www.samajalive.in
Monday, December 8, 2025
24.1 C
Bhubaneswar

କାନ୍ଥରୁ ଲିଭି ନାହିଁ ବାହା ଲେଖା; ଗର୍ଭବତୀ ପତ୍ନୀକୁ ହତ୍ୟା କଲା ସ୍ବାମୀ

ମନମୁଣ୍ଡା: ବାହାଘର କେଇମାସ ଯାଇନାହିଁ । କାନ୍ଥରୁ ଲିଭିନାହିଁ ବାହା ବେଳେ ଲେଖା ଯାଇଥିବା ଚିତ୍ର । ବଳରାମ ସହିତ କବିତାର ଶୁଭ ବିବାହ କିନ୍ତୁ କେଇମାସ ପରେ ଅଶୁଭ ହୋଇ ଯାଇଛି । ୯ ମାସର ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଛି ଜହ୍ଲାଦ ସ୍ବାମୀ । ଆଉ କେଇଦିନ ପରେ ଆଲୋକ ଦେଖିବାକୁ ଅପେକ୍ଷା କରିଥିବା ଶିଶୁଟି ମଧ୍ୟ ମା ଗର୍ଭରେ ମୃତ୍ୟୁବରଣ କରିଛି ।   ମୃତ୍ୟୁ ଖବର ପାଇଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପତ୍ନୀ କବିତାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସ୍ୱାମୀ ବଳରାମ ଫେରାର ରହିଛି । ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ଏକ ମାମଲା ରୁଜୁ କରିଛି ।

ଘଟଣାଟି ହେଉଛି ବୌଦ୍ଧ ଜିଲା ଅନ୍ତର୍ଗତ ମନମୁଣ୍ଡା ଅଞ୍ଚଳର । ଏହି ଥାନା ଅନ୍ତର୍ଗତ ରକ୍ସା ଗାଁରେ ବଳରାମ ନାମକ ଜଣେ ବ୍ୟକ୍ତି ତାର ପତ୍ନୀ କବିତା ମେହେରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କବିତାଙ୍କ  ପରିବାର ଲୋକ ଥାନାରେ କରିଥିବା ଅଭିଯୋଗ ଅନୁସାରେ ବାହାଘର ପରଠାରୁ ହିଁ କବିତାକୁ ଶ୍ୱଶୁର ଘର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ବାରମ୍ବାର ଏଭଳି ଅଭିଯୋଗ କରିବାରୁ କବିତାର ବାପା  ଝିଅ ଓ ଜ୍ୱାଇଁଙ୍କୁ ସେ ନିଜ ଘରକୁ ଡାକି ଆଣିଥିଲେ ।  ଏଥିରେ କବିତାର ଶ୍ୱଶୁର ଘର ଲୋକ ଅଧିକ କ୍ରୋଧିତ ହୋଇଥିଲେ ।  ତେଣୁ ବଳରାମ ଯୋଜନା କରି କବିତାଙ୍କୁ ହତ୍ୟା କରିଛି ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।

- Advertisement -

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories