www.samajalive.in
Sunday, December 7, 2025
18.1 C
Bhubaneswar

ଦେଶବାସୀଙ୍କୁ ଇଦ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି

ସମାଜ ପୋର୍ଟାଲ ଡେସ୍କ: ଇଦ-ଉଲ-ଫିତର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ପବିତ୍ର ରମଜାନ ମାସର ପ୍ରାର୍ଥନା ଏବଂ ଉପବାସ ପରେ ଆସୁଥିବା ଇଦ-ଉଲ-ଫିତର ପାଇଁ ବିଦେଶରେ ବାସ କରୁଥିବା ଭାରତୀୟଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା। ଏହି ପର୍ବ ପ୍ରେମ, ଶାନ୍ତି, ଭାତୃତ୍ଵ ଏବଂ ଏକତାର ନିଦର୍ଶନ। ଏହି ଅବସରରେ ଆମେ ସମାଜର ସବୁଠାରୁ ଦୁର୍ବଳଙ୍କ ପ୍ରତି ଯତ୍ନବାନ ହେବା ନେଇ ଆମର ବିଶ୍ଵାସକୁ ସୁନିଶ୍ଚିତ କରିଥାଉ।

ରାଷ୍ଟ୍ରପତି କହିଛନ୍ତି ଯେ ଆମେ କୋଭିଡ-୧୯ ଭୂତାଣୁ ଦ୍ଵାରା ସୃଷ୍ଟି ହୋଇଥିବା ସଙ୍କଟର ସମ୍ମୁଖୀନ ହେଉଛୁ, ତେଣୁ ଆମେ ଆମର ପ୍ରଦାନ କରିବାର ଜିଜ୍ଞାସାକୁ ଅଧିକ ଜୋରଦାର କରିବା ଓ ଏହି ସଂକଟପୂର୍ଣ୍ଣ ଆହ୍ଵାନକୁ ଦୂରେଇବା ପାଇଁ ସାମାଜିକ ଦୂରତା ନିୟମ ଏବଂ ଅନ୍ୟ ସମସ୍ତ ସତର୍କତା ପାଳନ କରିବାର ଶପଥ ନେବା।

- Advertisement -

ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଇଦକୁ ପରିବାର ଏବଂ ସମ୍ପ୍ରଦାୟକୁ ଏକତ୍ରିତ କରୁଥିବା ଏକ ପର୍ବ ଭାବେ ବର୍ଣ୍ଣନା କରି ଏହି ଉତ୍ସବ ସମୟରେ ସାମାଜିକ ଦୂରତା ଏବଂ ସୁରକ୍ଷା ନିୟମକୁ ପାଳନ କରିବାକୁ ସମସ୍ତଙ୍କୁ ସେ ଅନୁରୋଧ କରିଛନ୍ତି। ସେ ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ଆମ ସମାଜରେ କରୁଣା, ଦାନ ଏବଂ ଉଦାରତାକୁ ଦୃଢ କରିଥାଏ। ଏହା ପରିବାର ଏବଂ ସମୁଦାୟ ଏକତ୍ରିକରଣର ଏହା ଏକ ଉତ୍ସବ। ତେବେ, ଏହି ବର୍ଷ, ଯେହେତୁ ଭାରତ ଏବଂ ବିଶ୍ୱ କୋଭିଡ-୧୯ ମହାମାରୀ ବିରୁଦ୍ଧରେ ନିରନ୍ତର ଯୁଦ୍ଧ ଜାରି ରଖିଛନ୍ତି, ଆମେ ଘରେ ପ୍ରାୟ ସମସ୍ତ ପାରମ୍ପରିକ ପର୍ବ ପାଳନ କରୁଛୁ। ତେଣୁ, ଆମକୁ ଏକ ନିରାଡମ୍ବର ଉତ୍ସବରେ ସନ୍ତୁଷ୍ଟ ହେବାକୁ ହେବ ଏବଂ ସାମାଜିକ ଦୁରତ୍ଵ ଏବଂ ବ୍ୟକ୍ତିଗତ ସ୍ଵଚ୍ଛତାର ସୁରକ୍ଷା ନିୟମକୁ ମାନିବାକୁ ପଡିବ। ମୁଁ ଆଶା କରେ କି, ଆମେ ସମସ୍ତେ ଆନନ୍ଦ, କରୁଣା ଏବଂ ପାରସ୍ପରିକ ସମ୍ମାନର ସହ ଏହି ଉତ୍ସବକୁ ପାଳନ କରିବା।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories