www.samajalive.in
Friday, December 12, 2025
23.1 C
Bhubaneswar

କ୍ବାରେନଣ୍ଟାଇନ ସେଣ୍ଟର ପାଚେରୀ ଡ଼େଇଁ ୪ ପ୍ରବାସୀ ଶ୍ରମିକ ଫେରାର

ପାରଳାଖେମୁଣ୍ଡି: କ୍ବାରେନଣ୍ଟାଇନ ସେଣ୍ଟରରେ ଖାଇବାପିଇବା ଠିକ୍ ଦିଆଯାଉ ନ ଥିବା ଅଭିଯୋଗ କରି ୪ ପ୍ରବାସୀ ପାଚେରୀ ଡ଼େଇଁ ଫେରାର ମାରିଛନ୍ତି । କ୍ବାରେନଣ୍ଟାଇନ ସେଣ୍ଟର ନିକଟରେ ୧୪୪ ଧାରା ଜାରି ସହ ଉଚ୍ଚ ପାଚେରୀ ସତ୍ବେ ଶ୍ରମିକମାନେ କିପରି ପଳାଇଲେ ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି ।

ଘଟଣାଟି ଘଟିଛି କାଶୀନଗର ବ୍ଲକ୍ ଅନ୍ତର୍ଗତ ଅଲଡ଼ା କ୍ବାରେନଣ୍ଟାଇନ କେନ୍ଦ୍ରରେ । ଏହି କେନ୍ଦ୍ରରେ ପ୍ରବାସୀ ଶ୍ରମିକମାନଙ୍କୁ ରଖା ଯାଇଥିଲା । ମାତ୍ର ସେଠାରେ ସେମାନଙ୍କୁ ଖାଇବା ପିଇବା ଠିକ୍ ଦିଆଯାଉ ନ ଥିବା ସେମାନେ ଅଭିଯୋଗ କରିଥିଲେ । ମାତ୍ର କେନ୍ଦ୍ର ଦାୟିତ୍ବରେ ଥିବା ସରପଞ୍ଚ ଓ ଅନ୍ୟ ଅଧିକାରୀମାନେ ଏହାକୁ ଗୁରୁତ୍ବ ଦେଇ ନ ଥିବାରୁ ସେମାନେ ପଳାଇଥିବା ଅଭିଯୋଗ ହୋଇଛି ।

- Advertisement -

ଖବର ପାଇବା ପରେ ଜିଲାପାଳ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି ଓ ପୁଲିସ ବିଭିନ୍ନ ସ୍ଥାନ ଖୋଜାଖୋଜି କରିବା ପରେ ସେମାନଙ୍କୁ ତାଙ୍କର ଗାଁରୁ ଠାବ କରାଯାଇଛି । କ୍ବାରେନଣ୍ଟାଇନ କେନ୍ଦ୍ରରେ ଖାଦ୍ୟ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବାକୁ ଜିଲାପାଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

 

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories