www.samajalive.in
Thursday, December 11, 2025
16.1 C
Bhubaneswar

ତବଲିଗି ଜମାତର ୨୨୦୦ ବିଦେଶୀ ନାଗରିକ କଳାତାଲିକାଭୁକ୍ତ; ଆଗାମୀ ୧୦ ବର୍ଷ ଲାଗି ଭାରତ ମନା

ନୂଆଦିଲ୍ଲୀ:  ପର୍ଯ୍ୟଟକ ଭିସାରେ ଭାରତ ଆସି ଏଠାରେ ତବଲିଗି ଜମାତର ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ୨୨୦୦ ବିଦେଶୀ ନାଗରିକଙ୍କ ଉପରେ ଭାରତ ସରକାର ଲଗାଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ ।  ଏହି ବିଦେଶୀମାନଙ୍କୁ ୧୦ ବର୍ଷ ପାଇଁ ଭାରତ ଆସିବା ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏମାନେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଭାରତ ଆସିବା ପାଇଁ ଆଉ ଭିସା ଦିଆଯିବ ନାହିଁ । ଏହି ଲୋକମାନେ ଭିସା ନିୟମ ଉଲ୍ଲଙ୍ଘନ କରି ଏଠାରେ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି ।

କୁହାଯାଉଛି ଯେ ୨୨୦୦ରୁ ଅଧିକ ବିଦେଶୀ ତବଲିଗି ଜମାତର ସଦସ୍ୟ ଅଛନ୍ତି ଯେଉଁମାନେ ଭାରତ ପର୍ଯ୍ୟଟନ ସମୟରେ ପୁରା ଦେଶରେ ବିଭିନ୍ନ ସ୍ଥାନରେ  ତବଲିଗି ଜମାତ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏମାନଙ୍କୁ ୧୦ ବର୍ଷ ପାଇଁ ଏମାନଙ୍କୁ କଳାତାଲିକାଭୁକ୍ତ କରାଯାଇଛି । ଏହି ସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଅନୁମାନ କରାଯାଉଛି ।

- Advertisement -

 

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଳାତାଲିକାଭୁକ୍ତ ହୋଇଥିବା ୨୨୦୦ ନାଗରିକ ପ୍ରାୟ ୧୨ଟି ଦେଶର ବାସିନ୍ଦା । ଏମାନେ ମାଳଦ୍ବୀପ, ନାଇଜେରିଆ, ଶ୍ରୀଲଙ୍କା, କେନିଆ, ଜିବୁତି, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ମିଆଁମାର, ଥାଇଲାଣ୍ଡ, ବାଂଲାଦେଶ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନେପାଳ ଓ ଇଣ୍ଡୋନେସିଆର ବାସିନ୍ଦା ବୋଲି ଜଣାପଡ଼ିଛି ।
ନିଜାମୁଦ୍ଦିନ ମରକଜରୁ ମିଳିଥିଲା ସୂଚନା 
ବାସ୍ତବରେ ଏହି ବିଦେଶୀମାନେ ଭାରତର ବିଭିନ୍ନ ସ୍ଥାନରେ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ମଧ୍ୟ ଏ ସମ୍ପର୍କରେ ସରକାର ଜାଣି ପାରୁ ନ ଥିଲେ । ମାତ୍ର କରୋନା ସଂକଟ ସମୟରେ ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ଏକ ଧାର୍ମିକ ଶୋଭାଯାତ୍ରାରେ ସାମିଲ ହେବା ପରେ ତବଲିିଗି କାର୍ଯ୍ୟକ୍ରମ ସମ୍ପର୍କରେ ଜଣା ପଡ଼ିଥିଲା । ଏହା ସହ ପର୍ଯ୍ୟଟନ ଭିସାରେ ଆସି ଏଠାରେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଧରା ପଡ଼ିଥିଲା । ତବଲିଗି କାର୍ଯ୍ୟକ୍ରମରେ ସାମିଲ ଲୋକଙ୍କ ଟ୍ରେସିଂ ସମୟରେ କିଛି ବିଦେଶୀ ନାଗରିକ ଧରା ପଡ଼ିଥିଲେ । ସେମାନଙ୍କର ଭିସା ଯାଞ୍ଚ କରିବା ବେଳେ ସେମାନେ ଟୁରିଷ୍ଟ ଭିସାରେ ଭାରତ ଆସିଥିବା ସୂଚନା ମିଳିଥିଲା ।

ନିଜାମୁଦ୍ଦିନ ଘଟଣା ଆଲୋକକୁ ଆସିବା ପରେ ଦେଶର ବିଭିନ୍ନ ସ୍ଥାନରେ ମରକଜକୁ ବିଦେଶରୁ ଆସିଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ଆସିବାରେ ଲାଗିଲା । ତେଲଙ୍ଗାନାରୁ ଆରମ୍ଭ କରି ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟର ବିଭିନ୍ନ ମସଜିଦରୁ ୭୦୦ରୁ ଅଧିକ ବିଦେଶୀ ଧରା ପଡ଼ିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟନ ଭିସାରେ ଭାରତ ଆସିଥିଲେ। ନିଜାମୁଦ୍ଦି ମରକଜରେ ୨୧୬ ବିଦେଶୀଙ୍କ ବ୍ୟତୀତ ଲକ୍ଷ୍ନୌରେ ୧୩, ରାଞ୍ଚିରେ ୩୦, ପାଟନାର ମସଜିଦରୁ ମଧ୍ୟ ବିଦେଶୀଙ୍କୁ ଧରା ଯାଇଥିଲା । ଜାନୁଆରୀ ୨୦୨୦ଠାରୁ ଭାରତକୁ ୨୨୦୦ରୁ ଅଧିକ ବିଦେଶୀ ତବଲିଗିରେ ସାମିଲ ହେବାକୁ ପର୍ଯ୍ୟଟନ ଭିସାରେ ଆସିଥିବା ସୂଚନା ମିଳିଥିଲା ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories