www.samajalive.in
Saturday, December 13, 2025
17.1 C
Bhubaneswar

କରୋନା ଯୋଦ୍ଧାଙ୍କ ଲାଗି ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ୍ ଅନିବାର୍ଯ୍ୟ: ଆଇସିଏମ୍ଆର୍

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନର ଉପାଦେୟତା ଏବେ ବି ଏକ ପ୍ରଶ୍ନ ହୋଇ ଉଭା ହୋଇଛି । ଆମେରିକା ଚିକିତ୍ସାବିତ୍ ଓ ଆମେରିକା ରାଷ୍ଟ୍ରପତି କରୋନା ସଂକ୍ରମଣକୁ ରୋକିବା ଏବଂ ଏଥିରୁ ସୁସ୍ଥ ହେବା ପାଇଁ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ଉପଯୁକ୍ତ ବୋଲି ଦାବି କରୁଛନ୍ତି । ଅନ୍ୟପକ୍ଷରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ଔଷଧ ଉପରେ କଟକଣା ଜାରି ରଖିଛି । ଏହି ସ୍ଥିତିରେ ଭାରତ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ କଟକଣାକୁ ଗ୍ରହଣ କରିବ ନାହିଁ ଏବଂ ଆମେରିକା ପରି କରୋନା ସଂକ୍ରମିତଙ୍କ ଚିକିତ୍ସା ଏବଂ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟ କର୍ମୀମାନେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ସେବନ କରିବେ ବୋଲି ନିଷ୍ପତ୍ତି ନେଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇସିଏମ୍ଆର୍ ମହାନିର୍ଦେଶକ ଏହା ସ୍ପଷ୍ଟ କରିଛନ୍ତି ।

- Advertisement -

ମ୍ୟାଲେରିଆରୁ ମୁକ୍ତି ନିମନ୍ତେ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ବହୁ ପୂର୍ବରୁ ଭାରତରେ ପ୍ରଚଳିତ ଏବଂ ଆଣ୍ଟିଭାଇରାଲ ଡ଼୍ରଗ ଭାବରେ ଏହା ଭାରତରେ ବେଶ୍ ଲୋକପ୍ରିୟ । ଆମେରିକା ସରକାର ଏହାକୁ ଗ୍ରହଣ କରିଛନ୍ତି ଓ ଇନ୍-ଭିଟୋ ଡାଟା ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ସେବନ ସୁରକ୍ଷିତ ବୋଲି କୁହାଯାଉଛି । ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ କୋଭିଡ୍ ରୋଗୀଙ୍କ ଉପରେ କାମ କରୁଛି ଓ  ପାର୍ଶ୍ୱ ପ୍ରତିକ୍ରିୟା ସେପରି କିଛି ଆସୁଥିବା ଏଯାଏ ଜଣା ପଡ଼ିନାହିଁ । ତେଣୁ  କରୋନା ଯୋଦ୍ଧାଙ୍କୁ  ପ୍ରଥମ ଦିନ ୨ଟି ଟାବଲେଟ୍ ଓ ସପ୍ତାହ ପରେ ଆଉ ଗୋଟିଏ ବଟିକା ଖାଇବାକୁ ପଡ଼ିବ । ଏହାପରେ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ବଟିକା ୮ ସପ୍ତାହ ଯାଏ ଖାଇବାକୁ ହେବ ବୋଲି  ଆଇସିଏମଆର୍ ଡିଜି କହିଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories