www.samajalive.in
Friday, December 12, 2025
27.1 C
Bhubaneswar

ଟ୍ରକ୍‍ ପଛରେ ପିଟିଲା ବାଇକ୍‍; ଜଣେ ମୃତ, ଜଣେ ଗୁରୁତର

ପିପିଲି : ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ବଜାର ସ୍ଥିତ ଶ୍ରୀଗୋପୀନାଥଦେବଙ୍କ ମନ୍ଦିର ସମ୍ମୁଖରେ ସୋମବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ୍‍ ଚାଳକଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ନାମ ଅକ୍ଷୟ କୁମାର ପ୍ରଧାନ ଓରଫ ଦିପୁ (୨୮) ଓ ତାଙ୍କ ଘର ନିକଟବର୍ତ୍ତୀ ଅରିଶଲ ନୂଆଗାଁ ଛକ ସ୍ଥିତ ଡିହସାହି ଗ୍ରାମରେ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଦୁଇଜଣ ଯୁବକ ଏକ ବାଇକରେ ଦାଣ୍ଡମୁକୁନ୍ଦପୁର ବଜାରରୁ ପିପିଲି ଆଡକୁ ଆସୁଥିବା ବେଳେ କୌଣସି କାରଣରୁ ବାଇକ୍‍ଟି ଭାରସାମ୍ୟ ହରାଇ ଶ୍ରୀଗୋପୀନାଥଦେବଙ୍କ ମନ୍ଦିର ସମ୍ମୁଖରେ ରାସ୍ତା କଡରେ ଠିଆ ହୋଇଥିବା ଏକ ମାଲ୍‍ବାହୀ ଟ୍ରକ୍‍ ପଛରେ ଧକ୍କା ଦେବା ସହ ବାଇକ୍‍ଟି ଟ୍ରକ୍‍ ପଛରେ ପଶିଯାଇଥିଲା। ଫଳରେ ବାଇକ୍‍ ଚାଳକ ଅକ୍ଷୟଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବାଇକ୍‍ ପଛରେ ବସିଥିବା ଯୁବକ ଜଣକ ଗୁରୁତର ହୋଇଥିଲେ। ଖବର ପାଇ ଆଇଆଇସି ଶରତ କୁମାର ସାହୁ, ଏସ୍‍ଆଇ ସନ୍ଦୀପ ଦାସ, ଏଏସ୍‍ଆଇ ରବିନ୍ଦ୍ର ନାୟକ, ଶେଷଦେବ ସୁବୁଦ୍ଧି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀଙ୍କ ସହାୟତାରେ ଉଭୟ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ମେଡିକାଲ ପଠାଇଥିଲେ। ପିପିଲି ଡାକ୍ତରଖାନାରେ ଅକ୍ଷୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣାଗ୍ରସ୍ତ ଦୁଇଟିିଯାକ ଗାଡିକୁ ପୁଲିସ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ମୃତଦେହକୁ ଆସନ୍ତାକାଲି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ସୂଚନା ମିଳିଛି। ମୃତ ଅକ୍ଷୟ ପିପିଲି ସ୍ଥିତ ଏକ ପେଟ୍ରୋଲ ଟାଙ୍କିର କର୍ମଚାରୀ ହୋଇଥିବା ସୂଚନା ମିଳିଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories