www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ନିରାଡମ୍ବରରେ ସଂପନ୍ନ

ପିପିଲି : ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ବୁଧବାର ଅପରାହ୍ନରେ କେବଳ ନୀତିକାନ୍ତି ସହ ନିରାଡମ୍ବରରେ  ସଂପନ୍ନ ହୋଇଛି । ମହାମାରୀ କରୋନା ପାଇଁ ସାମାଜିକ ଦୂରତ୍ୱ ପାଳନ ସହ ବାବା ବାଲୁଙ୍କେଶ୍ୱର ଦେବ ପୂଜା କମିଟିର ସ୍ୱଳ୍ପ ସଂଖ୍ୟକ ସଭ୍ୟଙ୍କ ଉପସ୍ଥିତିରେ ଦେବବିବାହ ଉତ୍ସବ ସମାପନ ହୋଇଛି ।

ପ୍ରତ୍ୟୁଷରୁ ଠାକୁରଙ୍କ ମନ୍ଦିରରେ ସମସ୍ତ ପ୍ରକାର ଦେବନୀତି ସଂପନ୍ନ ହେବା ପରେ ପୂର୍ବାହ୍ନ ୮ଟାରେ ଖଣ୍ଡିଆଗିରି ସ୍ଥିତ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ପୀଠରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟ ବର ପିତାମାତା ଓ କନ୍ୟା ପିତାମାତାଙ୍କ ଉପସ୍ଥିତିରେ ବିଧି ମୁତାବକ ସଂପନ୍ନ ହୋଇଥିଲା । ପୂର୍ବାହ୍ନ ୧୦ଟାରେ ମା’ପଢେଇଶୁଣି ଠାକୁରାଣୀଙ୍କ ପୀଠରେ ଦିଅଁ ମଙ୍ଗୁଳା  କାର୍ଯ୍ୟ ନିରାଡମ୍ବର ବିଧି ମୁତାବକ ସଂପନ୍ନ ହୋଇଥିଲା । ଅପରାହ୍ନରେ ମନ୍ଦିର ପରିସରରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ନିରାଡମ୍ବରରେ ସଂପନ୍ନ ହୋଇଥିଲା । ସମାଜସେବୀ ଶରତ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ସୁକାନ୍ତି ପାଣିଗ୍ରାହୀ ବରପକ୍ଷ ହୋଇଥିବା ବେଳେ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ରାଜଲକ୍ଷ୍ମୀ ପଣ୍ଡା କନ୍ୟା ପକ୍ଷର ପିତାମାତା ଭାବେ ଦାୟିତ୍ୱ ତୁଳାଇଥିଲେ । ପୂଜା କମିଟିର ସ୍ୱଳ୍ପସଂଖ୍ୟକ ସଭ୍ୟଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱ ପାଳନ ପୂର୍ବକ ନିରାଡମ୍ବର ଭାବେ ସମସ୍ତ ରୀତିନୀତି ଅନୁଯାଇ ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories