www.samajalive.in
Wednesday, December 10, 2025
23.1 C
Bhubaneswar

‘ଅମ୍ପନ’ ଉଜାଡ଼ିଲା ଖରାଟିଆ ଚାଷ

ବଡ଼ସାହି : ବଙ୍ଗୋପସାଗରରୁ ସୃଷ୍ଟି ମହାବାତ୍ୟା ‘ଅମ୍ପନ’ ବିତ୍ପାତ ପାଇଁ ମୟୁରଭଞ୍ଜ ଜିଲାର ସର୍ବବୃହତ୍ତ ବ୍ଲକ ବଡ଼ସାହିରେ ଖରାଟିଆ ଚାଷ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଜିଲା କୃଷି ଉପନିର୍ଦେଶକ ଦାମୋଦର ସେଠୀଙ୍କ ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲାରେ ୮ଟି ବ୍ଲକ ବାରିପଦା, ରାଇରଙ୍ଗପୁର, ଶାମାଖୁଣ୍ଟା, ବଡ଼ସାହି, ବେତନଟୀ, କପ୍ତିପଦା, ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ଏହି ୮ଟି ବ୍ଲକରେ ସମୁଦାୟ ୪୪୩ ହେକ୍ଟର ଧାନ ଓ ୧୩୪ହେକ୍ଟର ଅଣଧାନ ଚାଷ ମିଶି ମୋଟ ୫୭୭ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ତନ୍ମଧ୍ୟରୁ ସର୍ବାଧିକ ବଡ଼ସାହି ବ୍ଲକର ୩୦ଟି ପଞ୍ଚାୟତର ୧୦୮ଟି ଗ୍ରାମର ୧୧୫ହେକ୍ଟର ଚାଷଜମି ରହିଛି। ବ୍ଲକର ବଡ଼ସାହି, କୋଚିଳାଖୁଣ୍ଟା, ମାଣତ୍ରୀ, ମାନଗୋବିନ୍ଦପୁର, ଶାଳଗାଁ, ଚନ୍ଦନପୁର, ପାଉଁଶିଆ, ଶିଆଳିଘାଟି, ଖାନୁଆ, ପ୍ରତାପପୁର, ସାନକେରୋକ, ବଳଭଦ୍ରପୁର, ବୀରେଶ୍ୱରପୁର ଓ ଜାରକାଣୀ ପ୍ରଭୃତି ପଞ୍ଚାୟତରେ ଖରାଟିଆ ଧାନଚାଷ ବ୍ୟାପକ କ୍ଷତି ଘଟିଛି। ପାଚିଲା ଧାନ ଝଡ଼ିପଡ଼ିଥିବା ବେଳେ ଅନେକ ସ୍ଥାନରେ ଧାନକିଆରି ପାଣିରେ ବୁଡିରହିଥିଲା। ବ୍ଲକରେ ୧୯ତାରିଖ ଓ ୨୦ତାରିଖରେ ୮୦ମିମି ବର୍ଷା ହୋଇଥିଲା। ସେହିପରି ଅଣଧାନ ଚାଷ ତଥା ପନିପରିବା ଚାଷ ମଧ୍ୟ ପ୍ରଭାବିତ ହୋଇଛି। ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀ ସଂଲଗ୍ନ ପାଳଜମିର ଚାଷୀ ମଧ୍ୟ ପବନ ଓ ବର୍ଷା ପାଇଁ କ୍ଷତିଗ୍ରସ୍ତ ହୋଇଛନ୍ତି। ତାଲବନ୍ଦ ପାଇଁ ସମସ୍ତଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ମହାବାତ୍ୟା ଅମ୍ପନ କ୍ଷତି ସବୁକିଛି ଶେଷ କରିଦେଇଛି। ଅନେକ ଚାଷୀ ବ୍ୟାଙ୍କ ଋଣ ତଥା ଧାରକରଜ କରି ଚାଷ କରିଥଇବା ବେଳେ ଅମଳ ସମୟରେ ତାହା ଘରକୁ ନପହଞ୍ଚି ପାରିବା ଅତ୍ୟନ୍ତ କଷ୍ଟଦାୟକ ବୋଲି ଆଗରିଆ ଗାଁର ଚାଷୀ ବାଇଧର ସାମଲ କହିଛନ୍ତି। କ୍ଷୟକ୍ଷତି ଆକଳନ ପାଇଁ କୃଷି ଅଧିକାରୀ କିମ୍ବା କର୍ମଚାରୀଙ୍କର ଦେଖା ମଧ୍ୟ ମିଳୁନି ବୋଲି ବିଦ୍ୟାଧରଖୁଣ୍ଟାର ପରେଶ ମହାନ୍ତ ଅଭିଯୋଗ କରିଛନ୍ତି। ତେବେ ବ୍ଲକ କୃଷିବିଭାଗ ପକ୍ଷରୁ ୩୩ପ୍ରତିଶତ କ୍ଷୟକ୍ଷତି ହୋଇଛି ବୋଲି ରାଜସ୍ୱ ବିଭାଗକୁ ଅବଗତ ପୂର୍ବକ ଜିଲା କାର୍ଯ୍ୟାଳୟକୁ ରିପୋର୍ଟ ଦିଆଯାଇଛି ବୋଲି କୁହାଯାଇଛି। ଯଥାଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ତଥା ଋଣଛାଡ଼ ପାଇଁ ବଡ଼ସାହିର ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ଓ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ମୟୁରଭଞ୍ଜ ଜିଲା ବିଜେଡ଼ି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବଡ଼ସାହି ଗସ୍ତ ସମୟରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories