ ମାସ। ରାଜ୍ୟରେ ଜୁନ୍‌ ମାସରେ କରୋନା ସଂକ୍ରମଣ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିପାରେ। ଏହି ମାସରେ ହିଁ ସର୍ବାଧିକ ସଂକ୍ରମଣର ଆଶଙ୍କା ରହିଛି। ସଙ୍ଗରୋଧ, ମାର୍ଗଦର୍ଶିକା ଅନୁପାଳନ, ଆତ୍ମସଂଯମ ହିଁ ଏହି ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଏକମାତ୍ର ବିକଳ୍ପ। ତେଣୁ ଏହି ସମୟ ମଧ୍ୟରେ ରାଜ୍ୟବାସୀ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି।

- Advertisement -

ଏହି ଚତୁର୍ଥ ପର୍ଯ୍ୟାୟ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ। ଏହା ହେଉଛି ସମ୍ବେଦନଶୀଳର ସମୟ। ଏବେ ବିରାଟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଜୀବନ ଓ ଜୀବୀକା ମଧ୍ୟରେ ନ୍ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଜୀବନ ପାଇଁ ଜୀବିକାକୁ ବଞ୍ଚାଇ ରଖିବାକୁ ପଡ଼ିବ। ଏପରି ପରିସ୍ଥିତିରେ କରୋନା ଭୂତାଣୁ ଜଙ୍ଗଲର ମଣିଷଖିଆ ବାଘ ପରି ଆସିଛି। ଜୀବିକାକୁ ସାଧାରଣ ପରିସ୍ଥିତିକୁ ନେଇ ଆସିଲେ ବ୍ୟକ୍ତି ଓ ଗୋଷ୍ଠୀସ୍ତରରେ ଅନୁଶାସନ କୋହଳର ଭୟ ସୃଷ୍ଟି ହେଉଛି। ଲକଡାଉନର ଅର୍ଥ ନୁହେଁ, ଅଲ୍‌ କ୍ଲିୟର। ଯୁଦ୍ଧ ସମୟରେ ଶତ୍ରୁ ଯିବା ପରେ ଅଲ୍‌ କ୍ଲିୟର ସୂଚନା ଦିଆଯାଏ। କିନ୍ତୁ ସରକାର ଲକଡାଉନ କୋହଳ କରି ଦେଲେ ବୋଲି ଏହା ଅଲ୍‌ କ୍ଲିୟର ହୋଇ ନାହିଁ ବୋଲି ଶ୍ରୀ ବାଗ୍‌ଚୀ ପ୍ରକାଶ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories