www.samajalive.in
Friday, December 12, 2025
17.1 C
Bhubaneswar

ରାହୁଳ ଡ଼୍ରାମା କରୁଛନ୍ତି; ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଲାଗି କଂଗ୍ରେସ ଦାୟୀ: ମାୟାବତୀ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଅତ୍ୟନ୍ତ ଜଟିଳ । ଲୋକମାନେ ଯେପରି ହଜାର ହଜାର କିଲୋମିଟର ଖାଲି ପାଦରେ ଖରା ତାତିରେ ଚାଲିଚାଲି ଯାଉଛନ୍ତି ତାହା ଅନେକଙ୍କ ହୃଦୟ ବିଗଳିତ କରିଛି । ଖାଇବା ପିଇବା ବିନା ଘର ଫେରନ୍ତା ଏହି ଶ୍ରମିକଙ୍କୁ ଦୁଃଖକୁ ନେଇ ଦେଶରେ ଆରମ୍ଭ ହୋଇଛି ରାଜନୀତି । କଂଗ୍ରେସ ଓ ଅନ୍ୟ କିଛି ବିରୋଧୀ ଦଳ ଏଥିପାଇଁ ସରକାରଙ୍କୁ ସମାଲୋଚନା କରିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାସ୍ତା କଡ଼ରେ ଶ୍ରମିକଙ୍କ ସହ ଆଲୋଚନା କରୁଥିବାର ଭିଡ଼ିଓ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

- Advertisement -

ମାତ୍ର ରାହୁଳଙ୍କ ଏହି ଭିଡ଼ିଓ ଟ୍ବିଟରରେ ଆସିବା ପରେ କ୍ଷୁବ୍ଧ ହୋଇଛନ୍ତି ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ସୁଶ୍ରୀ ମାୟାବତୀ। ରାହୁଳ ଡ଼୍ରାମା କରୁଛନ୍ତି ଓ ବାସ୍ତବରେ ଆଜି ଉପୁଜିଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଲାଗି କଂଗ୍ରେସ ହିଁ ଦାୟୀ ବୋଲି କହିଛନ୍ତି । ଦୀର୍ଘ ସମୟ କ୍ଷମତାରେ ରହିବା ସତ୍ତ୍ବେ ଏହି ଦଳ ପ୍ରବାସୀ ଶ୍ରମିକଙ୍କ ପାଇଁ କିଛି କରି ନାହିଁ । ଯାହା ଫଳରେ ଆଜି ଏପରି ସମସ୍ୟା ଉପୁଜିଛି ବୋଲି ମାୟାବତୀ କହିଛନ୍ତି ।

 

ମାୟାବତୀଙ୍କ ଟ୍ବିଟର ହ୍ୟାଣ୍ଡଲ କଂଗ୍ରେସ ସମାଲୋଚନାରେ ଭରି ଯାଇଛି । ସେ ଲେଖିଛନ୍ତି ଯେ ସାରା ଦେଶର କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ଯେଉଁ ଦୁର୍ଦ୍ଦଶା ଦେଖୁଛି ଏହାର ପ୍ରକୃତ ଦୋଷୀ କଂଗ୍ରେସ। ଯିଏ ସ୍ଵାଧୀନତା ପରେ ଏତେ ଲମ୍ବା ସମୟ ଧରି ଶାସନ କରିଛି । କଂଗ୍ରେସ  ଯଦି ଲୋକଙ୍କ ଲାଗି ଭରଣ ପୋଷଣର ବ୍ୟବସ୍ଥା କରିଥାନ୍ତା ତେବେ ଆଜି ଶ୍ରମିକଙ୍କୁ ଅନ୍ୟ ରାଜ୍ୟକୁ ପଳାୟନ କରିବାକୁ ପଡିନଥାନ୍ତା କିମ୍ବା ଏପରି ସମସ୍ୟା ଉପୁଜି ନ ଥାନ୍ତା ବୋଲି ମାୟାବତୀ କହିଛନ୍ତି ।

ଅନ୍ୟ ଏକ ଟ୍ବିଟରେ ମାୟାବତୀ ରାହୁଲ ଗାନ୍ଧୀଙ୍କ ୟୁଟ୍ୟୁବ୍‌ରେ ଅପଲୋଡ୍‌ କରିଥିବା ଭିଡିଓକୁ ସମାଲୋଚନା କରିଛନ୍ତି ।  ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ସହ ସୁଖ ଦୁଃଖ ହେବା ସମ୍ବନ୍ଧିତ ଭିଡିଓରେ ରାହୁଲ ଅଧିକ ନାଟକ କରୁଥିବା ଜଣା ପଡୁଛି। ଶ୍ରମିକଙ୍କୁ ଭେଟିବା  ସମୟରେ କେତେ ଲୋକଙ୍କୁ ସାହାଯ୍ୟ କଲେ ତା କହିଥିଲେ ଭଲ ହୋଇଥାନ୍ତା ବୋଲି ମାୟାବତୀ କହିଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories