www.samajalive.in
Saturday, December 6, 2025
26.1 C
Bhubaneswar

ହୀରାକୁଦ ଜଳସ୍ତର ୭୦୯.୮୭ ଫୁଟ; ସେକେଣ୍ଡକୁ ନିଷ୍କାସିତ ହେଉଛି ୧୧ହଜାର ୭୭୯ ଘନଫୁଟ ଜଳ

ଝାରସୁଗୁଡ଼ା/ହୀରାକୁଦ: ମୌସୁମୀ ପ୍ରବେଶ ପୂର୍ବରୁ ହୀରାକୁଦ ନଦୀବନ୍ଧର ଜଳସ୍ତର ଯେତିକି ରହିବା କଥା ଆଜି ତା’ ଠୁ ପ୍ରାୟ ୧୦ଫୁଟ ଅଧିକ ଥିବା ଜଣାଯାଇଛି।

ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ପ୍ରାପ୍ତ ସୂଚନାନୁସାରେ ବୁଧବାର ସନ୍ଧ୍ୟା ୭ଟାରେ ଜଳସ୍ତର ୬୦୯.୮୭ଫୁଟ ରହିଛି। ଆସନ୍ତା ସପ୍ତାହରେ ମୌସୁମି ଆଗମନ ଓ ପ୍ରାକ୍ ମୌସୁମି ବର୍ଷାର ପୂର୍ବାନୁମାନ ଥିବାରୁ ନଦୀବନ୍ଧରୁ ଜଳସ୍ତର ହ୍ରାସ କରାଯାଉଛି। ସୋମବାର ସକା​‌େ​‌ଳ ଜଳସ୍ତର ୬୧୦.୧୦ ଫୁଟ ଥିବା ବେଳେ ମଙ୍ଗଳବାର ସକାଳ ୮ଟାରେ ଜଳସ୍ତର ୬୦୯.୯୭ ଫୁଟ ଥିଲା। ହୀରାକୁଦ ରୁଲ୍ କର୍ଭ ଅନୁସାରେ ଏହି ସମୟରେ ୫୯୯ଫୁଟ ରହିବା କଥା। ହେଲେ ଏବର୍ଷ ସନ୍ତୁଳିତ ଜଳ ପରିଚାଳନା ଓ ଅଦିନିଆ ବର୍ଷା ଯୋଗୁଁ ଜଳସ୍ତର ଅଧିକ ରହିଛି। ଗତ ବର୍ଷ ଆଜିର ଦିନରେ ୬୦୩.୨୧ ଫୁଟ ଜଳସ୍ତର ଥିଲା ବୋଲି​‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ କିଛି ବର୍ଷ ହେଲା ପ୍ରାକ୍ ମୌସୁମି ସମୟ ଅର୍ଥାତ୍ ଜୁନ୍ ପ୍ରଥମ ସପ୍ତାହରେ ଜଳସ୍ତର ୬୦୫ଫୁଟ ପାଖାପାଖି ରହି ଆସୁଥିଲା। ତେବେ ଚଳିତ ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ବର୍ଷା ହୋଇଥିବା ହେତୁ ଜଳ ଗଚ୍ଛିତ ରହିପାରିଛି। ପ୍ରତି ବର୍ଷ ଜୁଲାଇ ୧୫ ତାରିଖ ପରେ ସ୍ଲୁଇସ ଗେଟ ଖୋଲାଯାଉଥିବା ବେଳେ ଏ ବର୍ଷ ବୃଷ୍ଟିପାତକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଆଜି ନଦୀବନ୍ଧକୁ ସେକେଣ୍ଡ ପ୍ରତି ୫ହଜାର ୪୮୮ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପାୱାର କେନାଲ ଦେଇ ସେକେଣ୍ଡ ପ୍ରତି ହାରାହାରି ୧୧ହଜାର ୭୭୯ ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ପ୍ରତି ସମସ୍ତ କେନାଲ ବନ୍ଦ ରହିଛି। ବୁର୍ଲା ଶକ୍ତିକେନ୍ଦ୍ରରେ ୬୯.୨୦୮ମେଗାୱାଟ ବିଜୁଳି ଉତ୍ପାଦିତ ହେଉଥିବା ବେଳେ ଚିପିଲିମା ଶକ୍ତିକେନ୍ଦ୍ରରେ ୩୭.୫୦୦ ମେଗାୱାଟ ବିଜୁଳି ଉତ୍ପାଦିତ ହେଉଥିବା ତଥ୍ୟରୁ ଜଣାପଡ଼ିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories