www.samajalive.in
Thursday, December 11, 2025
13.1 C
Bhubaneswar

ନେମାଳ ପଦ୍ମବନର ଅଧିଶ୍ୱର ଅଚ୍ୟୁତାନନ୍ଦ ଦେବଙ୍କ ଦେବସ୍ନାନ ମହୋତ୍ସବ

ନେମାଳ: ପଞ୍ଚସଖା ଯୁଗର ଶ୍ରେଷ୍ଠ ସାଧକ, ଆଗତ-ଅନାଗତ ମନ୍ତ୍ରର ଉଦଘୋଷକ, ପିଣ୍ଡ-ବ୍ରହ୍ମାଣ୍ଡ ତତ୍ତ୍ୱର ଉପସ୍ଥାପକ, ତ୍ରିକାଳଜ୍ଞ ସର୍ବୋପରି ଭବିଷ୍ୟତ ମାଳିକା ସମେତ ବହୁ ଉପାଦେୟ ଗ୍ରନ୍ଥର ରଚୟିତା ମହାପୁରଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଜୁନ ମାସ ୫ ତାରିଖରେ ହେବାକୁ ଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ନିରାଡମ୍ବର ସହକାରେ କରିବାକୁ ନିଷ୍ପତି ନେଇଛନ୍ତି କଟକ ଜିଲ୍ଲା ପ୍ରଶାସନ। ପରମ୍ପରାକୁ ବଞ୍ଚାଇ ରଖିବାକୁ ସମସ୍ତ ନୀତିକାନ୍ତି ନିର୍ଦ୍ଦିଷ୍ଟ ସେବାୟତଙ୍କ ଦ୍ୱାରା ଯଥାବିଧି ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି। ନିଷ୍ପତି ମୁତାବକ ସର୍ବସାଧାରଣଙ୍କ ଦର୍ଶନ, ବାଲିମେଳା ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ଯଜ୍ଞାନୁଷ୍ଠାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ।

- Advertisement -

ମନ୍ଦିର ସନ୍ନିକଟ ଅଞ୍ଚଳରେ ଜୁନ ୧ ତାରିଖ ସକାଳ ୬ଟାରୁ ଜୁନ ୬ ତାରିଖ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ସେହିପରି ମନ୍ଦିରକୁ ପ୍ରବେଶ କରିବାକୁ ଥିବା ସମସ୍ତ ପଥକୁ ବନ୍ଦ କରାଯିବ। ନିୟମକୁ ଅମାନ୍ୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ମହୋତ୍ସବ ପୂର୍ବରୁ ସମସ୍ତ ସେବାୟତମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହିତ ସମସ୍ତେ ସମାଜିକ ଦୂରତ୍ୱ ରକ୍ଷା କରିବା ଓ ମାସ୍କ ପିନ୍ଧି ପୂଜା କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ପୀଠରେ ରାଜ୍ୟ ତଥା ରାଜ୍ୟ ବାହାରୁ କୈଣସି ଶ୍ରଦ୍ଧାଳୁ ନ ଆସିବା ପାଇଁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି।

ସୁଚନାଯୋଗ୍ୟ ମହାପୁରୁଷ ଶ୍ରୀଶ୍ରୀ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ପଦ୍ମବନ କ୍ଷେତ୍ର ନେମାଳ ଠାରେ ପ୍ରଶିଦ୍ଧ ଦେବସ୍ନାନଯାତ୍ରା ଓ ନିର୍ବିକଳ୍ପ ଶୁନ୍ୟ ସମାଧି ଦିବସ ଅବସରରେ ଲକ୍ଷ ଲକ୍ଷ ଶ୍ରଧାଳୁ ଭକ୍ତଙ୍କ ସମାବେଶ ହୋଇଥାଏ। ବିଶେଷକରି ନେମାଳ ବାଲିଯାତ୍ରା ପଡିଆରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ। ପରନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯିବା ସହିତ ପରମ୍ପରା ଅନୁଯାଇ ହିନ୍ଦୁ ଓ ମୁସଲମାନ ମାନଙ୍କ ଭାଇଚାରା ସଂପର୍କର ଭୋଗ ଟ୍ରଷ୍ଟ ପକ୍ଷରୁ ଲାଗି କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି। ସବୁପରେ ବି କରୋନା ମହାମାରୀ ପାଇଁ ୧୪୪ ଧାରା ବଳବତ୍ତର ରହୁଥିବା ଯୋଗୁ ଭକ୍ତ ଓ ଭଗବାନଙ୍କ ଅପୁର୍ବ ମିଳନ ସିଧାସଳଖ ହୋଇ ପାରୁ ନଥିବା କାରଣରୁ ଶ୍ରଧାଳୁ ଭକ୍ତମାନେ ସେମାନଙ୍କ ଆବେଗକୁ ପ୍ରକାଶ କରି ଇଲେକଟ୍ରୋନିକ୍ସ ଗଣମାଧ୍ୟମରେ ସିଧା ପ୍ରସାରଣ କରାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଠାରେ ଦାବି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories