www.samajalive.in
Saturday, December 13, 2025
26.1 C
Bhubaneswar

ଡହଡହ ଖରାକୁ ସାଙ୍ଗକୁ ଜଳକଷ୍ଟ ; ୨ମାସ ହେଲା ପିଇବା ପାଣି ପାଇଁ ସଂର୍ଘଷ କରୁଛନ୍ତି ସିଂଙ୍ଗିପୁର ବାସୀ

ଆରଡି : ଗ୍ରୀଷ୍ମର ଡହଡହ ଖରା ସାଙ୍ଗକୁ ବଳି ପଡିଛି ଜଳକଷ୍ଟ, ପିଇବା ପାଣି ମୁନ୍ଦାଏ ପାଇଁ ମାସମାସ ଧରି ଗାଁ ଲୋକ ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ନେହୁରା ହେଉଥିଲେ ମଧ୍ୟ କାହାରୀ ନିଦ ଭାଙ୍ଗୁନି। ଏପରି ସମସ୍ୟା ଦେଖାଦେଇଛି ଭଦ୍ରକ ଜିଲାର ସମୁଦ୍ର ଉପକୂଳବର୍ତ୍ତୀ ତଥା ଆରଡି ପଞ୍ଚାୟତ ସିଙ୍ଗିପୁର ଗାଁରେ। ଏହି ଅଞ୍ଚଳ ସମୁଦ୍ର ମୁହାଣର ନିକଟବର୍ତ୍ତୀ ହୋଇଥିବାରୁ ପ୍ରାୟ ୪/୫ଶହ ଫୁଟ ଗଭିର ତଳୁ ମଧୁରଜଳ ବାହାରିଥାଏ। ହେଲେ ଗାଁର ୨ଟି ନଳକୂପ ଥିଲେ ମଧ୍ୟ ଗୋଟିଏ ଦୀର୍ଘଦିନ ହେବ ଅଚଳ ହୋଇ ପଡିଥିବା ବେଳେ ଅନ୍ୟଟିରୁ ଲୁଣି ଓ ପଙ୍କୁଆ ପାଣି ବାହାରୁଥିବାରୁ ଗାଁ ଲୋକଙ୍କର ଶୋଷ ମେଣ୍ଟାଇ ପାରୁନାହିଁ। ଏଥିସହ ଗାଁକୁ ଦୀର୍ଘବର୍ଷ ହେବ ମଧୁରଜଳ ପାଇଁ ପାଇପ ବିଛା ଯାଇଥିଲେ ମଧ୍ୟ ପାଣି ଟୋପାଏ ପାଇବା ଗାଁ ଲୋକଙ୍କ ପାଇଁ ସପନ ପାଲଟିଛି। ବର୍ଷା ଓ ଶୀତ ଦିନେ ନଈଯୋର ଓ ପୋଖରୀ ପାଣିରେନେଯନତେନ ପ୍ରକାର ଚଳିଯାଉଥିଲେ ମଧ୍ୟ ଗ୍ରୀଷ୍ମପ୍ରାରମ୍ଭରୁ ଗାଁରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଥାଏ ବୋଲି ଗାଁର ପ୍ରଭାକର ଦାସ, କିନା ମଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ଏପରିକି ସକାଳ ହେଲେ ପିଇବା ପାଣି ପାଇଁ ଗାଁର ସମସ୍ତ ପରିବାର କାମଧନ୍ଧା ଛାଡି ସ୍ତ୍ରୀଲୋକଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ପିଲାଛୁଆ ବାଲିତି ଗରା ଓ ସାଙ୍ଗିଭାର ନେଇ ଧାଇଁ ଆସନ୍ତି ଗାଁ ଠାରୁ କିଛି ଦୂର ଆଖଣ୍ଡଳମଣି-ଚାନ୍ଦବାଲି ମୁଖ୍ୟ ରାସ୍ତା ନିକଟକୁ। ଏପରିକି କିଏ ଆଗେ ନେବ ଓ ଆଉ କିଏ ପଛେ ନେବ ସେଥିପାଇଁ ନିଜନିଜ ମଧ୍ୟରେ ଝଗଡା ମଧ୍ୟ ଲାଗି ଯାଆନ୍ତି। ଏପରିକି କେତେକ ଲୋକ ମଧ୍ୟ ଗାଁ ଠାରୁ ୧କିମି ଦୂର ବାତୋଳ ବିଦ୍ୟାଳୟ ପରିସରରେ ଥିବା ନଳକୂପ ପାଖରେ ମଧ୍ୟ ଭିଡ ଲଗାଇଥାନ୍ତି ପାଣି ମୁନ୍ଦାଏ ପାଇଁ। ଏପରି ସମସ୍ୟା ବାବଦରେ ଚାନ୍ଦବାଲି ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳି ପାରିନଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories