www.samajalive.in
Friday, December 12, 2025
16.1 C
Bhubaneswar

ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କ ପରଲୋକ

ମୁମ୍ବଇ : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ବାସୁ ଚାଟାର୍ଜୀ ଆଉ ନାହାଁନ୍ତି। ଗୁରୁବାର ୯୩ ବର୍ଷ ବୟସରେ ମୁମ୍ବଇସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ସାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ।
‘ରଜନୀଗନ୍ଧା’ ଏବଂ ‘ଚିତଚୋର’ ଭଳି ଫିଲ୍ମ ମାଧ୍ୟମରେ ସେ ଚଳଚ୍ଚିତ୍ର ପ୍ରେମୀଙ୍କ ନିକଟରେ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ମୁଖ୍ୟତ ସେ ମଧ୍ୟବିତ୍ତ ବର୍ଗର ଦର୍ଶକଙ୍କ କଳ୍ପନାକୁ ସରଳ ପ୍ରେମ କାହାଣୀ ମାଧ୍ୟମରେ ଚଳଚ୍ଚିତ୍ରର ରୂପ ଦେଉଥିଲେ। ୭୦ ଓ ୮୦ଦଶକରେ ସେ ସବୁ ବର୍ଗର ଦର୍ଶକଙ୍କୁ ଆକର୍ଷିତ କରିବା ଭଳି ଫିଲ୍ମ ନିର୍ମାଣ କରିଥିଲେ।

ସମା‌ଲୋଚକ ମହଲରେ ପ୍ରଶଂସା ଲାଭ କରିଥିବା‌‌ ‘ଚୋଟି ସି ବାତ୍’, ‘ବାତୋଁ ବାତୋଁ ମୈଁ ’, ଏବଂ  ‘ଏକ ରୁକା ହୁଆ ଫୖସଲା’ ଭଳି ଚଳଚ୍ଚିତ୍ର ତାଙ୍କୁ ଜଣେ ସମ୍ବେଦନଶୀଳ ନିର୍ଦ୍ଦେଶକ ଭାବେ ପରିଚିତ କରାଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାସୁ ଚାଟାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ବିଟ ବାର୍ତ୍ତାରେ ସେ କହିଛନ୍ତି, ଶ୍ରୀ ବସୁ ଚାଟାର୍ଜୀଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ। ତାଙ୍କ କାର୍ଯ୍ୟଗୁଡ଼ିକ ବେଶ ପ୍ରଶଂସନୀୟ  ଏବଂ ସମ୍ବେଦନଶୀଳ। ଯାହା ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା ​​ଏବଂ ସରଳ ଏବଂ ଜଟିଳ ଭାବନାକୁ ପ୍ରତିନିଧିତ୍ବ କରୁଥିଲା।  ଲୋକଙ୍କ ସଂଘର୍ଷଓ ଭାବନାକୁ ମଧ୍ୟ ସେ ପ୍ରତିପାଦିତ କରୁଥିଲେ। ତାଙ୍କ ପରିବାର ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ସମବେଦନା। ଓମ୍ ଶାନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳଚ୍ଚିତ୍ର ନିର୍ମାତା ବାସୁ ଚାଟାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ କୋବିନ୍ଦ ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି, ବାସୁ ଚାଟାର୍ଜୀଙ୍କ ବିୟୋଗ ଦ୍ୱାରା ଚଳଚ୍ଚିତ୍ର ଜଗତ ଜଣେ ଜାଜୁଲ୍ୟମାନ ପ୍ରତିଭାଙ୍କୁ ହରାଇଛି।
ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ବାସୁ ଚାଟାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଟ୍ୱିଙ୍କ କରି ସେ କହିଛନ୍ତି, ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ସହରାଞ୍ଚଳ ମଧ୍ୟବିତ ଶ୍ରେଣୀର କାହାଣୀଗୁଡ଼ିକର ଝଲକ ଦେଖିବାକୁ ମିଳେ। ବାସୁ ଚାଟାର୍ଜୀଙ୍କ ବିୟୋଗ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ନାଇଡୁ କହିଛନ୍ତି।

ସେହିପରି ବିଗ୍-ବି ଅମିତାଭ ବଚ୍ଚନ ତାଙ୍କୁ ଜଣେ “ଶାନ୍ତ, ସରଳ ଓ ମଧୁର  କଥାବାର୍ତ୍ତା କରୁଥିବା ଭଦ୍ର ମଣିଷ” ଭାବରେ ମନେ ପକାଇ ଶୋକ ପ୍ରକଟ କରିଛନ୍ତି।
ବାସୁ ଚାଟାର୍ଜୀଙ୍କ ‘ଚାମେଲି କି ଶାଦି’ରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ଅନୀଲ କପୁର ଟ୍ୱିଟ୍ କରି କହିଛନ୍ତି,“ ସେ ଜଣେ ନିର୍ଦ୍ଦେଶକ ଯିଏ ତାଙ୍କ ସମୟଠାରୁ ବହୁ ଆଗରେ ଥିଲେ। ପ୍ରକୃତରେ ଆମେ ବାସୁ ଚାଟାର୍ଜୀଙ୍କୁ ହରାଇଲୁ।  ସେ ଜଣେ ଅକ୍ଲାନ୍ତ ପ୍ରତିଭା ଏବଂ ଜଣେ ଅଦ୍ଭୁତ ମଣିଷ ଥିଲେ, ସେ ଶାନ୍ତିରେ ବିଶ୍ରାମ କରନ୍ତୁ। ”

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟ୍ୱିଟରରେ ନିଜର ଭାବନା ବାଣ୍ଟିବା ସହ ସମବେଦନା ଜଣାଇଛନ୍ତି। ଟ୍ବିଟ କରି ସେ କହିଛନ୍ତି, କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା  ଚିତ୍ରନାଟ୍ୟ ଲେଖକ ବାସୁ ଚାଟାର୍ଜୀଙ୍କ ଦେହାନ୍ତରେ ମୁଁ  ଦୁଃଖିତ। ସେ ଆମକୁ ଅନ୍ୟମାନଙ୍କ ମଧ୍ୟରେ ‘ଛୋଟି ସି ବାତ୍’, ‘ଚିତଚୋର’,‘ରାଜନଗାନ୍ଧା’,‘ବ୍ୟମକେଶ ବକ୍ସି’,ଓ ‘ରଜନୀ’ ଭଳି ରତ୍ନ ପ୍ରଦାନ କରିଥିଲେ। ତାଙ୍କ ପରିବାର, ବନ୍ଧୁ, ପ୍ରଶଂସକ ଏବଂ ପୁରା ଚଳଚ୍ଚିତ୍ର ଜଗତ ପାଇଁ ସମବେଦନା ଜଣାଇଛନ୍ତି।

ଶାନ୍ତାକ୍ରୁଜ ଶ୍ମଶାନରେ ଗୁରୁବାର ଅପରାହ୍ନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories