www.samajalive.in
Friday, December 12, 2025
23.1 C
Bhubaneswar

ବାତ୍ୟା ବିପର୍ଯ୍ୟସ୍ତ କୋଲକାତାରେ ପୁନରୁଦ୍ଧାର କାର୍ଯ୍ୟରେ ସେନା

ସମାଜ ପୋର୍ଟାଲ ଡେସ୍କ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନୁରୋଧ କ୍ରମେ କୋଲକାତାରେ ଭାରତୀୟ ସେନା ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସାମୁଦ୍ରିକ ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ସେଥିରେ ୮୬ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ସେନା କର୍ମଚାରୀମାନେ କୋଲକାତାର ସାଉଥ୍ ଆଭେନ୍ୟୁରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ସେନାର ପାଞ୍ଚଟି ଦଳ ପୁନରୁଦ୍ଧାର କାମରେ ଲାଗିଛନ୍ତି ।

ସେନା ପକ୍ଷରୁ ସର୍ବାଧିକ ପ୍ରଭାବିତ ଟାଲିଗଞ୍ଜ, ବାଲିଗଞ୍ଜ, ରାଜାରହାଟ ନ୍ୟୁ ଟାଉନ୍, ଡାଇମଣ୍ଡ ହାରବର୍ବେ ଓ ବେହାଲାଠାରେ ପ୍ରଥମ ପର୍ଯ୍ୟାୟରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ମୁଖପାତ୍ର କହିଛନ୍ତି, ସଡକ ସଫା କରିବା ଏବଂ ଗଛକଟା ଉପକରଣ ସହିତ ସେନା କାମ କରୁଛି। ପୂର୍ବରୁ ପଶ୍ଚିମବଙ୍ଗ ସରକାର କହିଥିଲେ ଯେ ଆମେ ସେନା ସହାୟତା ପାଇଁ ଅନୁରୋଧ କରିଛୁ ଏବଂ ଜରୁରୀ ଭିତ୍ତିଭୂମି ତଥା ସେବାର ତୁରନ୍ତ ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ପଶ୍ଚିମବଙ୍ଗ ସରକାର ଅତ୍ୟାବଶ୍ୟକ ଭିତ୍ତିଭୂମି ଏବଂ ସେବା ପୁନଃସ୍ଥାପନ ପାଇଁ ଉଦ୍ୟମ କରୁଥିବା କହିଛନ୍ତି। ସେନା ବ୍ୟତୀତ ଏନଡିଆରଏଫ ଏବଂ ଏସଡିଆରଏଫ ଦଳ ଗୁଡିକୁ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ରେଳବାଇ, ବନ୍ଦର ଏବଂ ବେସରକାରୀ କ୍ଷେତ୍ରକୁ ମଧ୍ୟ ଉଦ୍ଧାରକାରୀ ଦଳ ଏବଂ ଯନ୍ତ୍ରପାତି ଯୋଗାଇବାକୁ ସରକାର ଅନୁରୋଧ କରିଥିବା କୁହାଯାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories