କାଣି ଆଙ୍ଗୁଠିରୁ ଜାଣନ୍ତୁ ବ୍ୟକ୍ତିତ୍ୱ ଓ ସ୍ୱଭାବ

0

ହସ୍ତରେଖା ଜ୍ୟୋତିଷରେ କାଣି ଆଙ୍ଗୁଠିର ଲମ୍ବକୁ ଦେଖି ଆପଣଙ୍କ ବିଷୟରେ ଅନେକ କିଛି ଜାଣିହେବ। ଆପଣଙ୍କ ହାତରେ ଥିବା କାଣି ଆଙ୍ଗୁଠି ଆପଣଙ୍କର ସ୍ୱଭାବ ବିଷୟରେ ପରିଚୟ କରାଇବା ସହିତ ଆପଣଙ୍କର ଅନେକ କିଛି ରହସ୍ୟ ଖୋଲିଦେଇଥାଏ। ଆସନ୍ତୁ ଜାଣିବା ଆପଣଙ୍କ ବିଷୟରେ ଆପଣଙ୍କ କାଣି ଆଙ୍ଗୁଠି କଣ କହୁଛି।

ଯେଉଁ ଲୋକଙ୍କର କାଣି ଆଙ୍ଗୁଠି ସୁନ୍ଦର , ଲମ୍ବା , ଏହିଲୋକମାନେ ଅତି ସହଜରେ ଅନ୍ୟକୁ ଆକୃଷ୍ଟ କରି ପାରି ଥଆନ୍ତି।
ଯେଉଁ ଲୋକମାନଙ୍କର କାଣି ଆଙ୍ଗୁଠି ସାମାନ୍ୟ ଲମ୍ବାରୁ ଟିକେ କମ ହୋଇଥାଏ ସେହି ଲୋକମାନେ ନିଜର ସବୁ କାମ ତରବରିଆ ହୋଇ କରିଥାନ୍ତି। ଏମାନେ ଅବୁଝା ସ୍ୱଭାବର ହୋଇଥାନ୍ତି।
ଯଦି କାହାର କାଣି ଆଙ୍ଗୁଠି ଅନାମିକା ଆଙ୍ଗୁଠି ଠାରୁ ଦୂରରେ ଥାଏ। ଏହିଭଳି ଲୋକ ନିଜ ସ୍ୱାଧୀନତାରେ କାମ କରିବାକୁ ପସନ୍ଦ କରିଥାନ୍ତି।
ଯେଉଁ ବ୍ୟକ୍ତିମାନଙ୍କର ଉଭୟ କାଣି ଆଙ୍ଗୁଠି ଏବଂ ଅନାମିକା ଆଙ୍ଗୁଠିର ଲମ୍ବ ସମାନ ହୋଇଥାଏ ସେହିଲୋକମାନଙ୍କର ରାଜନୀତିରେ ଅଧିକ ରୁଚିଥିବାର ଦେଖାଯାଏ। ଏମାନେ ଭବିଷ୍ୟତରେ ଜଣେ ଭଲ ରାଜନେତା ହୋଇଥାନ୍ତି।
ଯେଉଁ ଲୋକମାନଙ୍କର କାଣି ଆଙ୍ଗୁଠି ଅନାମିକା ଅଙ୍ଗୁଠି ଆଡେ ଆଉଜିହୋଇରହିଥିବାର ଦେଖାଯାଏ ସେହି ଲୋମାନେ ବାଣିଜ୍ୟ ବ୍ୟାବସାୟ ଭଲ କରିଥାନ୍ତି।
କିଛି ଲୋକଙ୍କର କାଣି ଆଙ୍ଗୁଠି ଦରକାର ଠାରୁ ଅଧିକ ଲମ୍ବା ହୋଇଥାଏ। ଏହି ଲୋକମାନେ ବହୁତ ଚାଲାଖ ହୋଇଥାନ୍ତି। ଏମାନେ ଅତି ଚତୁରତାର ସହ ନିଜ କାମ ହାସିଲ କରିଥାନ୍ତ।
ଯଦି କାହାର କାଣି ଆଙ୍ଗୁଠିର ପ୍ରଥମଭାଗ ଅଧିକ ଲମ୍ବା ହୋଇଥାଏ , ଏହିଭଳି ଲୋକ କୋମଳ କଥା କହି ଅନ୍ୟକୁ ଆକୃଷ୍ଟ କରିପାରନ୍ତି।
ଯେଉଁ ଲୋକମାନଙ୍କର କାଣି ଆଙ୍ଗୁଠିର ଦ୍ୱିତୀୟ ଭାଗ ଅଧିକ ଲମ୍ବା ହୋଇଥାଏ। ସେହି ଲୋକମାନେ ବହୁତ ଚାଲାଖ ହୋଇଥାନ୍ତି।
ଯେଉଁ ଲୋକମାନଙ୍କର କାଣି ଆଙ୍ଗୁଠିର ଶେଷ ଭାଗ ଅଧିକ ଲମ୍ବା ହୋଇଥାଏ। ଏହି ଲୋକମାନ ମୂଲା ମୁଲି କରି ଜିନିଷ କିଣବାରେ ମାହୋର ଥାଆନ୍ତି।

Leave A Reply