www.samajalive.in
Thursday, December 11, 2025
18.1 C
Bhubaneswar

କରୋନା ମୁକାବିଲା: ୧୨ ଜଣଙ୍କୁ ଦିଆଗଲା ଡ୍ରୋନ୍‍ ପାଇଲଟ୍‍ ପ୍ରଶିକ୍ଷଣ, ଆକାଶମାର୍ଗରୁ ପୁଷ୍ପ ବର୍ଷା କରି ଜଣାଇଲେ ସମ୍ମାନ

ଭୁବନେଶ୍ୱର : ଆକାଶମାର୍ଗରେ ଡ୍ରୋନ୍‍ ଜରିଆରେ ରକ୍ତଭଣ୍ଡାରରୁ ରକ୍ତ ପରିବହନ କରି କରୋନା ରୋକାଯାଇ ପାରିବ। ଏହାବ୍ୟତିତ ଏହି ଡ୍ରୋନ ଆକାଶମାର୍ଗରୁ କରୋନା ସଂକ୍ରିମିତ ଅଞ୍ଚଳରେ ବିଶୋଧନ କରିବା ସହ ତାଲାବନ୍ଦ ନିୟମ ମାନୁନଥିବା ଅମାନିଆମାନଙ୍କୁ ମଧ୍ୟ ଧରିବାରେ ପୁଲିସ୍‍କୁ ସାହାଯ୍ୟ କରିପାରିବ। ଏହି ପ୍ରକ୍ରିୟା ପାଇଁ ପୂର୍ବରୁ ଆମ ରାଜ୍ୟରେ ଡ୍ରୋନ୍‍ ପାଇଲଟ୍‍ ନଥିଲେ। ତେଣୁ ଏହି କାର୍ଯ୍ୟ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା ଫଳରେ ଅଧିକ ଖର୍ଚ୍ଚ ମଧ୍ୟ ହେଉଥିଲା। ବର୍ତ୍ତମାନର କରୋନା ପରିସ୍ଥିତିରେ ଡ୍ରୋନ୍‍ର ଉପାଦେୟତା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ରାଜ୍ୟରେ ପ୍ରଥମ ଥର ଲାଗି ପରୀକ୍ଷାମୂଳକ ଭାବେ ଡ୍ରୋନ୍‍ ପାଇଲଟ୍‍ ତାଲିମ୍‍ କରାଯାଇଛି। ଏହି ତାଲିମ୍‍ କାର୍ଯ୍ୟକ୍ରମରେ ୧୨ ଜଣ ଶିକ୍ଷନବୀଶ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିବା ସ ହପରୀକ୍ଷାମୂଳକ ଭାବେ ସ୍ଥାନୀୟ କ୍ୟାପିଟାଲ୍‍ ହସ୍ପିଟାଲ୍‍ ପରିସରରେ ଏହାର ପରୀକ୍ଷଣ କରାଯାଇଛି।
ଦୀର୍ଘ ୨୫ ଦିନର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୨ ଜଣଙ୍କମଧ୍ୟରେ ଦୁଇ ଜଣ ମହିଳାଡ୍ରୋନ୍‍ ପାଇଲଟ୍‍ ମଧ୍ୟ ସାମିଲ ଅଛନ୍ତି। ଏହିତାଲିମ୍‍ କାର୍ଯ୍ୟକ୍ରମ ହ୍ୟୁମାନିଟାରିଆନ୍‍ ଏଡ୍‍ ଇଣ୍ଟରନ୍ୟାସନାଲ୍‍ ଓ ଜେନ୍‍ ଏରୋସ୍ପେସ୍‍ ଦ୍ୱାରା ଭୁବନେଶ୍ୱରରେ କରାଯାଇଛି। ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିୱାଇଏସ୍‍ଡି ଆମ ରାଜ୍ୟରେ ପରୀକ୍ଷାମୂଳକ ଭାବେ ଏହି ତାଲିମ୍‍ କାର୍ଯ୍ୟକ୍ରମ କରାଇବା ସହ ରାଜ୍ୟ ସରକାରଙ୍କ ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମଧ୍ୟ ସହଯୋଗ ରହିଛି। ଡ୍ରୋନ୍‌ ପାଇଲଟ୍‌ ପ୍ରଶିକ୍ଷଣର ଶେଷ ଦିନରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ପ୍ରଶିକ୍ଷାର୍ଥୀମାନେ କ୍ୟାପିଟାଲ୍‍ ହସ୍ପିଟାଲ୍‍ରେ କାର୍ଯ୍ୟରତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ତଥା ପୁଲିସ୍‍ ଓ ନିରାପତ୍ତା ରକ୍ଷୀଙ୍କ ଭଳି କୋଭିଡ୍‍ ଯୋଦ୍ଧାମାନଙ୍କୁ ଡ୍ରୋନ୍‍ ଜରିଆରେ ଆକାଶ ମାର୍ଗରୁ ପୁଷ୍ପ ବର୍ଷାକରି ସମ୍ମାନ ଜଣାଇଥିଲେ।
ବର୍ତ୍ତମାନର କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବାରେ ଆବଶ୍ୟକୀୟ ସଂରଜାମ ବିଶେଷ କରି ରକ୍ତଭଣ୍ଡାରରୁ ଅସ୍ତ୍ରୋପଚାର କକ୍ଷ ପର୍ଯ୍ୟନ୍ତ ରକ୍ତ ପରିବହନ କରାଯାଇ ଶାରୀରିକ ଭାବେ କରୋନା ସଂକ୍ରମଣକୁ ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ସିୱାଇଏସ୍‍ଡିର ମାର୍ଗଦର୍ଶକ ତଥା ସହ-ପ୍ରତିଷ୍ଠାତା ଜଗଦାନନ୍ଦ କହିଛନ୍ତି। ସେହିପରି ସହରର ଜନଗହଳି ଅଞ୍ଚଳରେ କୋରୋନା ପାଇଁ ଚାଲିଥିବା ତାଲାବନ୍ଦ ସମୟରେ ଅମାନିଆମାନଙ୍କ ଉପରେ ମଧ୍ୟ ନଜର ରଖାଯାଇପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନ ସଚେତନତା କରିବା ଏବଂ ବିପର୍ଯ୍ୟୟ ପରେ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିବାରେ ଏହା ବିଶେଷ ଭାବେ ସହାୟକ ହୋଇପାରିବ ଫଳରେ ଯଥା ସମୟରେ ଲୋକମାନଙ୍କ ପାଖରେ ସରକାରଙ୍କ ସୁବିଧା ଓ ରିଲିଫ୍‍ ପହଞ୍ଚି ପାରିବ ବୋଲି ଜଗଦାନନ୍ଦ ମତବ୍ୟକ୍ତ କରିଛନ୍ତି। ଏହି ତାଲିମ୍‍ କାର୍ଯ୍ୟକ୍ରମରେ ସଫଳତା ପାଇଥିବା ଡ୍ରୋନ୍‍ ପାଇଲଟ୍‍ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories