www.samajalive.in
Saturday, December 13, 2025
26.1 C
Bhubaneswar

ରେଲୱେକୁ ମମତାଙ୍କ ଚିଠି: ୨୬ ପର୍ଯ୍ୟନ୍ତ ରାଜ୍ୟକୁ ଶ୍ରମିକ ସ୍ପେଶାଲ ଟ୍ରେନ ନ ପଠାଇବାକୁ ଅନୁରୋଧ

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଲୱେକୁ ଚିଠି ଲେଖି ରାଜ୍ୟକୁ ଶ୍ରମିକ ସ୍ପେଶାଲ ଟ୍ରେନ ନ ପଠାଇବାକୁ ଅନୁରୋଧ କରିଛନ୍ତି। ରାଜ୍ୟରେ ବାତ୍ୟା ଅମ୍ପନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡ଼ିକରେ ଜିଲା ପ୍ରଶାସନ ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟସ୍ତ ରହିଛି। ଏଥିପାଇଁ ଅଧିକାରୀମାନଙ୍କ ପକ୍ଷେ ଶ୍ରମିକ ସ୍ପେଶାଲ ଟ୍ରେନକୁ ରିସିଭ୍‌ କରିବା ସମ୍ଭବ ନୁହେଁ। ତେଣୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ଟ୍ରେନ ନ ପଠାଇବାକୁ ମମତା ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବାତ୍ୟା ପ୍ରଭାବରେ ୮୦ ଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ୧ ହଜାର ଟଙ୍କାର ଅଗ୍ରିମ ସହାୟତା ଘୋଷଣା କରିଥିଲେ। ତେବେ ଏହା ପୂର୍ବରୁ ମଧ୍ୟ ଶ୍ରମିକ ସ୍ପେଶାଲ ଟ୍ରେନକୁ ନେଇ କେନ୍ଦ୍ର ସରକାର ଏବଂ ମମତା ମୁହାଁମୁହିଁ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories