www.samajalive.in
Friday, December 12, 2025
27.1 C
Bhubaneswar

କୋହଳ ବଦଳରେ କଡ଼ା ହେଲା କଟକଣା: ସପ୍ତାହରେ ଶନିବାର-ରବିବାର ସଟଡ଼ାଉନ ରହିବ ରାଜ୍ୟର ୧୧ ଜିଲା

ଭୁବନେଶ୍ବର : ଅନଲକ ୧.୦ ପାଇଁ  ରାଜ୍ୟ ସରକାର ସୋମବାର ନୂତନ ନିୟମାବଳୀ ଜାରି କରିଛନ୍ତି । ଏ ନେଇ ସୋମବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନଲକ ୧.୦ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟମାନେ ନିଜ ସ୍ଥିତି ଅନୁଯାୟୀ କଟକଣା ଲଗାଇ ପାରିବେ ବୋଲି ଅସିତ ତ୍ରିପାଠୀ କହିଥିଲେ। ଜୁନ ମାସ ଆମ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ। ଜୁନରେ କରୋନା ଆହୁରି ବଢିପାରେ, ତେଣୁ ଆମକୁ ସର୍ବାଧିକ ସତର୍କ ରହିବାକୁ ହେବ। ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟରେ କଟକଣା କୋହଳ କରାଯିବ ନାହିଁ ବୋଲି କହିଛନ୍ତି। ଏଥିସହ ଅନ୍ତ୍ୟେଷ୍ଟି କ୍ରିୟା ଓ ବିବାହ କାର୍ଯ୍ୟ ପାଇଁ ସାମାନ୍ୟ କୋହଳ କରାଯାଇଛି ଏବଂ ହୋଟେଲ ଗୁଡିକ  ୩୦ % କ୍ଷମତାକୁ ନେଇ ଖୋଲିପାରିବେ ବୋଲି ସେ ସୂଚନା ଦେଇଛନ୍ତି।

୧-  ଜୁନ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ୧୧ଟି ଜିଲା ସଟ ଡାଉନ ରହିବ। ଏହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ନୟାଗଡ଼, କଟକ , ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ , ବାଲେଶ୍ବର, ଓ ବଲାଙ୍ଗୀର । ସଟଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଆତଯାତ କରିପାରିବେ ।

- Advertisement -

୨- ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ଦେବାକୁ ହେବ ଅଧିକ ଜରିମାନା। ପ୍ରଥମ ଓ ୨ୟ ନିୟମ ଭାଙ୍ଗି ଧରାପଡିଲେ ଜରିମାନା ୫୦୦ , ତୃତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୧ ହଜାର ଜରିମାନା । ମାସ୍କ ନ ପିନ୍ଧିଲେ ଜରିମାନା ସହ ଏପିଡେମିକ ଆକ୍ଟ ଅନୁସାରେ ଗିରଫ କରାଯିବ ବୋଲି ଡିଜିପି କହିଛନ୍ତି ।  ବିନା କାରଣରେ କୁଆଡେ ନ ବୁଲିବାକୁ ସେ ପରାମର୍ଶ ଦେଇଛନ୍ତି ।

୩- ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ନେଇ ୨୦ ଜଣ ଏକାଠି ହୋଇପାରିବେ। ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ ୫୦ ଜଣ ଏକାଠି ହୋଇପାରିବେ।

୪-  ୧୨ ଘଣ୍ଟିଆ ରାତ୍ର କାଳୀନ କର୍ଫ୍ୟୁ ବଳବତ୍ତର ରହିବ, ସଞ୍ଜ ୭ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ । ଏହି ସମୟରେ ବାହାରକୁ ବାହାରିବା ବାରଣ କରିଛନ୍ତି ସରକାର ।

୫ – ୩୦ ଜୁନ ଯାଏ ଧର୍ମୀୟ ସ୍ଥାନକୁ ସର୍ବସାଧାରଣ ପ୍ରବେଶ ଉପରେ ନିଷେଧାଦେଶ ବଳବତ୍ତର

୬- ସପିଙ୍ଗ କଂପ୍ଲେକ୍ସକୁ ୩୦ ଜୁନ୍ ଯାଏ ବନ୍ଦ ରଖିବାକୁ ନିର୍ଦେଶ ।

୭ – ୩୦ % କ୍ଷମତାକୁ ନେଇ ଖୋଲିପାରିବ ହୋଟେଲ।

୮ – ସିନେମା ହଲ, ଜିମ୍ନାସିୟମ ଓ ସୁଇମିଂ ପୁଲ ମଧ୍ୟ ଜୁନ ଶେଷ ଯାଏ ବନ୍ଦ ।

୯ – ସାମାଜିକ, ରାଜନୈତିକ ଓ ଧର୍ମୀୟ ସମାବେଶ ମଧ୍ୟ ଉପରେ କଟକଣା ଅବ୍ୟାହତ

୧୦ – ଜୁଲାଇ ୩୧ ଯାଏ ବନ୍ଦ ରହିବ ସ୍କୁଲ ଓ କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ।

 

 

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories