www.samajalive.in
Saturday, December 13, 2025
26.1 C
Bhubaneswar

ସଙ୍ଗରୋଧ କେନ୍ଦ୍ରରୁ ଫେରିବାର ୪ ଦିନ ପରେ ଶିଶୁର ମୃତ୍ୟୁ

ନୂଆପଡା : ସଙ୍ଗରୋଧ କେନ୍ଦ୍ରରୁ ଫେରିବାର ୪ ଦିନ ପରେ ଜଣେ ୬ ବର୍ଷର ଶିଶୁର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ମୃତ୍ୟୁର କାରଣ ଜଣାପଡିନଥିଲା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ନୂଆପଡା ଜିଲା କୋମନା ବ୍ଲକ ସମରସିଂ ଗ୍ରାମ ଉପରପଡାର ଧନୁ ରଣା, ନିଜ ପତ୍ନୀ ପାର୍ବତୀ ଓ ପୁଅ ସାଗର (୬) ସହ ସିକନ୍ଦରାବାଦରୁ ଫେରି ରଜନା ଗ୍ରାମ ସଂଗରୋଧ କେନ୍ଦ୍ରରେ ରହିଥିଲେ। କୌଣସି ଲକ୍ଷଣ ନ ବାହାରିବାରୁ ସାତ ଦିନର ସଂଗରୋଧ ପରେ ସେମାନେ ଗତ ୧ ତାରିଖରେ ନିଜ ଗାଁ ସମରସିଂକୁ ଫେରିଥିଲେ। ସେଠାରୁ ଫେରିବା ପରେ ସାଗରର ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା। ଗୁରୁବାର ରାତିରେ ଘରେ ହୋଇଥିବା କୁକୁଡା ମାଂସ ତରକାରୀ ମଧ୍ୟ ସେ ଖାଇଥିଲା। କିନ୍ତୁ ଶୁକ୍ରବାର ସକାଳେ ଚା’ ପିଇବା ସମୟରେ କିଛି ମାତ୍ରାରେ ପାଟିରୁ କଫ ଖଙ୍କାର ପରି ବାନ୍ତି କରିଥିଲା। ଏହାକୁ ଦେଖି ପରିବାର ଲୋକ ତୁରନ୍ତ ତାଙ୍କୁ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେ ସଙ୍ଗରୋଧ କେନ୍ଦ୍ରରୁ ଫେରିଥିବା ଜଣାପଡିବା ପରେ ତାଙ୍କୁ କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସାଗରର ମୃତ୍ୟୁ ହୋଇଯାଇଥିଲା।
ମୃତ୍ୟୁର କାରଣ କିଛି ସ୍ପଷ୍ଟ ହୋଇନଥିବା ବେଳେ ସାପ କାମୁଡି ଦେଇଥାଇପାରେ ବୋଲି ଧନୁ ରଣା ସନ୍ଦେହ କରୁଛନ୍ତି। କିନ୍ତୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସାପ କାମୁଡିବା କେହି ଦେଖି ନାହାନ୍ତି। କେବଳ ପାଦରେ କିଛି ଚିହ୍ନ ଦେଖି ଆକଳନ କରିହେବ ନାହିଁ ବୋଲି କହିବା ସହ ଏହାର ନମୁନା ସଂଗ୍ରହ କରି କୋଭିଡ ପରୀକ୍ଷା ପାଇଁ ପଠାଇବୁ ବୋଲି କହିଛନ୍ତି। ଏହା ସହ ଶବ ବ୍ୟବଚ୍ଛେଦ କଲା ପରେ ଯାଇ କିଛି ସ୍ପଷ୍ଟ କହିହେବ ବୋଲି ଜଣାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories