www.samajalive.in
Sunday, December 14, 2025
26.1 C
Bhubaneswar

ଚୀନର ପ୍ରତିରକ୍ଷା ବଜେଟ ୧୭,୫୦୦କୋଟି ଡଲାର

ବେଜିଂ : ଚୀନ ଏହାର ପ୍ରତିରକ୍ଷା ବଜେଟକୁ ୧୭,୫୦୦କୋଟି ଡଲାରକୁ ବୃଦ୍ଧି କରିଛି। ଗତବର୍ଷ ତୁଳନାରେ ଏହାର ୮.୧ ପ୍ରତିଶତ ଅଧିକ। ଚୀନର ଏହି ପ୍ରତିରକ୍ଷା ବଜେଟ୍‌ ଭାରତର ପ୍ରତିରକ୍ଷା ବଜେଟର ତିନିଗୁଣରୁ ଅଧିକ। ସୈନ୍ୟ ବାହିନୀର ଆଧୁନିକୀକରଣକୁ ଦୃଷ୍ଟିରେ ରଖି ଚୀନ ଏହାର ପ୍ରତିରକ୍ଷା ବଜେଟକୁ ବୃଦ୍ଧି କରିଛି। ସୋମବାର ଚୀନ ସରକାର ନ୍ୟାସନାଲ ପିପୁଲ୍ସ କଂଗ୍ରେସ ନିକଟରେ ପ୍ରତିରକ୍ଷା ବଜେଟ୍‌ ଉପସ୍ଥାପନ କରିଛନ୍ତି। ଉପସ୍ଥାପିତ ବଜେଟ୍‌ ଅନୁଯାୟୀ ପ୍ରତିରକ୍ଷା ବାବଦ ଖର୍ଚ୍ଚ ପାଇଁ ୧.୧୧ ଟି୍ରଲିୟନ ୟାନ (୧୭୫ ବିଲିୟନ ଡଲାର) ବରାଦ କରାଯାଇଛି। ଗତବର୍ଷ ଚୀନର ପ୍ରତିରକ୍ଷା ବଜେଟ୍‌ ପରିମାଣ ୧୫,୦୦୫କୋଟି ଡଲାର। ଆମେରିକା ପରେ ଚୀନର ପ୍ରତିରକ୍ଷା ବଜେଟ୍‌ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ଆମେରିକାର ପ୍ରତିରକ୍ଷା ବଜେଟ୍‌ ଏବେ ୬୮,୬୦୦କୋଟି ଡଲାର। ଭାରତର ପ୍ରତିରକ୍ଷା ବଜେଟ୍‌ ମାତ୍ର ୪,୬୦୦କୋଟି ଡଲାର।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories