www.samajalive.in
Wednesday, December 10, 2025
23.1 C
Bhubaneswar

ଟ୍ବିନ୍ ସିଟିରେ କାଳବୈଶାଖୀ ତାଣ୍ଡବ : ଉପୁଡିଲା ଗଛ, ବିଭିନ୍ନ ସ୍ଥାନରେ ଲହଡି ମାରୁଛି ପାଣି

ଭୁବନେଶ୍ଵର : ଟ୍ବିନ୍ ସିଟି କଟକ-ଭୁବନେଶ୍ଵରରେ ଭୋର ସମୟରେ ତାଣ୍ଡବ ରଚିଛି କାଳବୈଶାଖୀ । ଭୋର ପ୍ରାୟ ୪ଟାରୁ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡଘଡି ଦେଢ଼ଘଣ୍ଟା ଧରି ଜାରି ରହିଥିଲା । ଏହି ବର୍ଷା, ପବନରେ ରାଜଧାନୀ ଭୁବନେଶ୍ୱରର କିଛି ଅଞ୍ଚଳରେ ଗଛ ଭାଙ୍ଗି ପଡିଥିବାର ସୂଚନା ମିଳିଛି। କିଛି ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି । ଯାହା ଫଳରେ ବିଦ୍ୟୁତ ସରବରାହ ବ୍ୟାଘତ ମଧ୍ୟ ହୋଇଥିଲା।

ରାତିରେ ଦ୍ୱୈତ ନଗରୀରେ ପ୍ରବଳ ବର୍ଷା, ପବନ ଓ ଘଡଘଡିର ଭୟଙ୍କର ଶବ୍ଦ ସାଙ୍ଗକୁ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ଯୋଗୁଁ ଲୋକେ ରାତି ସାରା ହନ୍ତସନ୍ତ ହୋଇଥିଲେ । ବର୍ଷା ଛାଡିଲା ପରେ ରାଜଧାନୀର ବିଭିନ୍ନ କଲୋନିରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଭୁବନେଶ୍ଵରର ଅନେକ କଲୋନିରେ ନାଳ କାମ ସରିନଥିବା କାରଣରୁ ପାଣି କେଉଁଆଡେ ଯାଇନପାରି କଲୋନି ଭିତରେ ରହିଛି ଯାହା ଫଳରେ ଲୋକ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି ।

ସକାଳୁ ସକାଳୁ ଓଡିଶା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ପଡିଥିବା ଗଛ କାଟି ସଫା କରିବା ଆରମ୍ଭ କରି ଦେଇଛନ୍ତି । ପଡିରହିଥିବା ଗଛ ଗୁଡିକୁ କାଟିବା ସହ ରାସ୍ତା ସଫା କରିବା ଫଳରେ ଯାତାୟତ ସ୍ବାଭାବିକ ହୋଇଛି ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories