www.samajalive.in
Sunday, December 14, 2025
26.1 C
Bhubaneswar

କଟକଣା ହଟିଲେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା : ହୁ’

ଜେନିଭା : ଯେଉଁସବୁ ଦେଶରେ କୋଭିଡ୍‍-୧୯ ସଂକ୍ରମଣ ହ୍ରାସ ପାଇବା ଆରମ୍ଭ ହୋଇଛି, ସେଇସବୁ ଦେଶରେ ଯଦି ଏହି ରୋଗର ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଶୀଘ୍ର ହଟାଇ ଦିଆଯାଏ ତେବେ ହଠାତ୍‍ ଦ୍ୱିତୀୟ ପର୍ୟ୍ୟାୟର ସଂକ୍ରମଣ ଆରମ୍ଭ ହୋଇଯିବାର ଆଶଙ୍କା ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‍ଓ) ସତର୍କ କରିଦେଇଛି ।

ଡବ୍ଲୁଏଚ୍‍ଓର ଜରୁରୀ ସ୍ୱାସ୍ଥ୍ୟ ଯୋଜନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକ୍‍ ରିଆନ୍‍ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ସଂକ୍ରମଣର ପ୍ରଥମ ପର୍ଯ୍ୟାୟର ମଧ୍ୟଭାଗରେ ସମଗ୍ର ବିଶ୍ୱରେ ଯେତେବେଳେ ଏହି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା, ସେତେବେଳେ ସମସ୍ତ ପଦକ୍ଷେପ ସଠିକ୍‍ ଥିଲା । ସେ ଆହୁରି କହିଛନ୍ତି, ମହାମାରୀ ଅଧିକାଂଶ ସମୟରେ ଲହରୀ ଭଳି ଉଭା ହୋଇଥାଏ, ଯାହାର ଅର୍ଥ ହେଉଛି ଯେଉଁଠାରେ ପ୍ରଥମ ଲହରୀ ଉଭେଇଯାଇଥାଏ ସେସବୁ ସ୍ଥାନରେ ପରେ ପୁଣିଥରେ ସଂକ୍ରମଣ ଲହରୀ ଉଠିବାର ସମସ୍ତ ଆଶଙ୍କା ରହିଥାଏ । ଯଦି ସମସ୍ତ ନିୟନ୍ତ୍ରଣ ବ୍ୟବସ୍ଥାକୁ ହଟେଇ ଦିଆଯାଏ, ତେବେ ସଂକ୍ରମଣ ହାର ପୁଣିଥରେ ବୃଦ୍ଧି ପାଇବାର ଆଶଙ୍କା ଦେଖାଦିଏ ବୋଲି ସେ କହିଛନ୍ତି । ବିଶେଷକରି ବର୍ଷାଋତୁ ଯେତେବେଳେ ଇନ୍‍ଫ୍ଲଏଞ୍ଜା ଜନିତ ସଂକ୍ରମଣ ବୃଦ୍ଧି ପାଏ, ସେହି ସମୟରେ କୋଭିଡ୍‍-୧୯ ସଂକ୍ରମଣର ଦ୍ୱିତୀୟ ଲହରୀ ଉଠିବାର ସମସ୍ତ ଆଶଙ୍କା ଥାଏ ଏବଂ ଏହା ପରିସ୍ଥିତିକୁ ଅଧିକ ଜଟିଳ କରିବ ବୋଲି ସେ ଚେତାଇ ଦେଇଛନ୍ତି ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories