www.samajalive.in
Sunday, December 14, 2025
18.1 C
Bhubaneswar

ନୀଳଗିରିରେ ଭାଲୁ ଉପଦ୍ରବ, ୬ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବାଉଁଶବଣିଆ ଅଞ୍ଚଳରେ ଭାଲୁ ଉପଦ୍ରବ ଦେଖାଦେଇଛି । ଦୁଇଟି ଭାଲୁ ଗାଁ ଭିତରେ ପଶି ଗାଁ ଲୋକଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୬ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୁଚନାଅନୁସାରେ ବାଲେଶ୍ଵର ଔପଦା ବ୍ଲକ ଅଧିନ ବାଉଁଶବଣିଆ ଅଞ୍ଚଳରୁ ୨ଟି ଭାଲୁ ଆଜି ସକାଳ ୫ ଟା ସମୟରେ ଜଙ୍ଗଲକୁ ଫେରୁଥିବା ବେଳେ ଦିନ ହୋଇଯିବାରୁ ବିଭିନ୍ନ ଗାଁକୁ ପଶି ଆତଙ୍କ ଖେଳାଇଥିଲେ। ଟଣକା ଗ୍ରାମର ଜଳଧର ବିଶ୍ବାଳ ଘରକୁ ପଶି ଯିବାପରେ ତାଙ୍କ ସ୍ତ୍ରୀ ସ୍ନିଗ୍ଧା ଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।ତାଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଥିବା ବେଳେ ଜୀବନ ବିକଳରେ ଚିତ୍କାର କରିଥିଲେ। ଜଳଧର ତାଙ୍କୁ ବଞ୍ଚାଇବାକୁ ଯିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା।

ତାପରେ ସେହି ଗ୍ରାମର ପରମାନନ୍ଦ ମିଶ୍ର , ନିତ୍ୟାନନ୍ଦ ମିଶ୍ର, ବନମାଳୀ ଜେନା ଓ କମଳାକାନ୍ତ ଜେନାଙ୍କୁ ବି ଦୁଇ ଭାଲୁ ଆକ୍ରମଣ କରି ଜଙ୍ଗଲକୁ ଚାଲିଯାଇଥିଲେ। ଏମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ନିଧା ବିଶ୍ବାଳଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବାର ସୂଚନା ମିଳିଛି। ଖବର ପାଇ ନୀଳଗିରି ରେଞ୍ଜର ରୁଦ୍ର ରଞ୍ଜନ ନାୟକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories