www.samajalive.in
Saturday, December 13, 2025
26.1 C
Bhubaneswar

‘କରୋନା ଭଳି ବହୁ ମହାମାରୀ ଆସିବ’ ; ନିଖୋଜ ‘ବ୍ୟାଟ୍‌ ଓମାନ୍‌’ ଫେରିଲେ

ବେଜିଂ : କରୋନା ଭୂତାଣୁ ଚୀନର ପରୀକ୍ଷାଗାରରେ ସୃଷ୍ଟି ହୋଇନାହିଁ। ଏପରି ବହୁ ଭୟାନକ ଭୂତାଣୁ ରହିଛନ୍ତି; ଯାହା ମଧ୍ୟରୁ କରୋନା ଗୋଟିଏ। ଭବିଷ୍ୟତରେ କରୋନା ଭଳି ବହୁ ମହାମାରୀ ଆସିବାର ଆଶଙ୍କା ରହିଛି ବୋଲି ଚୀନର ପ୍ରତିଷ୍ଠିତ ଭାଇରୋଲୋଜିଷ୍ଟ (ଭୂତାଣୁ ବିଶେଷଜ୍ଞ) ସି ଜେଙ୍ଗଲି କହିଛନ୍ତି। ବାଦୁଡିଙ୍କ ଦ୍ବାରା ଏହି ଭୂତାଣୁ ମାନବ ସମାଜକୁ ସଂକ୍ରମିତ ହୋଇଥିବା ନେଇ ଜେଙ୍ଗଲି ଅନେକ ଗବେଷଣା କରିଛନ୍ତି। ତାଙ୍କର ଏହି ଗବେଷଣା ପାଇଁ ଜେଙ୍ଗଲିଙ୍କୁ ‘ବ୍ୟାଟ ଓମ୍ୟାନ’ ବୋଲି କୁହାଯାଏ। ଜେଙ୍ଗଲି ଏବେ ଉହାନସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ଉପ-ନିର୍ଦେଶକ ଅଛନ୍ତି। କିଛି ଦିନ ଧରି ରହସ୍ୟଜନକ ଭାବେ ନିଖୋଜ ଥିବା ଜେଙ୍ଗଲି ମଙ୍ଗଳବାର ଚୀନର ରାଷ୍ଟ୍ରାୟତ୍ତ ଟେଲିଭିଜନରେ ଆତ୍ମପ୍ରକାଶ ପୂର୍ବକ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଆଗାମୀ ଦିନରେ କରୋନା ଭଳି ଅନେକ ମହାମାରୀ ବିଶ୍ବରେ ଦେଖାଯିବାର ଆଶଙ୍କା ରହିଛି। ଏହି ଆଶଙ୍କିତ ମହାମାରୀକୁ ରୋକିବା ଲାଗି ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ସମନ୍ବୟ ଆବଶ୍ୟକ। ଏଥିପାଇଁ ବିଶ୍ବର ସମସ୍ତ ବୈଜ୍ଞାନିକ ଓ ସରକାର ମିଳିତ ଭାବେ କାମ କରିବା ଦରକାର। କରୋନା ଭୂତାଣୁକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ଯେପରି ମତଭେଦ ଦେଖାଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଜେଙ୍ଗଲି କହିଛନ୍ତି ଆଗକୁ କରୋନା ଭଳି ମହାମାରୀ ସୃଷ୍ଟିକୁ ରୋକିବା ଲାଗି ବୈଜ୍ଞାନିକମାନେ ଗବେଷଣା କରିବା ଦରକାର। ଅଜଣା ଭୂତାଣୁଙ୍କ ସମ୍ପର୍କରେ ଆମକୁ ଆଗୁଆ ଅବଗତ ହେବାକୁ ପଡିବ। ଏହି ଅଜଣା ଭୂତାଣୁ ପଶୁ, ପକ୍ଷୀଙ୍କ ଦ୍ବାରା ମାନବସମାଜକୁ ସଂକ୍ରମିତ ହେବାରୁ ରୋକାଯିବା ଦରକାର। ସମ୍ପ୍ରତି ଚୀନ ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ପାର୍ଲାମେଣ୍ଟ)ର ବୈଠକ ଚାଲିଥିବାବେଳେ ଜେଙ୍ଗଲିଙ୍କ ଏହି ସାକ୍ଷାତକାର ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି। କରୋନା ଭୂତାଣୁ ସଂକ୍ରମଣ ପାଇଁ ଚୀନକୁ ଆମେରିକା ସମେତ ବିଶ୍ବ ସମୁଦାୟ ଦାୟୀ କରିଆସୁଛି। ଚୀନର ପରୀକ୍ଷାଗାରରେ ଏହି ଭୂତାଣୁକୁ ଉଦ୍ଦେଶ୍ୟମୂଳକ ଭାବେ ସୃଷ୍ଟି କରାଯାଇଥିବା ଅଭିଯୋଗ ହେଉଛି। ତେବେ ବିଶ୍ବ ସମୁଦାୟର ଏପରି ଅଭିଯୋଗକୁ ଚୀନ ଅଗ୍ରାହ୍ୟ କରିଆସୁଛି। ଏଥିନେଇ ରାଜନୀତି ହେବା ଅନୁଚିତ ବୋଲି ସେ କହିଛନ୍ତି। ନିକଟରେ ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ନିର୍ଦେଶକ ୱାଙ୍ଗ ୟାନି କହିଥିଲେ ଯେ କରୋନା ଭୂତାଣୁ ପରୀକ୍ଷାଗାରରେ ପ୍ରସ୍ତୁତ ଅଭିଯୋଗ ସମ୍ପୂର୍ଣ୍ଣ କପୋଳକଳ୍ପିତ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories