www.samajalive.in
Saturday, December 6, 2025
19.1 C
Bhubaneswar

୭୮୫ଟି ପ୍ରକଲ୍ପରେ ନିୟୋଜିତ ହେଲେ ୯୬୬୯ ଶ୍ରମିକ ; ୪୦ଟି ରାସ୍ତା କାମ ନେଇ ଚର୍ଚ୍ଚା

ସଇଁନ୍ତଲା/ବେଲଗାଁ: ଲକଡାଉନ କୋହଲ ପରେ ସଇଁନ୍ତଲା ବ୍ଲକ ଅଂଚଳରେ ଜୀବନଯାତ୍ରା ସ୍ୱାଭାବିକ ହୋଇଥିବା ବେଳେ ମନରେଗା ଯୋଜନାରେ ଶ୍ରମିକ ପରିବାରଙ୍କୁ କର୍ମସଂସ୍ଥାନ ପ୍ରଦାନ ନେଇ ବ୍ଲକ ପ୍ରଶାସନ ଗୁରୁତ୍ୱାରୋପ କରିଛି। ବିଡିଓ ଦେବାଶିଷ ସାମଲ, ଏବିଡିଓ ପ୍ରଦୀପ ପଟ୍ଟନାୟକ, ଜିପିଇଓ କିଶୋର ମାନସିଂ, ସହକାରି ଯନ୍ତ୍ରୀ ହେମେନ୍ଦ୍ର ମଲ୍ଲିକଙ୍କ ତତ୍ୱାବଧାନରେ ବ୍ଲକ ଅଂଚଳରେ ସମ୍ପ୍ରତି ୭୫୮ ପ୍ରକଲ୍ପ ହାତକୁ ନିଆଯାଇଥିବା ବେଳେ ୯୬୬୯ ଜଣ ଶ୍ରମିକ ନିୟୋଜିତ ଅଛନ୍ତି। ଅଦ୍ୟାବଧି ୯୬,୫୧୫ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ଲକରେ ୪ ଲକ୍ଷ ୬୧ ହଜାର ଦୁଇ ଶହ ଶ୍ରମ ଦିବସ ସୃଷ୍ଟି ସହ ୧୧ କୋଟି ୯୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଚଳିତ ବର୍ଷ ହାତକୁ ନିଆଯାଇଥିବା ୭୫୮ ଟି ପ୍ରକଲ୍ପ ମଧ୍ୟରୁ ୧୦୪ଟି ଗୋଷ୍ଠିଗତ ତଥା ଅନ୍ୟ ଗୁଡିକ ବ୍ୟକ୍ତିଗତ ବୋଲି ଜଣାଯାଇଛି। ୧୦୪ଟି ବ୍ୟକ୍ତିଗତ ପ୍ରକଲ୍ପ ମଧ୍ୟରୁ ୪୦ଟି ରାସ୍ତା କାମ ହାତକୁ ନିଆଯିବା ଆଲୋଚନାର ବିଷୟ ହୋଇଛି।

ସୁଚନା ଯେ, ପୁର୍ବରୁ ଗାଁ ରାସ୍ତା ଗୁଡିକରେ ପ୍ରାୟତଃ ପ୍ରତ୍ୟେକ ବର୍ଷ ମାଟି ମୋରୁମ ସହ ଅର୍ଥ ଆତ୍ମସାତ କରାଯାଉଥିବା ସାଧାରଣ ଘଟଣା ପାଲଟିଥିଲା। ତେବେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଆରମ୍ଭ ପରଠାରୁ ପ୍ରତ୍ୟେକ ଗାଁକୁ ଗାଁ ଚକଚକିଆ ରାସ୍ତା ନିର୍ମାଣ ଜୋରଦାର ହୋଇଛି। ବାକି ଥିବା ରାସ୍ତା ପୁର୍ତ ତଥା ଜାତୀୟ ରାଜପଥ ଆବୋରି ନେଇସାରିଛନ୍ତି। ଏପରିକି ସଇଁନ୍ତଲା ବ୍ଲକରେ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଆଉ ରାସ୍ତା ବାକି ନଥିବା ନେଇ କେତେକ ସ୍ଥାନରେ ଗାଁକୁ ଘେରାଏ ବୁଲାଇ ରାସ୍ତା କାମ ଶେଷ କରିଦିଆଯାଉଥିବା ଅଭିଯୋଗ ହୋଇଛି। ଏପରିପ୍ରେକ୍ଷୀରେ ମନରେଗା ଯୋଜନାରେ ଆବଶ୍ୟକ ନଥିବା ରାସ୍ତାରେ ବର୍ଷକୁ ବର୍ଷ ମାଟି ପକାଚାଲିଥିବା ଅଭିଯୋଗ ହୋଇଛି। ଏକ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଯୋଜନାରେ ୬୦ ପ୍ରତିଶତ କୃଷିଭିତିକ ପ୍ରକଲ୍ପ ହାତକୁ ନେବା ପାଇଁ ଗାଇଡଲାଇନକୁ ମଧ୍ୟ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏପରିପ୍ରେକ୍ଷୀରେ ବଲାଙ୍ଗିର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରତ୍ୟେକ ବର୍ଷ ରାସ୍ତାରେ ମାଟି ପକାଇବା ପ୍ରକଲ୍ପ ମଞ୍ଜୁରି କରିବା ବୁଦ୍ଧିଜୀବୀ ମହଲକୁ ଚକିତ କରିଛି। ଅନ୍ୟପକ୍ଷରେ ମନରେଗାରେ ପ୍ରତ୍ୟେକ ଅନୁମୋଦିତ ପ୍ରକଲ୍ପର ୪୦ ପ୍ରତିଶତ ମେଟେରିଆଲ କାମ ପାଇଁ ଖର୍ଚ୍ଚ କରିବାକୁ ମଞ୍ଜୁରି ରହିଛି। ଏନେଇ ରାସ୍ତାରେ କେବଲ ଏକ ସୂଚନା ଫଳକ ନିର୍ମାଣ ବ୍ୟତିତ ଅନ୍ୟ ମେଟେରିଆଲ ଖର୍ଚ୍ଚ ଗୌଣ ଥିବା ନେଇ ଲାଭ ଆଶାରେ ରାସ୍ତା କାମକୁ ପ୍ରଶାସନ ଅଗ୍ରାଧିକାର ଦେଉଥିବା ଅଭିଯୋଗ ହୋଇଛି। ଏପରିକି ଅନେକ ରାସ୍ତା କାମ ପ୍ରକଲ୍ପରେ ସୂଚନା ଫଳକ ମଧ୍ୟ ନିର୍ମାଣ କରାନଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଉଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ମନରେଗା ପ୍ରକଲ୍ପ ଦାୟିତ୍ୱରେ ରହିଥିବା ବ୍ଲକର ଏପିଓ ମନମୁତାବକ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା, ନିଜ କାମ ସମ୍ପାଦନ ବଦଲରେ ବୁଲାବୁଲି କରୁଥିବା ନେଇ ଅବ୍ୟବସ୍ଥା ସୃଷ୍ଟି ହୋଇଚାଲିଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ବିଡିଓ ଦେବାଶିଷ ସମାଲଙ୍କୁ ପଚାରିବାରୁ ଏପିଓଙ୍କ ବିରୁଦ୍ଧରେ ଜିଲାପାଳଙ୍କୁ ଜଣାଇଦେଇଥିବା କହିଛନ୍ତି। ଏଭଳିକ୍ଷେତ୍ରରେ ଏଅଂଚଳର ବିକାଶ ପାଇଁ ମନରେଗା ଯୋଜନାରେ ବର୍ଷକୁ ବର୍ଷ ମଞ୍ଜୁର ହେଉଥିବା ଟଙ୍କାର ସଦୁପଯୋଗ ସହ ପୋଖରି ଖନନ, ଜମି ଉନ୍ନତି, ରିଙ୍ଗୱେଲ, ଡଗୱେଲ, ମୋ ପୋଖରି ଆଦି ପ୍ରକଲ୍ପ ହାତକୁ ବଲାଙ୍ଗିର ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories