www.samajalive.in
Friday, December 12, 2025
14.1 C
Bhubaneswar

ହଟଷ୍ଟାରରେ ରିଲିଜ୍‍ ହେବ ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍‍’!

ମୁମ୍ବଇ: ବଲିଉଡ଼ର ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍‍’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରେକ୍ଷାଳୟରେ ନୁହେଁ ବରଂ ଦର୍ଶକ ଏହାକୁ ଘରେ ବସି ଦେଖିପାରିବେ।

ମିଳିଥିବା ସୂଚନା ଅନୁସାରେ, ଏହା ଡିଜିଟାଲ୍‍ ପ୍ଲାଟଫର୍ମରେ ରିଲିଜ୍‍ ହେବ। ଫିଲ୍ମର କିଛି ପୋଷ୍ଟ ପ୍ରଡକ୍ସନ କାମ ଶେଷ ହେବା ପରେ ଏହାକୁ ହଙ୍କଷ୍ଟାରରେ ରିଲିଜ୍‍ କରାଯିବ ବୋଲି ଜଣାପଡ଼ିଛି। ତେବେ ଏନେଇ ନିର୍ମାତାଙ୍କ ପକ୍ଷରୁ ଏଯାବତ୍‍ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ‘ଲକ୍ଷ୍ମୀ ବମ୍‍’ ୧୨୫ କୋଟି ଟଙ୍କାରେ ଡିଜିଟାଲ୍‍ ପ୍ଲାଟଫର୍ମକୁ ବିକ୍ରି ହୋଇଛି। ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଗୁଲାବୋ ସିତାବୋ’ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‍ ହୋଇଥିଲା।

- Advertisement -

ସୂଚନାଯୋଗ୍ୟ, ‘ଲକ୍ଷ୍ମୀ ବମ୍’ରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କିଆରା ଆଡଭାଣୀ । ଏହା ତାମିଲ ଫିଲ୍ମ ‘କଞ୍ଚନା’ର ହିନ୍ଦୀ ରିମେକ୍ । ଏହି ବହୁଚର୍ଚ୍ଚିତ ଫିଲ୍ମଟିକୁ ପ୍ରଥମେ ମେ ୨୨ ତାରିଖରେ ରିଲିଜ୍ କରାଇବାକୁ ଯୋଜନା ରହିଥିଲା । ହେଲେ ଲକଡାଉନ୍ ଯୋଗୁ ଏହାକୁ ଅନଲାଇନରେ ରିଲିଜ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories