www.samajalive.in
Friday, December 12, 2025
27.1 C
Bhubaneswar

ଚୀନ ସେନାକୁ ଜିନ୍‌ପିଙ୍ଗଙ୍କ ନିର୍ଦେଶ ; ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ବେଜିଂ: ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ବୃଦ୍ଧି ପାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଉଭୟ ନିଜର ରଣନୀତି ଆରମ୍ଭ କରିଛନ୍ତି। ଯୁଦ୍ଧ ପରିସ୍ଥିତିର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଜାତୀୟ ସୁରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା ମୁଖ୍ୟ ଓ ତିନିବାହିନୀର ସେନା ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତିନି ସେନାମୁଖ୍ୟ ଓ ପ୍ରତିରକ୍ଷା ମୁଖ୍ୟଙ୍କ ସହ ଅଲଗା ବୈଠକ କରିଛନ୍ତି।
ଅନୁରୂପ ଭାବେ ଚୀନ ରାଷ୍ଟ୍ରପତି ତଥା ଚୀନ କେନ୍ଦ୍ରୀୟ ମିଲିଟାରୀ କମିସନର ଅଧ୍ୟକ୍ଷ ସି ଜିନପିଙ୍ଗ ସୈନ୍ୟବାହିନୀକୁ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ଜିନପିଙ୍ଗ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ଦେଇଥିବା ନିର୍ଦେଶରେ ଯୁଦ୍ଧ ଲାଗି ସଜାଗ ରହିବାକୁ କହିଛନ୍ତି। ଏପରିକି ସେନାକୁ ଏକଜୁଟ କରିବା ଓ ଆବଶ୍ୟକ ପ୍ରଶିକ୍ଷଣ ଦେବାକୁ ନିର୍ଦେଶ ଦେଇଛନ୍ତି। କରୋନା ବିପର୍ଯ୍ୟୟ ଯୋଗୁଁ ଚୀନର ଜାତୀୟ ସୁରକ୍ଷା ବିପର୍ଯ୍ୟସ୍ତ ହୋଇଥିବା ସତ୍ତ୍ବେ ଏପରି ପ୍ରସ୍ତୁତି ଲାଗି ଆହ୍ବାନ ଦିଆଯାଇଛି।

ଚୀନ ରାଷ୍ଟ୍ରାୟତ୍ତ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦେଶର ସାର୍ବଭୌମତ୍ବ ଓ ଜାତୀୟ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ରାଷ୍ଟ୍ରପତି ଜିନ୍‌ପିଙ୍ଗ ସେନାକୁ ସମନ୍ବିତ ପଦକ୍ଷେପ ନେବାକୁ କହିଛନ୍ତି। ଭାରତ ସହିତ ସୀମା ବ୍ୟତୀତ ତାଇୱାନ ସମସ୍ୟା ଚୀନ ପାଇଁ ଅନ୍ୟ ଏକ ଆହ୍ବାନ ହୋଇଛି। ତାଇୱାନକୁ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିବା ଲାଗି ଆମେରିକା ସହଯୋଗ କରୁଥିବାବେଳେ ଚୀନ ଏଥିରେ ବିଚଳିତ ହୋଇପଡିଛି। ତାଇୱାନକୁ ସମ୍ପୂର୍ଣ୍ଣରୂପେ ଚୀନ ସହିତ ବିଲୟ ଘଟାଇବା ଲାଗି ଜିନପିଙ୍ଗ ନିୟମିତ

- Advertisement -

ଉଦ୍ୟମ ଚଳାଇଥିବାବେଳେ ଏଥିରେ ଆମେରିକା ହସ୍ତକ୍ଷେପ କରିଛି। ହଂକଂ ଭଳି ତାଇୱାନକୁ ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ ଭାବେ ଘୋଷଣା କରିବାକୁ ଚୀନ ଉଦ୍ୟମ ଚଳାଇଛି। ତେବେ ଚୀନର ଏପରି ନୀତିକୁ ତାଇୱାନର ଗଣତନ୍ତ୍ର ସପକ୍ଷବାଦୀମାନେ ବିରୋଧ କରିବା ସହ ସମ୍ପୂର୍ଣ୍ଣ ସ୍ବାଧୀନତା ଦାବି କରିଛନ୍ତି; ମାତ୍ର ଚୀନ ଏହି ଗଣତନ୍ତ୍ର ସପକ୍ଷବାଦୀଙ୍କୁ ଦମନ କରିବା ଲାଗି ଆବଶ୍ୟକ ବଳ ପ୍ରୟୋଗ କରିବାକୁ ନିଷ୍ପତ୍ତି ନେଉଛି। ଗୋଟିଏ ପଟେ ତାଇୱାନ ସମସ୍ୟା ଅନ୍ୟପଟେ ଭାରତ ସହ ସୀମା ବିବାଦ ଚୀନକୁ ଯୁଦ୍ଧ ପ୍ରସ୍ତୁତି ଲାଗି ବାଧ୍ୟ କରିଛି। ସୀମା ବିବାଦକୁ ନେଇ ଭାରତ ଓ ଚୀନ ସମ୍ବେଦନଶୀଳ ଅଞ୍ଚଳରେ ସେନା ଠୁଳ କରିବା ଆରମ୍ଭ କରିଛନ୍ତି। ଭାରତ-ଚୀନ ମଧ୍ୟରେ ୩୪୮୮ କିମି ସୀମାକୁ ନେଇ ନିୟମିତ ବିବାଦ ଦେଖାଯାଉଥିବାବେଳେ ନିକଟରେ ଦେଖାଯାଇଥିବା ଉତ୍ତେଜନା ଜଟିଳ ସ୍ଥିତିରେ ପହଞ୍ଚିଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories