www.samajalive.in
Friday, December 12, 2025
26.1 C
Bhubaneswar

ଆସନ୍ତାକାଲିଠାରୁ ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ : ଜୁନ୍‌ ମଧ୍ୟଭାଗରୁ ଉଡ଼ିବ ଆନ୍ତର୍ଜାତିକ ବିମାନ !

ନୂଆଦିଲ୍ଲୀ : ସୋମବାର ଅର୍ଥାତ  ଆସନ୍ତାକାଲିଠାରୁ ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ । ଏଥିଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗତ ୨୦ ତାରିଖରେ କୋଭିଡ୍‍-୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଚାଲିଥିବା ଲକଡାଉନ୍‍ ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରିଛନ୍ତି । ଏ
ସଂପର୍କରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅରବିନ୍ଦ ସିଂହ କହିଛନ୍ତି ବିମାନ ଚଳାଚଳ ପାଇଁ ଦେଶବ୍ୟାପି ବିମାନ ବନ୍ଦରଗୁଡ଼ିକ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ଯାତ୍ରୀମାନେ ଯେପରି ସାମାଜିକ ଦୂରତ୍ୱ ବଜାୟ ରଖି ସୁରୁଖୁରୁରେ ବିମାନ ଯାତ୍ରା କରିପାରିବେ, ସେଥିଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିଭଳି ଦେଶର ସବୁଠାରୁ ବ୍ୟସ୍ତବହୁଳ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର କେବଳ ଟର୍ମିନାଲ୍‍-୩ରୁ ବର୍ତ୍ତମାନ ବିମାନ ଚଳାଚଳ ଆରମ୍ଭ ହେବ । ଲକଡାଉନ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ଦେଶବ୍ୟାପୀ ବିମାନ ଚଳାଚଳ ବାତିଲ କରାଯାଇଥିଲା ।

ଆସନ୍ତାକାଲିଠାରୁ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଥିବାବେଳେ ଜୁନ୍‌ ମଧ୍ୟଭାଗ କିମ୍ବା ଜୁଲାଇ ସୁଦ୍ଧା ଭାରତରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଆରମ୍ଭ ହେବା ସମ୍ଭାବନା ରହିଛି । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଘରୋଇ ବିମାନରେ ଯାତ୍ରା ପୂର୍ବରୁ ଆରୋଗ୍ୟ ସେତୁ ଆପ୍‌ରେ ଯାତ୍ରୀ ଯଦି ‘ସବୁଜ’ ସଂକେତ ପାଇଥିବେ; ତେବେ ତାଙ୍କୁ ପହଞ୍ଚିବା ପରେ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ ନାହିଁ ବୋଲି ପୁରୀ କହିଛନ୍ତି । କେରଳ, କର୍ଣ୍ଣାଟକ ଓ ଆସାମ ଭଳି ୬ ରାଜ୍ୟ ବିମାନରେ ଫେରିବାକୁ ଥିବା ଯାତ୍ରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ ବୋଲି ଘୋଷଣା କରିଥିବାରୁ ମନ୍ତ୍ରୀ ଏଭଳି କହିଛନ୍ତି । ଅପରପକ୍ଷରେ ମହାରାଷ୍ଟ୍ର ସରକାର ବିମାନ ଚଳାଚଳ ପାଇଁ ଶନିବାର ମନା କରିଦେଇଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories