www.samajalive.in
Sunday, December 14, 2025
23.1 C
Bhubaneswar

ବିରୋଧୀ ଦଳ ନେତାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି: ପ୍ରବାସୀ ଶ୍ରମିକଙ୍କୁ ମିଳୁ ୧୪ଦିନ କ୍ୟାରେଣ୍ଟାଇନ୍‌, ସମସ୍ତଙ୍କ ହେଉ ସ୍ବାବ୍‌ ପରୀକ୍ଷା

ଭୁବନେଶ୍ବର: ସାରା ଦେଶ ସମେତ ରାଜ୍ୟ ଏବେ କରୋନା ମହାମାରୀ ସହ ଲଢେଇ କରୁଛି। ବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବା ଯୋଗୁଁ ବର୍ତମାନ ସୁଦ୍ଧା ଓଡିଶାରେ କରୋନା ରୋଗୀମାନେ ଖୁବ ଶୀଘ୍ର ଉପକୃତ ହେଉଛନ୍ତି। କିନ୍ତୁ ଗତ କିଛିଦିନ ହେବ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ କ୍ୱାରେଣ୍ଟାଇନରେ ରହିବା ସମୟକୁ ୧୪ ଦିନ ପରିବର୍ତେ ୭ ଦିନ କରାଯାଇଛି। ଏହା ଦ୍ୱାରା କରୋନା ଚିହ୍ନଟ ହେବାରେ ଅସୁବିଧା ହେବା ସହ ବ୍ୟାପିବାର ଆଶଙ୍କା ରହିଛି। ପୂର୍ବରୁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟାଇନରୁ ୨୧ ଦିନ ବୃଦ୍ଧି କରିବା ସହ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟସରକାର ଏବେ ଏହି ସମୟସୀମାକୁ କମ୍ କରିବା ସହ ବିନା ସ୍ୱାବ ଟେଷ୍ଟରେ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଉଛନ୍ତି। ଯାହା ଦ୍ୱାରା ଆଗାମୀ ଦିନରେ କରୋନା ବ୍ୟାପିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଗାଁ ମାନଙ୍କରେ ଶ୍ରମିକ ମାନେ ତାଙ୍କର ଗୋଟିଏ କିମ୍ବା ଦୁଇ ବଖରା ଘରେ ୫ ଜଣରୁ ୧୦ ଜଣ ପରିବାର ସଦସ୍ୟ ବସବାସ କରିଥାନ୍ତି। ବାହାରୁ ଆସିଥିବା ଶ୍ରମିକ ଭାଇ କିମ୍ବା ଭଉଣୀମାନଙ୍କ ପାଇଁ ହୋମ କ୍ୱାରେଂଟାଇନ ଏବଂ ସାମାଜିକ ଦୂରତା ନିଜ ଘରେ ପାଳନ କରିବା ସମ୍ଭବ ନୁହେଁ। ଏହା ଦ୍ୱାରା ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୪ ଦିନ କ୍ୱାରେଂଟାଇନର ବ୍ୟବସ୍ଥା କରିବା ସହ ସେମାନଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଘରକୁ ପଠାଯିବାର ବ୍ୟବସ୍ଥା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories