www.samajalive.in
Wednesday, December 10, 2025
23.1 C
Bhubaneswar

ସିଙ୍ଗଡ଼ା ସହ ଆମ୍ବ ଚଟଣୀ ସେୟାର କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ : ମୋଦି କହିଲେ କରୋନା ପରେ ମିଶିକି ଖାଇବା

ନୂଆଦିଲ୍ଲୀ: ସଞ୍ଜରେ ସିଙ୍ଗଡ଼ାର ମହତ୍ବ କ’ଣ ତାହା କେବଳ ଭାରତୀୟମାନେ ହିଁ କହି ପାରିବେ । ଆମ ଦେଶରେ ସିଙ୍ଗଡ଼ାର ବହୁତ ଦିୱାନା ଆଉ ସିଙ୍ଗଡ଼ା କଥା କହିଲେ ଅନେକଙ୍କ ପାଟିରେ ତ ଲାଳ ଜକେଇ ଆସିବା ଦେଖାଯାଏ । ହେଲେ ବିଦେଶରେ ବି ସିଙ୍ଗଡ଼ା ପ୍ରେମିକ ଅଛନ୍ତି ଆଉ ପୁଣି ହାଇ ପ୍ରୋଫାଇଲ ଲୋକ ସେ କଥା ସହଜରେ ଅନେକ ବିଶ୍ବାସ କରି ପାରନ୍ତି ନାହିଁ । ହେଲେ ଆଜିର ଦିନରେ ଭାରତୀୟ ଚଟପଟି ଖାଦ୍ୟ ସିଙ୍ଗଡ଼ା ଜାତୀୟ ଗଣମାଧ୍ୟମର ଶୀର୍ଷକ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋସିସନ୍ ତାଙ୍କ ଟ୍ବିଟରରେ ସିଙ୍ଗଡ଼ା ଆଉ ଚଟଣୀ ଫଟୋ ଅପଲୋଡ଼ କରିବା ପରେ ଏହାକୁ ନେଇ ବେଶ ରୋଚକ ଚର୍ଚା ଆରମ୍ଭ ହୋଇଛି ।

- Advertisement -

ଜୁନ୍ ୪ ତାରିଖରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋସିସନ ଓ ଭାରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଭିଡିଓ କନଫରେନ୍ସିଂ ଯୋଗେ ଏହି ଆଲୋଚନା ହେବ । ଯେଉଁଥିରେ କରୋନା ଓ ଉତ୍ତରକରୋନା ସମୟରେ ଉଭୟ ଦେଶ ଓ ବିଶ୍ବର ଆର୍ଥିକ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ଆଲୋନା ହେବାର ସମ୍ଭାବନା ଅଛି ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଥିଲେ  ‘‘ଆମ୍ବ ଚଟଣୀ ସହ ରବିବାର ସିଙ୍ଗଡା’’ । ଚଳିତ ସପ୍ତାହରେ ତାଙ୍କ ସହ ଭିଡିଓ କନଫରେନ୍ସିଂ ଅଛି । ସେ ଶାକାହାରୀ ଅଟନ୍ତି । ତେଣୁ ଏହା (ସିଙ୍ଗଡ଼ା ଓ ଚଟଣୀ) ତାଙ୍କ ସହ ସେୟାର କରିବାକୁ ସେ ପସନ୍ଦ କରିବେ ।


ମୋରିସନଙ୍କ ଏହି ଟ୍ବିଟ୍ ଉପରେ ପାଲଟା ଟ୍ବିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଲେଖିଛନ୍ତି ଏହା (ସିଙ୍ଗଡ଼ା) ଭାରତ ମହା ଭାରତୀୟ ମହାସାଗର ସହ ଜଡ଼ିତ । ଏହା ଅତି ସ୍ବାଦିଷ୍ଟ । ଆମେ ଯେତେବେଳେ କରୋନା ମୁକାବିଲାରେ ସଫଳ ହେବା ସେତେବେଳେ ସିଙ୍ଗଡ଼ାରର ମଜା ମିଳିମିଶି ଉଠାଇବା ବୋଲି ସେ କହିଛନ୍ତି ।

ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ‘‘ସିଙ୍ଗଡ଼ା’’ କଥୋପକଥନ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚା ଧରିଛି । ମୋରିସନଙ୍କ ସିିଙ୍ଗଡ଼ା ଟ୍ବିଟକୁ ୧୨ ହଜାରରୁ ଅଧିକ ଲୋକ ରି-ଟ୍ବିଟ୍ କରିଛନ୍ତି । ୬୮ ହଜାର ଲୋକ ଏହାକୁ ଲାଇକ୍ କରିଛନ୍ତି । ଭାରତର ବହୁ ରାଜନେତା ଓ ସାଧାରଣ ଲୋକ ମଧ୍ୟ ଏଥିରେ ରି-ଟ୍ବିଟ୍ ଓ ଲାଇକ୍ କରିଥିବାର ଦେଖାଯାଇଛି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories